Odisha News

ଦୈନନ୍ଦିନ ଗୀତା ଶ୍ରବଣ, ମନନ ଓ ଅଭ୍ୟାସ ଦ୍ଵାରା ଜୀବନ ସଫଳ ହେବ :ଗଜପତି ମହାରାଜା

ବରଦା ଦାସଙ୍କ ରିପୋର୍ଟ
କଟକ , ୨୮/୯ : ସଫଳ ଜୀବନ ଓ ଭାରାକ୍ରାନ୍ତ ମନ ପାଇଁ ଗୀତା ର ସୂତ୍ର ବିଷୟରେ ଏକ ସତସଙ୍ଗ ଆଭାସୀ ଆଲୋଚନା ଅନୁଷ୍ଠିତ ହୋଇଯାଇଛି ।
କଳିଙ୍ଗ ଆଇଏଏସ୍ ଏକାଡେମୀ ଓ ଥିଙ୍କର୍ସ କ୍ଲବ ର ୬ ବର୍ଷ ରେ ୧୬୩ ତମ ଆଭାସୀ ମିଳିତ ଆଲୋଚନା କୁ ମୂଖ୍ୟ ଅତିଥି ଗଜପତି ମହାରାଜା ଦିବ୍ୟସିଂହଦେବ ଶୁଭାରମ୍ଭ କରି କହିଲେ ଯେ ଦୈନନ୍ଦିନ ଗୀତ ଶ୍ରବଣ, ମନନ ଓ ଅଭ୍ୟାସ ଦ୍ଵାରା ଜୀବନ ସଫଳ ହେବ,ଗୀତ ମାତାଙ୍କ ଆଶୀର୍ବାଦ ମିଳିପାରିବ ଓ ଗୁରୁକୃପା ଲାଭ କରିହେବ ।
ମୂଖ୍ୟ ବକ୍ତା ଭାବେ ସ୍ଵାମୀ ସଦାନନ୍ଦ ସରସ୍ଵତୀ ଶ୍ରୋତାମାନଙ୍କୁ ସଫଳ ମାନବ ଜୀବନ ସାଙ୍ଗକୁ ପ୍ରତିଯୋଗୀ ଛାତ୍ର ଛାତ୍ରୀ ମାନଙ୍କ ଭାରାକ୍ରାନ୍ତ ମନ ପାଇଁ ଗୀତାର ସୂତ୍ର ବିଷୟରେ ଭାବ ଗର୍ଭକୁ ଓଜସ୍ଵିନୀ ବକ୍ତବ୍ୟ ଦେଇ ମୁଗ୍ଧ କରାଇଥିଲେ ।
ଥିଙ୍କର୍ସ କ୍ଲବ ସଭାପତି ବରଦା ଦାସ ସଭା ସୁସଂଯୋଜନା କରି ପ୍ରତିଦିନ ଗୀତା ପାଠ ଉପରେ ଗୁରୁତ୍ଵ ଦେବାକୁ ପରାମର୍ଶ ଦେଇଥିଲେ ।
ଡ ସନ୍ତୋଷ ମହାପାତ୍ର, ପ୍ରଫେସର ଉମାଶଙ୍କର ମିଶ୍ର, ବରଦା ଦାସ ପ୍ରଶ୍ନ ପଚାରି ସନ୍ଦେହ ଦୂର କରି ଥିଲେ ।
କଳିଙ୍ଗ ଆଇ ଏ ଏସ ଏକାଡେମୀ ନିର୍ଦେଶକ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇ ସ୍ଵାମୀଜୀଙ୍କ ବକ୍ତବ୍ୟ କୁ ଭୂୟସୀ ପ୍ରଶଂସା କରି ନିଜ ମତ ରଖିଥିଲେ । ଶେଷରେ କ୍ଲବ ସମ୍ପାଦକ ପ୍ରଫେସର ଉମାଶଙ୍କର ମିଶ୍ର ଧନ୍ୟବାଦ ଦେଇଥିଲେ ।

Related Posts