ନାଡାପାଟାଙ୍ଗ ଓ ମାଣିକୁଟିକୁ ନୁତନ ପଂଚାୟତ କରିବା ନିମନ୍ତେ ଦାବୀ ପତ୍ରପ୍ରଦାନ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୫/୧୨: ବାଲିଗୁଡା ବ୍ଲକ ଅର୍ନ୍ତ୍ର୍ଗତ ବାରଖମା ପଂଚାୟତର ନାଡାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଂଚାୟତର ମାଣିକୁଟି କୁ ନୁତନ ପଂଚାୟତ କରିବା ନମନ୍ତେ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପ୍ରଦାନ କରିଛନ୍ତି । ଏତି ନିମନ୍ତେ ଏକ ଶୋଭାଯାତ୍ରା ବାହାରି ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇଥିଲେ ଓ ଶୋଭାଯାତ୍ରାରେ ନାରାବାଜି କରିବା ସହ ହାତରେ ପ୍ଲାକାର୍ଡ ଏବଂ ବ୍ୟାନର ରିଥିଲେ ।
ଏଥିରେ ଉଲ୍ଲେଖରହିଛି ଯେ ବାରଖମା ପଂଚାୟତର ଓ ସିନ୍ଦ୍ରିଗାଁ ପଂଚାୟତର ଅନେକ ଗ୍ରାମ ବଣପାହାଡ ଓ ନଦୀନାଳରେ ଅଙ୍କାବଙ୍କା ଘାଟି ରାସ୍ତା ।
ପ୍ରାୟ ୫କିମି ଦୁରତା ରାସ୍ତାରୁ ଘାଟି,ବଣପାହାଡ ନଦୀନାଳ ଦେଇ ହିତାଧିକାରୀ ଭତା,ପିଡିଏାସ ଚାଉଳ ଇତ୍ୟାଦି ପାଇଁ ପଂଚାୟତକୁ ଆସିଥାନ୍ତି ଓ ରାସ୍ତାଘାଟ ନେଟଓର୍କ ନାହିଁ । ପଂଚାୟତକୁ ଉନ୍ନତି ନିମନ୍ତେ ଆସିଥିବା ଅନୁଦାନ ରାସ୍ତାଘାଟ,ପାନୀୟଜଳସୁବିଧା ନେଟଓର୍କ ସୁବିଧା ବିଭିନ୍ନ କାର୍ଯ୍ୟର ବିକାଶ ହୋଇପାରୁନାହିଁ ।
ସରକାରଙ୍କ ବିଭୀନ୍ନ ଯୋଜନା ଓ ଗାଁଗାଁରେ ବିକାଶ ଏବଂ ଜନସାଧାରଣ ଅତି ନିକଟରେନିଜ ଦୁଖ ଜଣାଇବା ପାଇଁ ପାଖରେ ପଂଚାୟତ ରହିଲେ ସମସ୍ତ ସୁବିଧା ପାଇବା ନିମନ୍ତେ ବାରଖମାର ନାଡାପାଟାଙ୍ଗ ଓ ସିନ୍ଦ୍ରିଗାଁର ମାଣିକୁଟି ଯଦୀ ନୁତନ ପଂଚାୟତ ଗଠନ ହେବ ତେବେ ଅଂଚଳବାସୀ ଦୁଃଖଦୁର ହେବ ବୋଲି ପଂଚାୟତବାସୀ ମାନେ କହିଛନ୍ତି ।
ଦେଶୀ ବନ୍ଧୁକ କାରଖାନା ଠାବ : ୪ ବନ୍ଧୁକ ଜବତ, ଜଣେ ଗିରଫ
କନ୍ଧମାଳ, ୫/୧୨ : କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା କଟ୍ରିଙ୍ଗିଆ ପଞ୍ଚାୟତର ପାଙ୍ଗାପାଜୁ ଗ୍ରାମରେ ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି ପୁଲିସ। ଘଟଣା ସ୍ଥଳରୁ ୩ଟି ଦେଶୀ ବନ୍ଧୁକ ଏବଂ ଗୋଟିଏ ପିସ୍ତଲ ସହିତ ନିର୍ମାଣ ପାଇଁ ବ୍ୟବହୃତ ସରଞ୍ଜାମ ମଧ୍ୟ ଜବତ କରାଯାଇଛି।
ଏହି ମାମଲାରେ କଟ୍ରିଙ୍ଗିଆ ପଞ୍ଚାୟତ ପାଙ୍ଗାପାଜୁ ଗ୍ରାମର ବାଞ୍ଛାନିଧି ବିନ୍ଧାଣୀଙ୍କୁ ପୁଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ବୁଧବାର ସକାଳେ ପୁଲିସ ପାଟ୍ରୋଲିଂ ଚାଲିଥିବା ବେଳେ ଏହି ଅଞ୍ଚଳରେ ଏକ ଦେଶୀ ବନ୍ଧୁକ ତିଆରି କାରଖାନା ଥିବା ନେଇ ପୁଲିସକୁ ବିଶ୍ଵସ୍ତ ସୂତ୍ରରୁ ଖବର ମିଳିଥିଲା। ସୂଚନା ଆଧାରରେ ଏସ ଆଇ ଅନନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ବାଞ୍ଛାନିଧିଙ୍କ ଘରେ ଚଢାଉ କରାଯାଇଥିଲା।
ଘର ଭିତରେ ଦେଶୀ ବନ୍ଧୁକ ତିଆରି ଚାଲିଥିବା ପୁଲିସ ଦେଖିବାକୁ ପାଇଥିଲା। ଘଟଣା ସ୍ଥଳରୁ ବନ୍ଧୁକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯିବା ସହ ବାଞ୍ଛାନିଧିଙ୍କୁ ଗିରଫ କରିଛି। ସେ ଅନେକ ଦିନ ଧରି ଏଭଳି ବନ୍ଧୁକ ତିଆରି କରି ନିକଟସ୍ଥ ଅଞ୍ଚଳରେ ବିକ୍ରି କରୁଥିବା ପୁଲିସ ଜାଣିବାକୁ ପାଇଛି।
ଏହି ବନ୍ଧୁକ ସାଧାରଣତଃ ଶିକାର ପାଇଁ ବ୍ୟବହାର କରାଯାଉଥିବା କହିଛି ପୁଲିସ । ଅପରପକ୍ଷେ, ବାଞ୍ଛାନିଧିଙ୍କ ନାମରେ ପୂର୍ବରୁ ମଧ୍ୟ ଗୋଚ୍ଛାପଡା ଥାନାରେ ଏଭଳି ଏକ ମାମଲା ରହିଥିବା ବିଷୟ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି କନ୍ଧମାଳ ଏସପି ହରିଶ ବିସି। ଏ ନେଇ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ସଦର ଏସଡିପିଓ ଶୁଭ୍ରଜିତ ବିଶ୍ବାଳ ସୂଚନା ଦେଇଛନ୍ତି।




