Odisha News

ନୂଆ ସରକାରରେ ବଦଳିଲା ବ୍ୟବସ୍ଥା, ରାଜ୍ୟରୁ ହଟିଲା ୫-ଟି ଓ ମୋ ସରକାର

ଭୁବନେଶ୍ୱର,୧୩/୬: ରାଜ୍ୟରେ କ୍ଷମତାକୁ ଆସିବା ପରେ ୫ଟି ଓ ମୋ ସରକାର ବନ୍ଦ କରିଛନ୍ତି ଭାଜପା ସରକାର। ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରୁ ବୋର୍ଡ ହଟାଇବାବୁ କୁହାଯାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସଚିବଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି।
ଓଡ଼ିଶାରେ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ବୃତ୍ତିଗତ ଓ ବ୍ୟାବହାରିକ ପରିବର୍ତନ ପାଇଁ ନବୀନ ସରକାର ଆରମ୍ଭ କରିଥିଲେ ‘ମୋ ସରକାର’।
୫-ଟି ଭଳି ‘ମୋ ସରକାର’ ଲୋକଙ୍କଠାରୁ ସିଧାସଳଖ ମତାମତ ନେଇ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ସମାଧାନ କରାଯାଉଥିଲା। ଏହାଦ୍ୱାରା ରାଜ୍ୟ ସରକାର ଓ ସରକାରୀ କର୍ମଚାରୀଙ୍କ ଉପରେ ଲୋକଙ୍କ ଭରସା ଆଣିବାରେ ଏହା ସହାୟକ ହୋଇପାରିଛି ବୋଲି ସରକାର ଦାବି କରିଥିଲେ।
୨୦୧୯ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘୫-ଟି’ ଓ ‘ମୋ ସରକାର’ ଅଭିଯାନ ଆରମ୍ଭ କରିଥିଲେ । ଏହାର ଦାୟିତ୍ୱ ନେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ ।
‘୫-ଟି’ – ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟିମ୍-ୱାର୍କ, ଟାଇମ୍, ଟ୍ରାନ୍ସଫର୍ମେସନ୍ କୁ ବୁଝାଏ । ସରକାର କହିଥିଲେ, ଏହି ଅଭିଯାନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ସହ ବିଭାଗଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବା।

Related Posts

Seo wordpress plugin by www.seowizard.org.