Odisha News

ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ :୧୫୬୬ ଜଣଙ୍କୁ ମିଳିଲା ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର,୬ /୯ : ବଲାଙ୍ଗିର ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ସ୍ଥାନୀୟ ଟାଉନ ବଏଜ ହାଇସ୍କୁଲ ଖେଳପଡିଆଠାରେ ଅନୁଷ୍ଠିତ ହେଇଛି । ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବ ଅନୁଷ୍ଠିତ କରା ଯାଇଥିଲା ।
ଏହି ଉତ୍ସବରେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ,ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଜିଲ୍ଲାପାଳ ଶ୍ରୀ ଗୌରୱ ଶିୱାଜୀ ଇସଲୱାର, ଜିଲ୍ଲାପରିଷଦ ସଭାପତି ଶ୍ରୀମତୀ ଦେବକୀ ସାହୁ , ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ଵାଳ , ଅତିରିକ୍ତ ଜିଲ୍ଲା ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର, ପ୍ରିନ୍ସିପ୍ୟାଲ ଡିଆଇଇଟ ଜୟପ୍ରକାଶ ଦାସ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟତ୍ରୀ, ପୁରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟ ଶିକ୍ଷା କମିଟି ଙ୍କୁ ପୁରସ୍କାର ଦେବା ସହ ଅଭିନନ୍ଦନ ଜଣାଇ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ଓ ଏହି ଅବସରରେ ୧୨୩ ଜଣଙ୍କୁ ଜିଲ୍ଲାସ୍ତରୀୟ ଛାତ୍ର ଛାତ୍ରୀ ପୁରସ୍କାର, ୧୪୨୧ ଜଣ ବ୍ଲକସ୍ତରୀୟ ଛାତ୍ରଛାତ୍ରୀ ପୁରସ୍କାର, ୧୩ ଜଣଙ୍କୁ ଓଡିଆ ଭାଷାବୃତି ପୁରସ୍କାର ଏବଂ ୦୯ ଜଣଙ୍କୁ ମେଧା ବୃତି ପୁରସ୍କାର ପ୍ରଦାନ କରାଗଲା ଓ ୧୪ ଟି ବ୍ଲକ ରୁ କୃତୀ ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ଏହି ଉତ୍ସବ ରେ ପୁରସ୍କୃତ ହେଇଥିଲେ ।
ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ୱାଗତ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଓ ଅତିଥି ମାନେ ପୁରସ୍କାର ବିତରଣ କରିବା ସହ ଛାତ୍ରଛାତ୍ରୀ ମାନଙ୍କର ଜୀବନରେ ସଫଳତା କାମନା କରିଥିଲେ ।
ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କ ସଫଳ ଜୀବନଯାତ୍ରା ପାଇଁ ପ୍ରେରଣାତ୍ମକ ଉପଦେଶ ଏବଂ ଗୁରୁଙ୍କ ମହତ୍ଵ ବିଷୟରେ ଜଣାଇଥିଲେ । ଉତ୍ସବଟି ବି ଇ ଓ, ଏ ବି ଇ ଓ, ସମସ୍ତ ସି ଆର ସି ସି, ଶିକ୍ଷକ /ଶିକ୍ଷୟତ୍ରୀ ଙ୍କ ସହଯୋଗ ରେ ସଫଳତା ପୂର୍ବକ ଶେଷ ହୋଇଥିଲା ।

Related Posts

Seo wordpress plugin by www.seowizard.org.