Odisha News

ନଦୀକୁ ଗାଧୋଇଵାକୁ ଯାଇଥିବା ବେଳେ କଂସାରୀ ଗଣ୍ଡରେ ବୁଡ଼ିଗଲେ ଯୁବକ,ଚାଲିଛି ଉଦ୍ଧାର କାର୍ଯ୍ୟ

ଖଲ୍ଲିକୋଟ ୨୬/୪: ଗଞ୍ଜାମ ଖଲ୍ଲିକୋଟ ଛତ୍ରପୁର ଥାନା ଗଙ୍ଗାପୁରରେ ଅଘଟଣ । ଗାଁ ନିକଟ ଋଷିକୁଲ୍ୟା କଂସାରୀ ଗଣ୍ଡରେ ଗାଧୋଇଵାକୁ ଯାଇ ଛତିଶିଗଡର ଜଣେ ଯୁବକ ନିଖୋଜ ହୋଇଛନ୍ତି ।
ନିଖୋଜ ଯୁବକ ଜଣକ ହେଉଛନ୍ତି ଆଶିଷ କୁମାର ବର୍ମା । ଅଗ୍ନିଶମ ବିଭାଗ ପକ୍ଷରୁ ଆଶିଷଙ୍କୁ ଖୋଜାଖୋଜି ଜାରି ରହିଛି ।
ଆଶିଷଙ୍କ ଜଣେ ସମ୍ପକୀୟ ଭୋଜିକୁ ଆସିଥିବା ବେଳେ ଆଜି ସକାଳୁ ସେ ନଦୀକୁ ଗାଧୋଇଵାକୁ ଯାଇଥିଲେ । ଗାଧୋଇଵା ସମୟରେ କୌଣସି ଅସବଧାନତା ଯୋଗୁଁ ପାଣିରେ ବୁଡି ଯାଇଥିଲେ ।
ସଂଗେ ସଂଗେ ଏନେଇ ଖବର ଜଣାପଡିବା ପରେ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜା ଖୋଜି ଜାରି ରହିଛି ।

Related Posts

Seo wordpress plugin by www.seowizard.org.