Odisha News

ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା ସଚେତନତା ତାଲିମ ଅନୁଷ୍ଟିତ

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୨୯/୩ : ବଲାଙ୍ଗୀର ଜିଲ୍ଲା ବନଖଣ୍ଡ ଅଧିକାରୀ ଙ୍କ ସଭା ଗୃହ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା ସଚେତନତା ତାଲିମ ଅନୁଷ୍ଟିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତି ର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୁଗେଶ୍ୱର୍ ମହାନ୍ତି ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ।
କିଶୋର ନ୍ୟାୟ ଆଇନ୍ ୨୦୧୫,ଶିଶୁ ଶ୍ରମିକ ଆଇନ୍ , ଫୋଷ୍ଟୋର କେୟାର,ଆପ୍ଟର କେୟାର,ବାଲ୍ୟ ବିବାହ ଆଇନ୍, ପୋଷ୍ୟ ସନ୍ତାନ ଗ୍ରହଣ ଆଇନ୍,ପୋସକୋ ଆଇନ୍,ଚାଇଲ୍ଡ ହେଲ୍ପ ଲାଇନ ୧୦୯୮ ବିଷୟରେ ସଚେତନତା ସୃଷ୍ଟି କରିବାପାଇଁ ତାଲିମ ମାଧ୍ୟମରେ ଆହ୍ବାନ କରିଥିଲେ।
ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ଅରୁଣ ଖୁଆଶ ଶିଶୁ ମାନଙ୍କର ଯତ୍ନ, ସୁରକ୍ଷା ପାଇଥିବା ଶିଶୁ ଯତ୍ନ ଅନୁଷ୍ଠାନ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ।
ଏହି ଅବସରରେ ଏଡ୍ ଏଡ୍ ଆକ୍ସନ ର ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ଜିଲ୍ଲା ପରାମର୍ଶଦାତା ଆଲିଶା ଚକ୍ରବର୍ତ୍ତୀ ଉପସ୍ଥିତ ରହି ବାଲ୍ୟ ବିବାହ ଆଇନ୍ କାନୁନ୍ ଉପରେ ସଚେତନତା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ରେ ଅବସ୍ଥାପିତ ଥିବା ଅରୁଣା ର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଏହି ତାଲିମର ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ।
ଶିଶୁ ସୁରକ୍ଷା ଯତ୍ନ ପାଇଁ ଥିବା ବିଭିନ୍ନ ଯୋଜନା ଯଥା ଆଶୀର୍ବାଦ,ଗ୍ରୀନ ପାସେଜ,ପନସର୍ ସିପ୍,ପୃଷ୍ଟ ପୋଷକତା ରାଶି,ଯଶୋଦା ଯୋଜନା ର ଆବଶ୍ୟକତା ଉପରେ ସମ୍ୟକ୍ ଧାରଣା ଦେଇଥିଲେ।
କାର୍ଯ୍ୟକ୍ରମରେ ଆଶିଷ ନାୟକ,ଚାଇଲ୍ଡ ହେଲ୍ପ ଲାଇନର ବସନ୍ତ ହରିପାଲ,ସୁଦାମ ଖମାରୀ,ଶୁଭମ୍ ଜେନା,ସୁନ୍ଦର ସା,ଶ୍ରଦ୍ଧାଞ୍ଜଳି ସିଂ ପ୍ରମୁଖ ଉପସ୍ଥିତ ରହି ତାଲିମ ପରିଚାଳନା କରିଥିଲେ।

Related Posts