ଜିଲ୍ଲାସ୍ତରୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୭/୪: ଆଜି ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।
ମୁଖ୍ୟ ଅତିଥ୍ୟ ଭାବେ ଇଂ. ଦେବାଶିଷ ପଟ୍ଟନାୟକ, ଅଧ୍ୟକ୍ଷ, ଜିଲ୍ଲା ପରିଷଦ, ନୟାଗଡ, ଜିଲ୍ଲାର ବୁଦ୍ଧିଜୀବୀ, ସାମ୍ବାଦିକ, ବିଭିନ୍ନ ପଦାଧ୍ୟାକାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏହା ପରେ ବୈଠକର ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀମତୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ସ୍ବାଗତ ଭାଷଣ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୁ ତାଙ୍କ ଅଭିଭାଷଣରେ କହିଲେ ଯେ, ଆମକୁ ପରିଚୟ ଦେଇଥି୍ବା ମନିଷୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କର ଆଜି ଜୟନ୍ତୀ ପାଳନରେ ଶିକ୍ଷା ବିନା ସବୁ ଅନ୍ଧାର ଏ କଥା ସେ ହୃଦୟଙ୍ଗମ କରିପାରିଥିଲେ ଏବଂ ବହୁ ସ୍କୁଲ, କଲେଜ ପ୍ରତିଷ୍ଠା କରିଥିଲେ ।
ସେତେବେଳେ ଏକମାତ୍ର ପ୍ରୋଭିନସ୍ ଥିଲା ଯେଉଁଠାରେ ମାଗଣାରେ ଖାଇବା, ପଢ଼ିବା ପାଇଁ ସୁଯୋଗ ଦିଆଯାଉଥିଲା । ବାଣୀବିହାରର ଅନୁଷ୍ଠାନ ପାଇଁ ସେ ତାଙ୍କର ନିଜ ଅର୍ଥଦାନ କରିଥିଲେ । ଜାତିପ୍ରୀତି ଦେଶପ୍ରୀତିରେ ଉଦ୍ବୁଦ୍ଧ ହୋଇ ଇଂରେଜ୍ ସରକାରଙ୍କୁ ପ୍ରଭାବିତ କରି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଦାବି କରିଥିଲେ ।
ସେହିପରି ସାମ୍ବାଦିକ ଶ୍ରୀ ରାମକୃଷ୍ଣ ରଥ, ଶ୍ରୀ ରଜତ କୁମାର ପଟ୍ଟନାୟକ ତାଙ୍କର ବକ୍ତବ୍ୟ ରଖିଥିଲେ । ମହମ୍ମଦ ଓମର ମାଲ୍ଲିକ, ଅବସରପ୍ରାପ୍ତ ଅଧ୍ୟକ୍ଷ ତାଙ୍କ ବକ୍ତବ୍ୟରେ କହିଲେ, ଇତିହାସକୁ ଜାଣିବା ଆମର ଓଡ଼ିଆ ଅସ୍ମିତା,ସଂକ୍ଷିପ୍ତ
ଇତିହାସ ଜାଣିଲେ ଓଡ଼ିଆର ଅସ୍ମିତା ରହିବ । ଶ୍ରୀ ଶରତ ଆଚାର୍ଯ୍ୟ, ଶିକ୍ଷକ ତଦନୁଯାୟୀ ତାଙ୍କର ବକ୍ତବ୍ୟ ରଖିଥିଲେ । ଶେଷରେ ଧନ୍ୟବାଦ ପ୍ରଦାନ କରାଯାଇ ସଭା ସାଙ୍ଗ କରାଯାଇଥିଲା ।