Odisha News

ନୟାଗଡ଼ : ସାମ୍ବାଦିକଙ୍କ ପିତୃ ବିୟୋଗ

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୬/୫ : ନୟାଗଡ ସହରର ମୁରବୀ ସ୍ଥାନିୟ ବ୍ୟକ୍ତି ଶେଖର ରଥଙ୍କର (୯୩) ବର୍ଷ ବୟସରେ ସ୍ଥାନିୟ ନୁଆରାଜବାଟି ସ୍ଥିତ ବାସ ଭବନରେ ବାର୍ଦ୍ଧକ୍ୟ ଜନିତ ରୋଗରେ ସୋମବାର ବିଳମ୍ବିତ ରାତ୍ରରେ ପରଲୋକ ହୋଇ ଯାଇଛି ।
ଜଣେ ଧର୍ମ ପରାୟଣ, ଉଦାର ଚେତା ମଣିଷ ଭାବେ ସମଗ୍ର ନୟଗଡରେ ତାଙ୍କର ସୁନାମ ଥିଲା ।ତାଙ୍କ ପରଲୋକରେ ସହରରେ ଶୋକର ଛାଇ ଖେଳିଯାଇଛି ।
ନୟାଗଡ ଏନ.ଏ.ସିରେ ବହୁ ଦିନ ଧରି ସ୍ୱାସ୍ଥ୍ୟ ନିରୀକ୍ଷକ ଭାବେ ସାଧୁତାର ସହ କାର୍ଯ୍ୟ କରି ସହର ବସୀଙ୍କ ବେଶ୍ ପ୍ରିୟ ଭାଜନ ହୋଇ ପାରିଥିଲେ ।
ମୃତ୍ୟୁ ଶଯ୍ୟା ନିକଟରେ ୬ ପୁଅ ୭ ବୋହୂଙ୍କ ସମେତ ସମସ୍ତ ନାତି ନାତୁଣୀ ଉପସ୍ଥିତ ଥିବାବେଳେ ତାଙ୍କର ମଧ୍ୟମ ପୁତ୍ର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଅବସରପ୍ରାପ୍ତ ବରିଷ୍ଠ ସହାୟକ କୈଳାଶ ରଥ ମୁଖାଗ୍ନି ଦେଇଥିଲେ । ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗଦ୍ୱାର ଠାରେ ସମ୍ପର୍ଣ୍ଣ ହୋଇଛି । ଏଠାରେ ସୁଚନାଯୋଗ୍ୟ ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥ ହେଇଛନ୍ତି ସ୍ବର୍ଗତ ରଥଙ୍କ କନିଷ୍ଠ ପୁତ୍ର ଅଟନ୍ତି ।

Related Posts