Odisha News

ନିଆରା ପ୍ରତିବାଦ: ବିଳମ୍ବିତ ନ୍ୟାୟ ପ୍ରତିବାଦରେ କୋର୍ଟ ପରିସରରେ ବିଷ ପିଇଲେ ମହିଳା

ସୁଦାମ କୁମାର ପାତ୍ରଙ୍କ ରିପୋର୍ଟ
ବାଲେଶ୍ୱର,୧୧/୫: ନ୍ୟାୟ ପାଇଁ ଦଉଡି ଦଉଡି ଅତିଷ୍ଟ ହୋଇପଡିଲେ ମହିଳା ଆଇନ୍‌ଜୀବୀ । ନ୍ୟାୟ ପାଇବା ପାଇଁ ବିଳମ୍ବ ହେବାରୁ ଜଜ୍ଙ୍କ ଆଗରେ ବିଷ ପିଇଲେ ମହିଳା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ । ବୁଧବାର ଦିନ ବାଲେଶ୍ୱର କୋର୍ଟରେ ଜଣେ ମହିଳା ଆଇନ୍ଜୀବୀ, ଜଜ୍ଙ୍କ ଆଗରେ ବିଷ ପିଇଦେଇଛନ୍ତି । ସ୍ୱାମୀଙ୍କ ସହ ସମ୍ପର୍କ ଭଲ ନଥିବାରୁ ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ପାଇଁ ମହିଳା ଜଣକ ମାମଲା ରୁଜୁ କରିଥିଲେ । ଆଜି ବିଚାରପତି ଉଭୟଙ୍କୁ ଜେରା କରିଥିଲେ । ଜେରା ସମୟରେ ମହିଳା ଜଣକ ଅତିଷ୍ଠ ହୋଇ ବ୍ୟାଗରୁ ବିଷ କାଢି ଜଜ୍ଙ୍କ ଆଗରେ ପିଇଦେଇଥିଲେ । ଏହାପରେ ଅନ୍ୟ ଓକିଲ ବନ୍ଧୁମାନେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏବେ ମହିଳାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

Related Posts

Seo wordpress plugin by www.seowizard.org.