Odisha News

ନୃଶଂସ ବାପାର ସୈତାନ କାମ, ୨୦ ଦିନର ଶିଶୁକନ୍ୟାକୁ ବିଷ ଦେଲା ଜନ୍ମଦାତା

ନୀଳଗିରି,୨୯/୫: ନିଷ୍ପାପ ଶିଶୁ କନ୍ୟା ପ୍ରତି ନିଷ୍ଠୁର ହେଲେ ବାପା। ଝିଅକୁ ଦେଇଦେଲେ ବିଷ ଇଞ୍ଜେକଶନ। ଶିଶୁକନ୍ୟାକୁ ବିଷ ଇଞ୍ଜେକଶନ ଦେଇ ହତ୍ୟା ଉଦ୍ୟମ କରିଥିଲା ବାପା।
ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରିରେ। ଶ୍ବଶୁର ଘରେ ବାପା ପଶି ବିଷ ଇଞ୍ଜେକସନ ଦେଇଥିଲା। ଫଳରେ ଶିଶୁକନ୍ୟାର ଅବସ୍ଥା ଗୁରୁତର ହୋଇଥିଲା।
ପରିବାର ଲୋକ ନିକଟ ଡାକ୍ତରଖାନାରେ ଶିଶୁକନ୍ୟାକୁ ଭର୍ତ୍ତି କରିଥିଲେ। ପରେ ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି।

Related Posts

Seo wordpress plugin by www.seowizard.org.