ଜିଲ୍ଲାସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୩/୨: ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ ଟିକାବାଲି ଠାରେ ଅଧ୍ୟକ୍ଷ ଶିବ ପ୍ରସାଦ ପଣ୍ଡା ଙ୍କ ଅଧକ୍ଷତାରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଚାରି ଜଣ ଲେଖାଏଁ ଶିକ୍ଷକ ଶିକ୍ଷୟିତ୍ରୀ ଓସିଆରସିସି ଙ୍କୁ ନେଇ ତିନି ଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଅଛି ।
ଶିକ୍ଷଣ ଫଳାଫଳ ଓ ଦକ୍ଷତା ଆଧାରିତ ଅନେକ ଶିକ୍ଷଣ ଉପକରଣ ପ୍ରସ୍ତୁତ କରିବା ଯାହାକି ଶିକ୍ଷାର୍ଥୀ ଙ୍କୁ ଶିକ୍ଷଣ ପ୍ରତି ଆକୃଷ୍ଟ ପାଇଁଅଧ୍ୟକ୍ଷ ଆଲୋକପାତ କରିଥିଲେ ଓ ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ପ୍ରଶିକ୍ଷିକା ସସ୍ମିତା ପ୍ରଧାନ ଓ ରଶ୍ମିତା ଗିରି ପ୍ରମୁଖ ଉପସ୍ଥିତ ରହି ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସହଯୋଗ କରିଥିଲେ ।
ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମଧ୍ୟରେ ସଞ୍ଜୟ କୁମାର ମାଝୀ, ଅରବିନ୍ଦ ମହାପାତ୍ର, ଲାଲମୋହନ କହଁର,ପଞ୍ଚାନନ ଗନ୍ତାୟତ,ସୁଶାନ୍ତ କୁମାର ମଲ୍ଲିକ, ବୀରେନ୍ଦ୍ର ସାହାଣୀ, ବିଦେଶୀ ନାୟକ, ଜୁବୁଲି ପଣ୍ଡା, ମଧୁସୂଦନ ନାୟକ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳାରେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ମହାଶିବରାତ୍ରୀ ପାଇଁ ସଜେଇ ହେଉଛି ବିଭିନ୍ନ ଶୈବପୀଠ
ବାଲିଗୁଡା, ୧୩/୨ : ଆଉ ଦିନକ ପରେ ଆସୁଛି ମହାଶିବରାତ୍ରୀ ବା ଜାଗର ଯାତ୍ରା, ଏ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଶୈବପୀଠ ଗୁଡିକରେ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟୟରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ଜାଗର ଯାତ୍ରାକୁ ସୁରୁଖୁରୁରେ କିପରି ପାଳନ କରିବେ ସେ ନେଇ ସମସ୍ତ ଶୈବ ପୀଠ ପରିଚାଳନା କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ସହ କାର୍ୟ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି ।
ଟାଉନ ର ବିରୁପାକ୍ଷ, ରାମେଶ୍ୱର, ଧବଳେଶ୍ୱର, ଜାଲେଶପଟ୍ଟାର ଜଳେଶ୍ୱର, ଚକାପାଦ ର ବିରୁପାକ୍ଷ, ଟିକାବାଲି ନିକଟସ୍ଥ ଡୁଙ୍ଗି ର ପ୍ରସିଦ୍ଧ ଶୈବ ପୀଠ ସମେତ ଅନ୍ୟ ଶୈବପୀଠ ରେ ନାମଯଜ୍ଞ, ଅନ୍ନଯଜ୍ଞ, ଘୃତ ଯଜ୍ଞ ଆୟୋଜନ ହେଉଥିବା ବେଳେ ଆଉ କେତେକ ଶୈବ ପୀଠ ଗୁଡିକରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯିବା ପାଇଁ ସ୍ଥିର କରାଯାଇଛି ।
ଏ ବର୍ଷ ଶୈବପୀଠ ଗୁଡିକରେ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଥିବାରୁ ଶ୍ରଦ୍ଧାଳୁ କିପରି ଶାନ୍ତି ଶୃଙ୍ଖଳା ର ସହ ମହାଦେବ ଙ୍କ ଦର୍ଶନ କରିବେ ଓ ଯଥା ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ସହ ଠିକ୍ ସମୟରେ ଯେପରି ମହାଦୀପ ଉଠିବ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି କୁ ତଦାରଖ ପାଇଁ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଛି ।
ଏଥି ସହ ମନ୍ଦିର ଗୁଡ଼ିକର ସୌନ୍ଦର୍ଯ୍ୟକରଣ ପାଇଁ ଆଲୋକୀକରଣ କାର୍ଯ୍ୟ ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ତେବେ ଶ୍ରଦ୍ଧାଳୁ ମାନେ ଜାଗର ପାଳନ ପାଇଁ ଉତ୍କଣ୍ଠା ସହ ଅପେକ୍ଷା କରିଥିବା ଜଣାଯାଇଛି ।




