Odisha News

ପାର୍ବତୀଗିରି ବାଲନିକେତନ ଅନ୍ତେବାସୀଙ୍କ କୃତିତ୍ୱ

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୬/୧୦: ବିହାର ର ପାଟଣା ଠାରେ ଅନୁଷ୍ଠିତ ଚତୁର୍ଥ ଆନ୍ତ ରାଜ୍ୟ ଇଷ୍ଟ ଇଣ୍ଡିଆ କରାଟେ ଚାମ୍ପିୟନସିପ ରେ ବଲାଙ୍ଗୀର ପଥରଚେପା ଠାରେ ଥିବା ପାର୍ବତୀଗିରୀ ବାଲନିକେତନ ଶିଶୁ ଯତ୍ନ ଅନୁଷ୍ଠାନ ର ଜଣେ ଅନ୍ତେବାସୀ ଅଙ୍କିତା ବିଶ୍ଵାଳ ବ୍ରୋଞ୍ଜ ପଦକ ହାସଲ କରି ଜିଲ୍ଲା ଓ ରାଜ୍ୟ ର ଗୌରବ ଅର୍ଜନ କରିଛନ୍ତି।
ସେହିଭଳି ଏହି ଅନୁଷ୍ଠାନ ର ଜଣେ ଅନ୍ତେବାସୀ ଝିଅ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଦୁଇ ବର୍ଷର ଶିଳ୍ପ ତାଲିମ ପ୍ରତିଷ୍ଠାନ ପାଠ୍ୟକ୍ରମ ସମାପ୍ତ ହେବା ପରେ ଭୁବନେଶ୍ବର ର ୱାର୍ଲ୍ଡ ସ୍କିଲ ସେଣ୍ଟର୍ ରେ ଆଡ଼ମିଶନ ପାଇବାର ସୁଯୋଗ ପାଇଛନ୍ତି।
ଏହି ଦୁଇ ଝିଅ ଙ୍କ କୃତିତ୍ୱ ପାଇଁ ବଲାଙ୍ଗୀର ର ବିଭିନ୍ନ ମହଲରେ ତାଙ୍କର ଉତ୍ତରୋତ୍ତର ଉନ୍ନତି ର କାମନା କରିଛନ୍ତି।

Related Posts

Seo wordpress plugin by www.seowizard.org.