Odisha News

ଚୋରା ଦେଶୀ ମଦ (ଆଇଡି ଲିକ୍ୟୁର)ରେ ବାଲେଶ୍ୱର ପ୍ରଥମ

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ୱର, ୨୪/୩ : ଓଡ଼ିଶା ଅବକାରୀ ରିପୋର୍ଟ ୨୦୨୫ ଦେଖିଲେ ଜଣାପଡ଼େ ଦେଶୀ ମଦ (ମହୁଲି) ବିକ୍ରିରେ ସର୍ବାଧିକ ଜିଲ୍ଲାରେ ସୁନ୍ଦରଗଡ଼ ପ୍ରଥମ , ମୟୁରଭଞ୍ଜ ଦ୍ୱିତୀୟ ଏବଂ ବାଲେଶ୍ୱର ତୃତୀୟ । ମାତ୍ର ଯଦି କୌଣସି ଶିକ୍ଷିତ ବ୍ୟକ୍ତି ବାସ୍ତବରେ ଅନୁଧ୍ୟାନ କରିବେ ସୁନ୍ଦରଗଡ଼କୁ ପଛରେ ପକାଇ ବାଲେଶ୍ୱର ପ୍ରଥମ ହେବ ।
ବର୍ତ୍ତମାନ ବାଲେଶ୍ୱରରେ ଦେଶୀ ମଦ (ଆଇଡ଼ି ଲିକ୍ୟୁର)ଏତେ ମାତ୍ରାରେ ବିକ୍ରି ହେବା ସଙ୍ଗେ ସଙ୍ଗେ ଓଡ଼଼ି଼ିଶାର ପ୍ରଥମ ହେବାକୁ ବସିଲାଣି । ବିଶେଷ କରି ବାଲେଶ୍ୱରର କେନ୍ଦ୍ରସ୍ଥଳ କୁହାଯାଉଥିବା କରୁଡ଼ା, ପୁରୁଣା ବାଲେଶ୍ୱର,ରୁପ୍‌ସା ,ରାଉତପଡ଼ା ,ଜଳେଶ୍ୱର ଇତ୍ୟାଦି ।
ଏ ସମ୍ପର୍କରେ ସ୍ଥାନୀୟ ଥାନାବାବୁ ରିକ୍ୟୁର ଭେଣ୍ଡରମାନଙ୍କ ସହିତ ସଲାସୁତାରା କରି ମାସିକିଆ ବଟିି ସଂଗ୍ରହରେ ବ୍ୟସ୍ତ ରହୁଛନ୍ତି । ବାଲେଶ୍ୱର ଭଳି ଏକ ଶିକ୍ଷିତ ଜିଲ୍ଲାର ଛକ,ହାଟ ଗ୍ରାମାଞ୍ଚଳମାନଙ୍କର ଦେଶୀ ମଦର ପସରା ଏପରି ମେଲୁଛି ଯେ ଶିକ୍ଷିତ ଗୋଷ୍ଠୀ ଘରୁ ପଦାକୁ ଭୟ କରୁଛନ୍ତି ।
ଏ ସମ୍ପର୍କରେ ଅବକାରୀ ଅଧ୍ୟକ୍ଷକ ମନୋଜ କୁମାର ସେଠୀଙ୍କୁ ଯୋଗାଯୋଗ କରିବାରୁ ଫୋନ୍ ଉଠାଇ ନଥିଲେ । ସେ କେବେ କିଛି ମହିଳା , ସ୍ୱେଚ୍ଛାସେବୀ ସଙ୍ଗଠନ ମାନ ଆଗଭର ହୋଇ ମଦଟିପୁ (ଭେଣ୍ଡର)ମାନଙ୍କୁ ତାଗିଦ୍ କରୁଛନ୍ତି ।
ସେ ଖୋଲାଖୋଲି ଧମକ ଦେବା ସହ ସବୁଠି (ଟପ୍ ଟୁ ବଟନ) ମୋର ସମ୍ପର୍କ ରହିଛି ।ତୁମେ ମାନେ ମୋର କିଛି କରିପାରିବ ନାହିଁ ବୋଲି ରୋକ୍ ଠକ୍ କହି ସାଧରଣରେ ଶିକ୍ଷିତ ଗୋଷ୍ଠୀମାନଙ୍କର ମଜାକ୍ ଉଡ଼଼ାଇଛନ୍ତି ।
ମାତ୍ର ବାଲେଶ୍ୱର ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷା ଦିବାକର (ଆଇପିଏସ୍‌) କହନ୍ତି ମୁଁ ଦୃଢହସ୍ତରେ ଏ ପରହିତ କାର୍ଯ୍ୟକୁ ଦୃଢହସ୍ତରେ ଦମନ କରିବି ।
ଏବେ କେବଳ ଦେଖିବାକୁ ବାକି ରହିଲା ଆରକ୍ଷୀ ଅଧ୍ୟକ୍ଷକ କ’ଣ କ’ଣ ସବୁ ପଦକ୍ଷପ ମାନ ନେଉଛନ୍ତି, ଜିଲ୍ଲାରୁ ମହୁଲି ମଦ ହଟାଇବା ପାଇଁ ।

Related Posts