ତଥାପି ରହସ୍ୟରେ ନାବାଳକ ବଳି ମାମଲା:ଅଭିଯୁକ୍ତ ବାପପୁଅ ଗିରଫ ,ସାମ୍ବାଦିକ ସମ୍ମିଳନୀରେ ପୁଲିସ୍ କହୁଛି ; ପୂର୍ବଶତ୍ରୁତାରୁ ହତ୍ୟା
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୨୪/୧୦:ଲାଠୋର ଥାନା ଅନ୍ତର୍ଗତ ଜଲପାଙ୍କେଲ ଗ୍ରାମର ତପନ ବେମାଲ ଙ୍କର ସାନପୁଅ ମଣ୍ଟୁ ଓରଫ ସୋମନାଥ ( ୧୧ ) ପୂର୍ବଦିନ ଅପରାହ୍ନରେ ନିଖୋଜ୍ ହୋଇଯିବା ଓ ତା\’ର କ୍ଷତବିକ୍ଷତ ମୃତଦେହ ଗତ ୧୭ ତାରିଖ ସକାଳେ ନିକଟସ୍ଥ ଝଲିଆଲିଟି ବଡଡୁଙ୍ଗୁରି ଉପରୁ ମିଳିବାପରେ ଏହା ଏକ ବଳିକାଣ୍ଡ ବୋଲି ଗ୍ରାମବାସୀଙ୍କ ମଧ୍ୟରେ ଚର୍ଚ୍ଚା ପ୍ରକାଶ ପାଇଥିଲା।
ଏଥିପାଇଁ ଗ୍ରାମର ଜଣେ ସନ୍ଦିଗ୍ଧ ବ୍ୟକ୍ତି ଉପରେ ପ୍ରବଳ ଆକ୍ରୋଶ ଓ ଉତ୍ତେଜନା ସୃଷ୍ଟି ହୋଇଥିଲା।ଏପରିକି ପରଦିନ ଖପ୍ରାଖୋଲ- ଲାଠୋର ରାସ୍ତା ଅବରୋଧ କରାଯାଇ ସଠିକ୍ ତଦନ୍ତ ଦାବି କରାଯାଇଥିଲା ଓ ଜଣେ ପୁଲିସ୍ ଅଧିକାରୀ ଙ୍କ ଦୁର୍ବ୍ୟବହାର ଅଭିଯୋଗରେ ମାଡ ମଧ୍ୟ ମରାଯାଇଥିଲା।
ସେହିଦିନ ଏ ସମ୍ପର୍କରେ ସ୍ଥାନୀୟ ଲାଠୋର ଥାନାରେ ପରିବାର ପକ୍ଷରୁ ଏତଲା କ୍ରମେ ଏକ ମାମଲା ଋଜୁ କରି ପୁଲିସ୍ ତନାଘନା ତଦନ୍ତ ଚଳାଇ ସନ୍ଦେହ ଓ ସୁରକ୍ଷା ଦୃଷ୍ଟିରୁ ଉକ୍ତ ସନ୍ଦିଗ୍ଧ ବ୍ୟକ୍ତି ର ସପରିବାର କୁ ଥାନା ରେ ଅଟକ ରଖି ପଚରାଉଚୁରା କରୁଥିବା ସହ ଶବବ୍ୟବଚ୍ଛେଦ ପୂର୍ବକ ବଲାଙ୍ଗୀର ରୁ ସାଇଣ୍ଟିଫିକ୍ ସ୍କ୍ବାର୍ଡ ସହ ବଲାଙ୍ଗୀର ଓ ଭବାନୀପାଟଣା ରୁ ଡଗ୍ ସ୍କ୍ବାର୍ଡ ମଗାଇ ଅନୁସନ୍ଧାନ ଚଳାଇଥିଲା।
ତେବେ ଭବାନୀପାଟଣାର ସନ୍ଧାନୀ କୁକୁରର ଅଭିଯୁକ୍ତର ଘରକୁ ବାଡା ଡେଇଁ ପଶି ବନ୍ଦ ଦରଜାରେ ଭୁକିବାର ଦୁଇଥର ଡିଟେକ୍ସନ୍ ରେ ଲୋକଙ୍କ ସନ୍ଦେହ ଦୃଢୀଭୂତ ହୋଇଥିଲା।
ଅଟକ ଅଭିଯୁକ୍ତର ପୂର୍ବ ଅପବାଦ ଦୃଷ୍ଟିରୁ ଏହା ଗୁଣିଗାରଡି ବା ଗୁପ୍ତଧନ ପାଇଁ ଏକ ବଳିକାଣ୍ଡ ବୋଲି ଲୋକେ ଦୃଢ ଦାବି କରି ଆସୁଥିଲେ।
ପ୍ରକାଶ ଯେ ଅଭିଯୁକ୍ତ ଜଣକ ନିକଟବର୍ତ୍ତୀ କରୁଆଁଝର ଗ୍ରାମର ହୋଇଥିଲେ ହେଁ,ପ୍ରାୟ ୨୦/ ୨୫ ବର୍ଷ ପୂର୍ବେ ତା\’ର ବଡଭାଇ ତାଙ୍କ ଗ୍ରାମ ଚଉଲଡିଆ ଗ୍ରାମର ପୋଖରୀଆଡିରେ ଏକ କୁଡିଆରେ ତନ୍ତ୍ର ବିଦ୍ୟାଦି ପୂଜା କରୁଥିବାର ତଥା ସେଠାକୁ ଗାଧୁଆ ପାଧୁଆଦି କରିବା କୁ ଯାଉଥିବା ଝିଅବୋହୁଙ୍କ ଅଭିଯୋଗକ୍ରମେ ଗ୍ରାମବାସୀଙ୍କ ପକ୍ଷରୁ ଉକ୍ତ କୁଡିଆକୁ ଭଙ୍ଗାରୁଜା କରି ତାକୁ ଲଣ୍ଡା କରିଦିଆଯାଇଥିଲା ଓ କିଛିଦିନ ପରେ ତାଙ୍କର ମୃତ୍ୟୁ ମଧ୍ୟ ହୋଇଯାଇଥିଲା।
ବଡଭାଇ ସାଙ୍ଗ ରେ ପ୍ରାୟତଃ ପୂଜାପୂଜି କଲାବେଳେ ଯାଉଥିବା ସାନଭାଇ ଏହି ସନ୍ଦିଗ୍ଧ ଅଭିଯୁକ୍ତ ତା\’ପରେ ଗାଁ\’ରୁ ପଳାଇଆସି ତା\’ ଶଶୁରଘର ଏହି ଜଲପାଙ୍କେଲ ଗ୍ରାମରେ ରହୁଥିବା ଓ ପରେ ତା\’ର ସାନଭାଇ ମଧ୍ୟ ଆସି ସରକାରୀ ଗୋଚର ଜମି ଜବରଦଖଲ କରି ଘରତିଆରି କରି କିଛିବର୍ଷ ହେଲା ରହୁଥିବା ଗ୍ରାମବାସୀ ଙ୍କ ଚର୍ଚ୍ଚା ରୁ ଜଣାପଡେ।
ଆହୁରି ମଧ୍ୟ,ପ୍ରାୟ ୧୧ ବର୍ଷତଳେ ୨୦୧୩ ରେ ଏହି ଜଲପାଙ୍କେଲ ଗ୍ରାମର ସୋନୁ ରଣାଙ୍କ ପୁଅ ମଧୁ ରଣା ( ୧୮ ) ଙ୍କର ଗଳିତ ମୃତ ଦେହ ନିଖୋଜ୍ ହେବାର ୪/ ୫ ଦିନ ପରେ ଏହି ଗ୍ରାମ ନିକଟସ୍ଥ ଝଲିଆଲିଟି ବଡଡୁଙ୍ଗୁରି ଉପରୁ ଉଦ୍ଧାର କରାଯାଇଥିଲା।
ମୃତ ମଧୁ ଏହି ଅଭିଯୁକ୍ତର ପୁଅ ମିଥୁନ୍ ସହ ସାଙ୍ଗ ହେଉଥିବା ଓ ଗାଁ\’ର ଏକ ଝିଅ ସହ ପ୍ରେମ ଚକ୍କରରେ ଏହା ଏକ ଆତ୍ମହତ୍ୟା ବା ମିଥୁନ୍ ଦ୍ବାରା ମଧୁକୁ ହତ୍ୟା ଏ ନେଇ ସ୍ପଷ୍ଟ ହୋଇପାରି ନଥିଲେ ହେଁ ସେତେବେଳେ ଏହାକୁ ଗୁଣିଗାରେଡି ଜନିତ ଏକ ବଳି ତଥା ଅଭିଯୁକ୍ତ ଓ ତା\’ର ପୁଅ ମିଥୁନର ଏଥିରେ ଜଡିତ ଥିବା ଚର୍ଚ୍ଚା ହୋଇଥିଲା।
ତେବେ କଥା ଏଇଠି ସରି ନଥିଲା ଓ ଗ୍ରାମର କିଛିଲୋକ ନିଖୋଜ୍ ମଧୁକୁ ଖୋଜିବା କୁ ସନ୍ଦେହ କରାଯାଉଥିବା,ମିଥୁନ କୁ ବାଇକ୍ ରେ ବସାଇ ନେଇ ଯାଇଥିବା ବେଳେ କୁଆଡେ ମିଥୁନ୍ ଗାଡିରୁ ଡେଇଁ ପଳାଇ ଯାଇଥିବା, ସାଙ୍ଗରେ ନେଇଥିବା ଗାଁ\’ର ଲୋକମାନେ ଫେରି କହିଥିଲେ।ଏହାର କିଛିଦିନ ପରେ କଣ୍ଟାବାଞ୍ଜି ନିକଟସ୍ଥ ରେଳଧାରଣାରୁ ମିଥୁନର ଶବ ମିଳିଥିଲା।
ଯାହାକୁ ତା\’ର ବାପା ଏହି ଅଭିଯୁକ୍ତ ସେଠାକୁ ଯାଇ ଚିହ୍ନଟ କରିଥିଲେ।ସେତେବେଳେ ମଧୁକୁ ବାପପୁଅ ବଳି ଚଢାଇ ନିଜକୁ ଲୁଚାଇବାକୁ ଅନ୍ୟ କାହାର ଶବକୁ ଏହି ଅଭିଯୁକ୍ତ ନିଜପୁଅର ବୋଲି ମିଛପ୍ରଚାର କରିଥିବା ଓ ଏବେ ବି ବାହାରେ କେଉଁଠି ରହି ମିଥୁନ୍ ବଞ୍ଚିଥିବା ଗ୍ରାମରେ କୁହାଯାଉଛି।
ସେତେବେଳେ ତା\’ପୁଅ ଓ ତାକୁ ମିଛ ଅପବାଦ ଦେଉଥିବା ଘଟଣାରେ ଗାଁ\’ରେ ନେତୃତ୍ବ ନେଉଥିବା ଦଳ ବେମାଲଙ୍କ ନାତି ଏହି ମଣ୍ଟୁ ଓରଫ ସୋମନାଥକୁ ପୂର୍ବଶତ୍ରୁତା ଯୋଗୁଁ ଉକ୍ତ ସନ୍ଦିଗ୍ଧ ଅଭିଯୁକ୍ତ ହତ୍ୟା କରିଥିବା ଏହାର ତଦନ୍ତ କରି ଉକ୍ତ ସନ୍ଦିଗ୍ଧ ଅଭିଯୁକ୍ତ ଡୋଲାମଣି ରଣା ( ୫୫ ) ଓ ତା\’ର ପୁଅ ମୁକେଶ ରଣା ( ୩୨ ) କୁ ପୁଲିସ୍ ଗିରଫ କରି ଆଜି ଉପରବେଳା କୋର୍ଟ ଚାଲାଣ କରିଛି।
ପାଟଣାଗଡ ଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ପାଟଣାଗଡ ଏସଡିପିଓ ସଦାନନ୍ଦ ପୂଜାରୀ ଓ ଲାଠୋର ଥାନାଧିକାରୀ ରାକେଶ ବେହେରା ପ୍ରକାଶ କରିଛନ୍ତି ଯେ,ପୂର୍ବ ଶତ୍ରୁତା ରୁ ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତ ବାଳକଟିକୁ ଅପହରଣ କରିନେଇ ଡୁଙ୍ଗୁରି ଉପରେ ହିଁ ନୃଶଂସ ଭାବରେ ବାଡିରେ ପିଟି ମୁଣ୍ଡକୁ ଗୋଜିଆ ପଥରରେ ଛେଚି ହତ୍ୟା କରି ପାଖରେ ଏକ ଖାଲ ଖୋଳି ପୋତିଦେବାକୁ ଉଦ୍ୟମ କରିଥିବା ଓ କୌଣସି କାରଣ ରୁ ଖୋଳା ଖାଲ କୁ ଅଧା ଛାଡିଦେଇ ପଳାଇଥିବା ପ୍ରକାଶ।ଶବ ବ୍ୟବଚ୍ଛେଦ ରିପୋର୍ଟ ଜଣାପଡିପାରି ନ ଥିଲେ ହେଁ,ପିଲାଟିର କେବଳ ମୁଣ୍ଡ ପଛପଟେ ଦୁଇ / ତିନୋଟି ଗଭୀର ଆଘାତ ରହିଛି ଓ ଘଟଣା ସ୍ଥଳ ରେ ରକ୍ତ ଜମା ହୋଇ ଯାଇଥିଲା।ଦେହର ଅନ୍ୟ କୌଣସି ସ୍ଥାନରେ ଆଉ କୌଣସି ଆଘାତ ନଥିବା କୁହାଯାଉଛି।ମୃତ୍ୟୁର ସମୟ ସନ୍ଧ୍ୟା ସମୟରେ ହିଁ ଘଟିଥିବା ପୁଲିସ୍ ସୂତ୍ରରୁ ପ୍ରକାଶ।
ତଦନ୍ତକାରୀ ପୁଲିସ୍ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ରକ୍ତଲଗା ଖଣ୍ଡ ଖଣ୍ଡ ଭଙ୍ଗାବାଡି,ପଥର ସହ ପରେ ସିନ୍ ରିକ୍ରିଏସନ୍ କଲା ବେଳେ ରଫା ଓ ଅନ୍ୟାନ୍ୟ ସନ୍ଦେହ ଜନକ କେତେକ ଜିନିଷ ଜବତ କରିଛି।ଏସ୍ ପି ଋଷିକେଶ ଖିଲାରୀଙ୍କ ନିର୍ଦ୍ଦେଶରେ ଏହି ମାମଲାର ତତ୍ତ୍ବାବଧାନ କରୁଥିବା ଏସ୍ ଡି ପି ଓ ଶ୍ରୀ ସଦାନନ୍ଦ ପୂଜାରୀ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତ ଦୋଷ ସ୍ବୀକାର କରିଥିବା ଓ ତା\’ର ରକ୍ତଲଗା ସାର୍ଟ ଜବତ କରାଯାଇଛି ବୋଲି ପ୍ରକାଶ କରିଛନ୍ତି।
ତେବେ ଏହାକୁ ଗ୍ରାମବାସୀଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ଭାବରେ ଗ୍ରହଣ କରାଯାଇ ନାହିଁ ।ଗ୍ରାମବାସୀଙ୍କ ପକ୍ଷରୁ ପୁଲିସ୍ ର ଏହି ତଦନ୍ତରେ ଠିକ୍ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କୁହାଯାଇ ଥିଲେ ହେଁ,ହତ୍ୟାର କାରଣକୁ ଗ୍ରହଣ କରାଯାଇନାହିଁ।
ଏବେ ମଧ୍ୟ ହତ୍ୟାର କାରଣ ନରବଳି ବୋଲି ଚର୍ଚ୍ଚା ହେଉଛି।ହୁଏତ ପ୍ରଥମେ ଲୋକେ ଦାବି କରିଥିବା ଅଭିଯୁକ୍ତର ଘରର ବନ୍ଦ ଦୁଇଟି ବଖରା ଖୋଲିଥିଲେ,ତା\’ ଭିତରେ ଲୁଚାଇ ରଖାଯାଇଥିବା ପିଲାଟି ମିଳିପାରି ଥା\’ନ୍ତା,ଯାହାକୁ ପୁଲିସ୍ ଏହି କୋଠରୀରେ କବାଡି ସାମାନ୍ ଅଛି ବୋଲି କହି ଟାଳି ଦେଇଥିବା ଗ୍ରାମବାସୀଙ୍କ ଠାରୁ ପ୍ରକାଶ।ଆହୁରି ମଧ୍ୟ,ଯେଉଁ ଫଟୋଟି ଉଠାଯାଇ ସୋସିଆଲ୍ ମିଡିଆରେ ଛଡା ଯାଇଛି,ତାହା ଅନ୍ୟତମ ଅଭିଯୁକ୍ତ ମୁକେଶର ପୂଜାକୋଠରୀ ଓ ମୁଖ୍ୟ ଅଭିଯୁକ୍ତ ଡୋଲାମଣିର ପୂଜା କୋଠରୀରେ କାଳୀଫଟୋ,ମାଟିହାଣ୍ଡିରେ ଆଉ ଏକ ଦେବୀ ମୂର୍ତ୍ତି ରହିଥିବା ମୃତ ବାଳକର ବାପାଙ୍କ ଠାରୁ ପ୍ରକାଶ।ମୃତ ପିଲାଟିର ବାପା ତପନ ବେମାଲ କହିଛନ୍ତି ଯେ,ଏହା ଏକ ବଳିକାଣ୍ଡ।ଯଦି ମୋ ବାପାଙ୍କ ସହିତ ଡୋଲାମଣିର ପୂର୍ବଶତ୍ରୁତା ରହିଥିଲା,ସେ ମୋ\’ ବାପା ଙ୍କୁ ନ ମାରି ମୋ\’ ପୁଅକୁ ମାରିଲା କାହିଁକି?ପୁଲିସ୍ ର ଏ କାହାଣୀରେ ଆମେ ସନ୍ତୁଷ୍ଟ ନୋହୁଁ ଓ ଆମେ ଏହାର ସିବିଆଇ ତଦନ୍ତ ଦାବି କରୁଛୁଁ।ପୁଲିସ୍ ମିସିନ୍ ( ପଲିଗ୍ରାଫ୍ ଓ ନାର୍କୋଟିକ୍ ଟେଷ୍ଟ୍ ଇତ୍ୟାଦି ) ଲଗାଇ ଏହାର ଅଧିକ ତଦନ୍ତ କରୁ! \’
ଏଣୁ ଏହାକୁ ଏଡ଼ାଇ ଦିଆଯାଇ ନ ପାରେ।ପୁଲିସ୍ ର ଉପରୋକ୍ତ ଗପ ବି ବିଶ୍ବାସଯୋଗ୍ୟ ଲାଗୁ ନଥିବା ଲୋକମାନଙ୍କ ମତରୁ ପ୍ରକାଶ। କେତେକ ଙ୍କ ମତରେ ହୁଏତ ଅଭିଯୁକ୍ତ ପିଲାଟିକୁ ଅପହରଣ କରିନେବା ପରେ ଘରେ ଲୁଚାଇ ରଖିଥିଲା ଓ ତାକୁ ସନ୍ଦେହରେ ଗ୍ରାମବାସୀଙ୍କ ତା\’ର ଘରକୁ ଯାଇ ଘେରାଉ କରିବାରୁ ସେ ଜୀବନ ଭୟରେ ଥାନାକୁ ସପରିବାର ପଳାଇବା ଓ କିଛି ସମୟ ପରେ ଥାନାରୁ ପୁଲିସ୍ ତା\’କୁ ଛାଡିଦେବା ପରେ ସେ ଓ ତା\’ ପରିବାରର ଲୋକେ ମିଶି ପିଲାଟିକୁ ଡୁଙ୍ଗୁରି ଉପରକୁ ନେଇ ମାରି ପୁଣି ପଳାଇ ଆସିଥିବା ଅନୁମାନ କ ରୁଛନ୍ତି।ହୁଏତ ସେଇ କାରଣରୁ ଉକ୍ତ ବନ୍ଦ କୋଠରୀ ଦୁଇଟି ଖୋଲାଯାଇ ନଥିଲା!
ତେବେ ସେ ଯା\’ ହେଉ ଆଜି ପରବର୍ତ୍ତୀ ସମୟରେ ସିନ୍ ରିକ୍ରିଏସନ୍ ବେଳେ ଏକ ବଣତୁଳସୀବୁଦା ଘେରା ଗଛମୂଳରୁ ମଦପାଉଚ୍,ଗ୍ଲାସ୍ ଓ ଏକ ପିଙ୍କ୍ ରଙ୍ଗର କୁର୍ତ୍ତା ଆଦି ପୁଲିସ୍ ଜବତ କରିଥିବା ଘଟଣାକୁ ମୃତବାଳକର ବାପାଙ୍କ ସମେତ ଗ୍ରାମବାସୀମାନେ ସେତେଟା ବିଶ୍ବାସ କରୁନାହାଁନ୍ତି।
ଏଣୁ ଏହି ବାଳକ ମୃତ୍ୟୁର ପ୍ରକୃତକାରଣ କ\’ଣ,ଏବେ ବି ରହସ୍ୟମୟ ରହିଛି।