Odisha News

ପୁଣି ଦାଦନ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୮/୬ : ପୁଣି ଦାଦନ ପ୍ରବାସୀ ଶ୍ରମିକ ମୃତ୍ୟୁ। ରାଜ୍ୟ ଓ କେନ୍ଦ୍ର ସରକାର କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକ କୁ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ବର୍ଷକୁ ୩୦୦ ଦିନ କାମ ଯୋଗାଇ ଦେବା ନିମନ୍ତେ ସ୍ଥିର କରିଥିବା ବେଳେ କଣ ପାଇଁ ଆଜି ମଧ୍ୟ ଦାଦନ ଖଟିବାକୁ ବାହାର ରାଜ୍ୟ କୁ ଯାଉଛନ୍ତି ପ୍ରବାସୀ ଶ୍ରମିକ। କିଏ ଖାଉଛି ଶ୍ରମିକଙ୍କ ଟଙ୍କା।
ଏଥିପାଇଁ ଦାୟୀ କିଏ ? ସ୍ଥାନୀୟ ପ୍ରଶାସନ ନା ସରକାର। ନିଜ ପରିବାରକୁ ପ୍ରତିପୋଷଣ କରିବାକୁ ବାହାରେ କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଫେରିଛି ପପୁ ଦିଗାଲ ଙ୍କ ମୃତ୍ୟ ଶରୀର। ନିଜ ପରିବାର ସହିତ ପ୍ରତିପୋଷଣ ପାଇଁ ଯାଇଥିଲେ ଅନ୍ୟ ରାଜ୍ୟ କେରଳ କୁ।
ପ୍ରାୟ ୩ ରୁ ଉର୍ଦ୍ଧ ହେବ ନିଜ ବାପା ମାଆ କୁ ଛାଡ଼ି ପରିବାର ସହିତ ପ୍ରତିପୋଷଣ ନିମନ୍ତେ ଯାଇଥିଲେ ଦାଦନ ଖଟି। ନିଜ ପରିବାର ସହ କେରଳ ରାଜ୍ୟ କୁ ଯାଇ ଦିନ ମଜୁରିଆ ଭାବେ କାମ କରୁଥିଲେ। ନିଜ ସ୍ତ୍ରୀ, ସାନ ଝିଅ ସହ ଏକ ଘର ଭଡ଼ା ରେ ରହୁଥିଲେ ପପୁ। ହଟାତ୍ ଘରେ କେହି ନ ଥିବା ଅବସ୍ଥାରେ ଭଡ଼ା ଘରେ ପପୁ ର ମୃତ ଶରୀର ଘରେ ଥିବା ଦେଖି ଘର ମାଲିକ ପାଖ ମେଡିକାଲ କୁ ନେଇଥିଲେ।
ମେଡିକାଲ ରେ ଡକ୍ଟର ପପୁ କୁ ମୃତ ଘୋଷଣା କରିଥିଲେ ହେଲେ ମୃତ୍ୟୁ ର କାରଣ ଏବେବି ସ୍ପଷ୍ଟ ହୋଇନି। ଏମିତି ଏକ ଦାଦନ ଦୁଃଖ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାରଖମା ରେ ଦେଖିବାକୁ ମିଳିଛି।
ମୃତ ଯୁବକ ହେଲେ ପପୁ ଦିଗାଲ ବୟସ ମାତ୍ର ୩୨ ବାପା ସୁଧୀର ଦିଗାଲ ଗ୍ରାମ-ବାରଖମା। କେରଳ ରୁ ବିମାନ ଯୋଗେ ପୁଣି ଭୁବନେଶ୍ୱର ରୁ ନିଜ ବାସଭବନ କୁ ମର ଶରୀର ଆଣିବା ନିମନ୍ତେ ପରିବାର ସହ ଗ୍ରାମର ଯୁବକ ମାନଙ୍କ ମିଳିତ ଉଦ୍ୟମରେ ନିଜ ବାସ ଭବନ ଅଣାଯାଇ ଥିଲା।
ମର ଶରୀର ପହଞ୍ଚିବା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଠି ହୋଇଥିଲା। ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବା ନିହାତି ଆବଶ୍ୟକ ଅଛି।
ଶାଳ ଜଙ୍ଗଲ ଭିତରେ ମାଫିଆଙ୍କ ରାଜ : ନିଘୋଡ ନିଦ୍ରାରେ ବନ ବିଭାଗ : ଚିନ୍ତାରେ ଅଞ୍ଚଳ ବାସୀ
ବାଲିଗୁଡା, ୨୮/୬ : କାନ୍ଦୁଛି ପରିବେଶ ଆଗକୁ କାନ୍ଦିବ ମଣିଷ, ହେଲେ ଚିର ନିଦ୍ରାରେ ଦାୟିତ୍ୱରେ ଥିବା ଜଙ୍ଗଲ ବିଭାଗ । ଖୁଲମ ଖୁଲା ଜଙ୍ଗଲ ଭିତରେ ମାଫିଆମାନେ ଗଛ କାଟି ଜଙ୍ଗଲ ନଷ୍ଟ କରୁଥିବା ବେଳେ କୋମାରେ ବାଲିଗୁଡା ବନ ବିଭାଗ । ମାଫିଆଙ୍କ ସହିତ ଚାଲିଛି କି ମଧୁ ଚନ୍ଦ୍ରିକା? । ବନପାଳ ଓ ବନରକ୍ଷୀ ଜଙ୍ଗଲ ଦାୟିତ୍ୱରେ ଥିବା ସତ୍ୱେ ମଧ୍ୟ କାହିଁକି ସୁରକ୍ଷିତ ରହି ପାରୁନି ଜଙ୍ଗଲ ।
ବଡ଼ ବଡ଼ ଶାଳ ଗଛ କାଟିବାରେ ବନ ବିଭାଗର ଅଛି କି ହାତ, ଯଦି ନାହିଁ ତେବେ କାହିଁକି ମାଫିଆଙ୍କୁ ଧରୁନି ବନ ବିଭାଗ । ଏପରି ଏକ ଘଟଣା ବାଲିଗୁଡା ବନ ବିଭାଗ କାର‌୍ୟ୍ୟାଳୟ ଠାରୁ ମାତ୍ର ୨କି.ମି. ଅଧୀନରେ ଯାଉଥିବା କଟପଡି ଗ୍ରାମ ସ୍ଥିତ ଶାଳ ଜଙ୍ଗଲ ର ବିଭିନ୍ନ ସ୍ଥାନରେ କେମତି ଦିନ ଦ୍ବିପହରରେ ଶାଳ ଗଛ କାଟୁଛନ୍ତି ଜଙ୍ଗଲ ମାଫିଆ ତାହାର ଏକ ଜ୍ଵଳନ୍ତ ଉଦାହରଣ, , ମାଫିଆଙ୍କ ଟାର୍ଗେଟରେ ଏବେ ମୂଲ୍ୟବାନ ବଡ ବଡ ଶାଳ ଓ ପିଆଶାଳ ଗଛ ।
ପ୍ରତିଦିନ କଟା ଯାଉଛି ହଜାର ହଜାର ଗଛ, ଏବେ ଜଙ୍ଗଲ ନଷ୍ଟ ପାଲଟିଛି ପ୍ରମୁଖ କାରଣ । ଗୋଟିଏ କି ଦୁଇଟି ଜାଗାରେ ନୁହେଁ, ବାଲିଗୁଡା ବନାଞ୍ଚଳର ବିଭିନ୍ନ ଜଙ୍ଗଲରୁ ମାଫିଆ ମାନେ ଲକ୍ଷାଧିକ ଟଙ୍କାର ଗଛ କାଟି ପଟା ତିଆରି କରୁଛନ୍ତି ଓ ରାତ୍ର ସମୟର ସୁଯୋଗ ଦେଖି ପଟା ଚୋରା ଚାଲାଣ କରାଯାଉଛି । ହେଲେ ଏହି ଘଟଣା ଉପରେ ନଜର ନ ପକାଇ ବର୍ତମାନ କୋମାରେ ବନ ବିଭାଗୀୟ ଅଧିକାରୀ ।
ବାଲିଗୁଡା ବନଖଣ୍ଡ ଅଞ୍ଚଳର ପ୍ରତ୍ୟେକ ଜଙ୍ଗଲ ଏକ ପ୍ରକୃତିର ସୌନ୍ଦର‌୍ୟ୍ୟ ଭରା ଅଞ୍ଚଳ । ବାଲିଗୁଡା ବନଖଣ୍ଡ ର କଟପଡି ଜଙ୍ଗଲକୁ ଉପଭୋଗ କରିବାକୁ ଆଖପାଖ ତଥା ବହୁ ଦୂର ଦୂରାନ୍ତରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଶହ ଶହ ଛାତ୍ର ଛାତ୍ରୀ, ଯୁବ ସମାଜ, ପର୍ଯ୍ୟଟକ ଆସୁଥିଲେ । ବର୍ତମାନ ବନ ବିଭାଗର ଅପାରଗତା ମନୋଭାବ ଓ କାର୍ଯ୍ୟରେ ଅବହେଳା ଯୋଗୁଁ ଆଜି ବାଲିଗୁଡା ବନାଞ୍ଚଳର ବିଭିନ୍ନ ଜଙ୍ଗଲ ସଫା ହେବାକୁ ବସିଲାଣି ।
ଦିନ ଦ୍ବିପହରରେ ଗଛ କାଟୁଥିବା ବେଳେ ବନ ବିଭାଗ କେମିତି ଜାଣି ପାରୁନି ତାକୁ ନେଇ ଉଠୁଛି ବଡ଼ ପ୍ରଶ୍ନ । ସବୁଠାରୁ ବଡ଼ କଥା କି ବନ ବିଭାଗର ଉଦାସୀନତା ଲାଗି ଭବିଷ୍ୟତରେ କଣ ପ୍ରଭାବିତ ହେବ ଏହି ଶାଳ ବଣର ସୋନ୍ଦର୍ଯ୍ୟ ବଢାଉଥିବା ଘଞ୍ଚ ଜଙ୍ଗଲ ।
କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅଞ୍ଚଳର ଜଙ୍ଗଲରୁ ପ୍ରତିଦିନ ମାଫିଆ ମାନେ ଲକ୍ଷାଧିକ ଟଙ୍କାର ଗଛ କାଟି ଜଙ୍ଗଲ ସଫା କରୁଛନ୍ତି ହେଲେ ସବୁ ଜାଣି ନିରବ ଦ୍ରଷ୍ଟା ସାଜିଛି ବନ ବିଭାଗ ।
ଜଙ୍ଗଲ ମାଫିଆଙ୍କୁ ସାବାଡ଼ କରିବାରେ ଜଙ୍ଗଲ ବିଭାଗ ଫେଲ ମାରିଛି ବୋଲି ସାଧାରଣରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଞ୍ଚଳ ର ସମାଜ ସେବି ଓ ବୁଦ୍ଧିଜୀବୀ ।
ଆହୁରି ଅଭିଯୋଗ କରି କହିଛନ୍ତି ଯେ, କାଁ ଭାଁ କାଠ ବୋଝେଇ ଗାଡ଼ି ଜବତ କରି ବନ ବିଭାଗ ଚୁପ ରହୁଛି ବୋଲି କହିଛନ୍ତି । ବାଲିଗୁଡା ବନଖଣ୍ଡ ଅଞ୍ଚଳ ର ପ୍ରାୟ ଜଙ୍ଗଲ ଏବେ ମାଫିଆଙ୍କ କବଜାରେ ।
ଦିନ ଦ୍ବିପହରରେ ବନ ବିଭାଗର ବିନା ଅନୁମତିରେ କଟା ଯାଉଛି ବଡ଼ ବଡ଼ ମୂଲ୍ୟବାନ ଶାଳଗଛ । ଗଛ କାଟି ପଟା ତିଆରି କରି ପ୍ରତିଦିନ ବିକ୍ରି କରାଯାଉଛି କିନ୍ତୁ ଏହାର ଟେର ପାଇ ପାରୁନି ବନ ବିଭାଗ ।
ଏହି ଅଞ୍ଚଳର ଦାୟିତ୍ୱରେ ଥିବା ବନପାଳ ଓ ବନରକ୍ଷୀ ନିୟମିତ ପାଟ୍ରୋଲିଂ କରୁନଥିବାରୁ ଜଙ୍ଗଲ ସଫା ହେବାରେ ଲାଗିଛି । ବର୍ତମାନ ଏହି ଘଟଣାକୁ ନେଇ ବାଲିଗୁଡା ବନ ବିଭାଗ ରେଞ୍ଜର ଡି. ସୁବାଷ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏହି ବିଷୟ ଆମ ନଜରକୁ ଆସି ନଥିଲା, ବର୍ତମାନ ଏହି ଘଟଣା ନିହାତି ଭାବରେ ତଦନ୍ତ କରାଯିବ, ଆଉ ଯଦି ଘଟଣାର ସତ୍ୟତା ସାମ୍ନାକୁ ଆସେ ତେବେ ଏହା ଉପରେ ଦୃଢ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ।
ବର୍ତମାନ ସବୁଠାରୁ ବଡ଼ କଥା କି ଆଉ କେତେ ଜଙ୍ଗଲ ସଫା ହେଲାପରେ ଚେତା ପଶିବ ବନ ବିଭାଗର । ନା ରାତି ଅଧିଆ ଜଙ୍ଗଲି ବାବୁଙ୍କ ଉଦାସୀନତା ମାନଚିତ୍ରରୁ ବାଲିଗୁଡା ବନାଞ୍ଚଳକୁ ଉଭାନ କରି ଦେବ ତାକୁ ନେଇ ସମସ୍ତଙ୍କ ଅପେକ୍ଷା ।

Related Posts