ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ୨୦୦୮-୧୮ ଅନୁଦାନ ନିମନ୍ତେ
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୦/୭ : ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ସଭାପତି ବିଶ୍ବରଂଜନ ଦାସ ଙ୍କ ନିର୍ଦ୍ଦେଶକ୍ରମେ ଆଜି ନୟାଗଡ ଜିଲ୍ଲାର ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ସୂଚନା ଅନୁସାରେ ରାଜ୍ୟ ସରକାର କେଜି ରୁ ପିଜି ନିଃଶୁକ୍ଳ ଶିକ୍ଷା ଓ ଜାତୀୟ ଶିକ୍ଷା ନୀତି ଲାଗୁ କରିଛନ୍ତି ଯାହା ଦ୍ୱାରା ମହାବିଦ୍ୟାଳୟର ମ୍ୟାନେଜମେଣ୍ଟ କର୍ମଚାରୀ ଙ୍କ ଉପରେ ବୋଝ ଉପରେ ଲଳିତା ବିଡ଼ା ସଦୃଶ।ସରକାର ଏ ନିଶୁଳ୍କ ଶିକ୍ଷା ଦ୍ୱାରା ପରିଚାଳନା କମିଟି ଦ୍ବାରା ନିଯୁକ୍ତି ପାଇଥିବା ଅଧ୍ୟାପକ ଓ କର୍ମଚାରୀମାନଙ୍କ ଦରମା ଦେବାରେ ବର୍ତ୍ତମାନ୍ ମହାବିଦ୍ୟାଳୟ ଅସମର୍ଥ।
ଏପରି ସ୍ଥିତିରେ ସରକାର ଯେଉଁ ୧୦,୧୫,୨୫,୨୫,୨୫ କରି କିସ୍ତି ଅନୁସାରେ ମହାବିଦ୍ୟାଳୟ କୁ ଟଙ୍କା ଦେବା ତାହା ସମୁଦ୍ର କୁ ଶଙ୍ଖେ ସଦୃଶ।
ତେଣୁ ବର୍ତ୍ତମାନ ୨୦୦୮-୧୮ ଅନୁଦାନ କୁ ପ୍ରାଥମିକତା ଦେବା ଆବଶ୍ୟକ।ନୟାଗଡ ଜିଲ୍ଲାର ଜିଲ୍ଲା ସଂଯୋଜକ ଦେବାଶିଷ୍ ମହାପାତ୍ର ଙ୍କ ନେତୃତ୍ୱରେ ଜିଲ୍ଲା ର ବିଭିନ୍ନ ମହାବିଦ୍ୟାଳୟରୁ ଶତାଧିକ ଅଧ୍ୟାପକ ଓ କର୍ମଚାରୀ ଯୋଗଦେଇ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଯଦି ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀ ୨୦୦୮-୧୮ ଅନୁଦାନ ପ୍ରଦାନନକରନ୍ତି ତେବେ ଆନ୍ଦୋଳନ କୁ ଆହୁରି ତୀବ୍ରତର କରାଯିବ।
ଏହି ଅବସରରେ ଜିଲ୍ଲା ର ବିଭିନ୍ନ ଖଣ୍ଡ ର ଖଣ୍ଡ ସଂଯୋଜକ,ବ୍ୟବସ୍ଥା ପ୍ରମୁଖ ତଥା ଅନେକ ଅଧ୍ୟାପକ ଓ କର୍ମଚାରୀ ଯୋଗଦେଇଥିଲେ।




