Odisha News

ତୃତୀୟ ଲିଙ୍ଗଙ୍କ ଅଧିକାର ସୁରକ୍ଷା ସମ୍ପର୍କିତ କର୍ମଶାଳା, ମୁଖ୍ୟ ସୋତ୍ରରେ ସାମିଲ ପାଇଁ ସହଭାଗୀତା ଜରୁରୀ : ମୀରା ପରିଡ଼ା

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୩୧/୧୨ : ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ସାମାଜିକ ନ୍ୟାୟ ଏବଂ ସଶସ୍ତିକରଣ ମନ୍ତ୍ରଣାଳୟ ଭାରତ ସରକାରଙ୍କ ସହଯୋଗ ଓ ସାମାଜିକ ଅନୁଷ୍ଠାନ ‘ସଖା’ ଆନୁକୂଲ୍ୟରେ ତୃତୀୟ ଲିଙ୍ଗିଙ୍କ ଅଧିକାର ସୁରକ୍ଷା ଆଇନ ୨୦୧୯ ଓ ନିୟମ ୨୦୨୦ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଗଣମାଧ୍ୟମର ପ୍ରତିନିଧିଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି।
ଅନୁଷ୍ଠାନର ସଭାପତି ନେହା ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କର୍ମଶାଳାରେ ‘ସଖା’ ଅନୁଷ୍ଠାନର ପ୍ରତିଷ୍ଠାତା ମୀରା ପରିଡ଼ା, ମୁଖ୍ୟ ଉପଦେଷ୍ଟା ବରିଷ୍ଠ ଖବରଦାତା ବିଭୂତି ଭୂଷଣ ବିଶ୍ୱାଳ,ଡ଼. ମିତାଲି ମହାନ୍ତି,ଉପ ସଭାପତି ଅଶୋକ ଚମ୍ପତି ପ୍ରମୁଖ ଯୋଗଦେଇଥିଲେ। ପ୍ରତିଷ୍ଠାତା ମୀରା ପରିଡ଼ା କର୍ମଶାଳା ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସଖା ଅନୁଷ୍ଠାନ ତୃତୀୟ ଲିଙ୍ଗଙ୍କ ରାଜ୍ୟରେ ୧୫ ଟି ଜିଲ୍ଲାରେ କାମ କରୁଛି।
ଶିକ୍ଷା, ଦକ୍ଷତା ବିକାଶ, ଆତ୍ମନିର୍ଭର ସ୍ୱାବଲମ୍ବୀ ପାଇଁ କର୍ମଶାଳା, ପ୍ରଶିକ୍ଷଣ କାର‌୍ୟ୍ୟକ୍ରମ ହାତକୁ ନେଇଛି ବୋଲି ମୀରା କହିଥିଲେ। ସମାଜସେବୀ ଡ଼. ମହାନ୍ତି ଆଇନର ବିଭିନ୍ନ ଦିଗ ଓ ଏହାର କାର‌୍ୟ୍ୟକାରିତା ସମ୍ବନ୍ଧରେ ବୁଝାଇଥିଲେ।
ଏ ଦିଗରେ ଅଧିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ଆବଶ୍ୟକତା ରହିଛି ବୋଲି କହିଥିଲେ। ଅନୁଷ୍ଠାନର ପ୍ରୋଜେକ୍ଟ ମ୍ୟାନେଜର ସସ୍ମିତା ସାହୁ କର୍ମଶାଳା ସଂଯୋଜନା କରିଥିବା ବେଳେ କାଉନସିଲର ଲିଜାରାଣୀ ନାୟକ ସହଯୋଗ କରିଥିଲେ।

Related Posts