Odisha News

ଜଳୁଛି ପଶ୍ଚିମ ଓଡ଼ିଶା: ୪୫ ଡିଗ୍ରି ଉପରେ ୩ ସହରର ତାପମାତ୍ରା, ଟିଟିଲାଗଡ଼ରେ ସର୍ବାଧିକ ୪୫.୫ ଡିଗ୍ରି ରେକର୍ଡ

ଭୁବନେଶ୍ୱର , ୩୦/୪: ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟବାସୀ ଅତିଷ୍ଠ ହୋଇ ପଡ଼ିଲେଣି ଲୋକେ।ଶନିବାର ରାଜ୍ୟର ୨୧ଟି ସହରରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।
୪୫.୫ ଡିଗ୍ରୀ ସହିତ ଆଜି ଟିଟିଲାଗଡ଼ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ବୌଦ୍ଧ ଏବଂ ବଲାଙ୍ଗୀରରେ ତାପମାତ୍ରା ୪୫ ଡିଗ୍ରୀ ରହିଛି ।
ସେହିପରି ଭୁବନେଶ୍ୱରରେ ୩୭.୦୮ ଡିଗ୍ରୀ, କଟକରେ ୩୬.୮ ଡିଗ୍ରୀ, ଅନୁଗୁଳରେ ୪୪.୦୫ ଡିଗ୍ରୀ, ସୋନପୁର ୪୪.୭ ଓ ସମ୍ବଲପୁରରେ ୪୪.୦୩ ଡିଗ୍ରୀ, ତାଳଚେର ୪୪.୭, ବରଗଡ଼ରେ ୪୪.୦୪ ଡିଗ୍ରୀ, ଦେବଗଡ଼ରେ ୪୧.୦୫ ଡିଗ୍ରୀ, ଝାରସୁଗୁଡ଼ାରେ ୪୪.୦୯ ଡିଗ୍ରୀ ତାପମାତ୍ରା ରହିଥିଲା।
ଅନ୍ୟପଟେ ଆଜି ବାଲେଶ୍ୱରରେ ୩୪.୦୭ ଡିଗ୍ରୀ, ଚାନ୍ଦବାଲିରେ ୩୮.୪ ଡିଗ୍ରୀ, ପାରାଦୀପରେ ୩୩.୦୪ ଡିଗ୍ରୀ, ଗୋପାଳପୁରରେ ୩୦.୦୮ ଡିଗ୍ରୀ, ପୁରୀରେ ୩୩.୦୦ ଡିଗ୍ରୀ, ବାରିପଦାରେ ୩୫.୦ ଡିଗ୍ରୀ, କେନ୍ଦୁଝରରେ ୪୨.୦ ଡିଗ୍ରୀ, ସୁନ୍ଦରଗଡ଼ରେ ୪୪.୦ ଡିଗ୍ରୀ, ହିରାକୁଦରେ ୪୪.୦ ଡିଗ୍ରୀ, ଭବାନିପାଟଣାରେ ୪୨.୦୫ ଡିଗ୍ରୀ ,କୋରାପୁଟରେ ୩୭.୦ ଡିଗ୍ରୀ, ଫୁଲବାଣୀରେ ୪୧.୦୯ ଡିଗ୍ରୀ, ତାଳଚେରରେ ୪୨.୦୭ ଡିଗ୍ରୀ ରହିଥିଲା ।
ସେହିପରି ଛତ୍ରପୁରରେ ୩୩.୦ ଡିଗ୍ରୀ, ରାୟଗଡ଼ାରେ ୩୯.୦୯ ଡିଗ୍ରୀ, ଭଦ୍ରକରେ ୪୧.୦୫ ଡିଗ୍ରୀ, ଯାଜପୁରରେ ୪୧.୦ ଡିଗ୍ରୀ, ଢେଙ୍କାନାଳରେ ୩୯.୨ ଡିଗ୍ରୀ, ନୂଆପଡ଼ାରେ ୪୨.୫ ଡିଗ୍ରୀ, ନବରଙ୍ଗପୁରରେ ୩୮.୦ ଡିଗ୍ରୀ, ଖୋର୍ଦ୍ଧାରେ ୩୫.୦୫ ଡିଗ୍ରୀ, ଜଗତସିଂହପୁରରେ ୩୫.୩ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୩୬.୦୦ ଡିଗ୍ରୀ, ନୟାଗଡ଼ରେ ୪୨.୦ ଡିଗ୍ରୀ, ଦାରିଙ୍ଗିପବାଡ଼ିରେ ୩୭.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୨.୦୫ ଡିଗ୍ରୀ, ମାଲକାନାଗିରିରେ ୪୦.୦ ଡିଗ୍ରୀ ତାପମାତ୍ରା ରହିଥିଲା।
ଆଜି ୯ଟି ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଥିଲା। ରାଜ୍ୟର ୩ଟି ସହରର ତାପମାତ୍ରା ଆଜି ୪୫ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି ।

Related Posts

Seo wordpress plugin by www.seowizard.org.