ଟିପିଏନଓଡିଏଲ୍ ପକ୍ଷରୁ ‘ଫେମେ ଫିଏଷ୍ଟା’

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ବର,୮/୩ :ଟିପିଏନଓଡିଏଲ୍ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ’ଫେମେ ଫିଏଷ୍ଟା’ ଅନୁଷ୍ଠିତ ହୋଇଛି। ମହିଳା ଉପଭୋକ୍ତାମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଟିପିଏନଓଡିଏଲ୍ ପ୍ରତି ସେମାନଙ୍କ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇବା ପାଇଁ ଏହାର ଆୟୋଜନ କରାଯାଇଥିଲା।
କାର୍ଯ୍ୟକ୍ରମରେ ସିଇଓ ଦ୍ୱିଜଦାସ ବସକ, ଚିଫ କମର୍ସିଆଲ ଓ ସିଏସଆର୍ ପର୍ବିନ୍ ବର୍ମା ପ୍ରମୁଖ ଉପସ୍ଥିତ ରହି ସେମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଶ୍ରୀ ବସକ କହିଥିଲେ ଯେ, ସାମ୍ପ୍ରତିକ ସମାଜରେ ମହିଳା ସଶକ୍ତିକରଣ କେବଳ ନାରା ନୁହଁ, ଏହା ବାସ୍ତବରେ ପ୍ରତିଫଳିତ।
ସେମାନେ ପୁରୁଷଙ୍କ ସହ ସମକକ୍ଷ। ସେମାନେ ସ୍ବାବଲମ୍ବୀ। ତଥାପି କିଛି ଅଞ୍ଚଳରେ ତ୍ରୁଟି ବିଚ୍ୟୁତି ରହିଛି। ତେଣୁ ମହିଳାମାନଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇଁ ଆମେ ସମସ୍ତେ ସର୍ବଦା ଯତ୍ନଶୀଳ ହେବା ଆବଶ୍ୟକ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ସେମାନଙ୍କ ସୃଜନଶୀଳତା ବିକାଶ ପାଇଁ ଆଲୋଚନା ଚକ୍ର ମଧ୍ୟ ଆୟୋଜନ କରାଯାଇଥିଲା।
ସେହିପରି ଟିପିଏନଓଡିଏଲର ମହିଳା କର୍ମଚାରୀଙ୍କୁ ନେଇ ମଧ୍ୟ ମହିଳା ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥି ସହ ସେମାନଙ୍କୁ ସମ୍ମାନିତ ମଧ୍ୟ କରଯାଇଥିଲା।