Odisha News

ନୟାଗଡ଼ କପ୍ : ୨ୟ ଦିନରେ କେରଳ ୨ – ୧ ଗୋଲ୍ ରେ ବିଜୟୀ

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୧/୧: ନୟାଗଡ଼ ଖେଳ ପଡିଆ ଠାରେ ଚାଲିଥିବା ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ୨ ୟ ଦିବସରେ ୟୁନାଇଟେଡ କ୍ଳବ୍ ଭୁବନେଶ୍ୱର ଏବଂ ଏସ ଜେ ସି ଫୁଟବଲ କେରଳ ଦଳ ପରସ୍ପରକୁ ଭେଟିଥିଲେ।
ଶକ୍ତିଶାଳୀ କେରଳ ଦଳ ଆରମ୍ଭରୁ ଅକ୍ରମନାତ୍ମକ ଢଙ୍ଗରେ ଖେଳିବା ଆରମ୍ଭ କରିଥିଲେ ଏବଂ ପ୍ରଥମାର୍ଦ୍ଧର ପୂର୍ବରୁ ୩୭ ମିନିଟ୍ ସମୟରେ କେରଳର ୬୭ ନମ୍ବର ଖେଳାଳି ମୋବାରିସ ଗୋଟିଏ ଗୋଲ୍ ମାରି ଦଳକୁ ୧ -୦ ରେ ଆଗୁଆ କରିଥିଲେ। ତେବେ ଦିତୀୟର୍ଦ୍ଧାରେ ଭୁବନେଶ୍ୱର ଦଳ ଗୋଲ୍ ଟିକୁ ପରିଶୋଧ କରି ସ୍ଥିତିକୁ ୧ – ୧ ରେ ବରାବର କରିବାରେ ସମର୍ଥ ହୋଇଥିଲେ ।
ଶେଷରେ ଖେଳ ଶେଷ ହେବାର ୧୦ ମିନିଟ୍ ପୂର୍ବରୁ କେରଳ ର ୧୦ ନମ୍ବର ଖେଳାଳି ଆଉ ଗୋଟିଏ ଗୋଲ୍ ମାରି କେରଳ କୁ ୨ – ୧ ରେ ଆଗୁଆ ରଖିବା ସହ ଦଳକୁ ବିଜୟୀ କରିବାରେ ସମର୍ଥ ହୋଇଥିଲେ ।
ମୁଖ୍ୟ ରେଫାରୀ ଭାବେ ଜ୍ୟୋତି ରଞ୍ଜନ ସ୍ବାଇଁ ଖେଳ ପରିଚାଳନା କରିଥିଲେ ଏବଂ ତାଙ୍କୁ ସହାୟତା କରିଥିଲେ ପ୍ରସନ୍ନ ନାୟକ ଓ ଶରତ ମହାରଣା। ଏଥି ସହିତ ରେଫାରି ରାଜୁ ମହାନ୍ତି ୪ର୍ଥ ରିଫାରୀ ଭାବେ କାର୍ଯ୍ୟ ତୁଲାଇ ଥିଲେ।
ଆଜି ଖେଳରେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦର ଅଧକ୍ଷ ରଙ୍ଗୀନ ମହାନ୍ତି , ଜିଲ୍ଲା ଗୁଇନ୍ଦା ବିଭାଗର ଅଧିକାରୀ ଦ.ଦିନେଶ ଚନ୍ଦ୍ର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ବେଳେ ୟୁଥ୍ କ୍ଳବ୍ ର ସଭାପତି ଶେଖ୍ ୟୁସୁବ୍, ସମ୍ପାଦକ ଅନୱର୍ ଅଲ୍ଲୀ, ଜିଲ୍ଲା ପରିଷଦ ସଭ୍ୟ ସୁବାସ ଚନ୍ଦ୍ର କହଁର,ସଂଗଠନ ସମ୍ପାଦକ ହଜରତ ଅଲ୍ଲୀ ଖାଁ, ସରିଫ ଖାଁ, ଶେଖ୍ ନାଇମୁ, ବିଭୁ କିଶୋର ସାହୁ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର‌୍ୟ୍ୟ ନିରୀକ୍ଷଣ କରିଥିଲେ। ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଧାରା ବିବରଣୀ ପ୍ରଚାର କରିଥିଲେ।
ଦିନକୁ ଦିନ ପଡ଼ିଆରେ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଇଥିବାର ଦେଖିବାକୁ ମିଳିଛି । ଏ ସବୁ ସତ୍ୱେ ଏ ସୁନ୍ଦର ଟୁର୍ଣ୍ଣାମେଣ୍ଟର ନିର୍ମାତା ତଥା ପ୍ରଚ୍ଛଦପଟ୍ଟ ନାୟକ ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦ. ଅରୁଣ କୁମାର ସାହୁ ଙ୍କ ଅନୁପସ୍ଥିତି କୁ ଲୋକେ ଅନୁଭବ କରିଥିଲେ । ଆସନ୍ତା କାଲି ଏଠାରେ ଓଡ଼ିଶା ପୋଲିସ କଟକ ଏବଂ ସୁଦୂର କାଶ୍ମୀର ପରସ୍ପରକୁ ଭେଟିବେ। ଆଜିର ଖେଳରେ କେରଳ ଦଳ ବିଜୟୀ ହୋଇଥିଲା।

Related Posts