ଚିଲିକା ଦେଶୀ ଡ଼ଙ୍ଗା ଚାଳନା ପ୍ରତିଯୋଗିତା ଉଦଘାଟିତ, ଚିଲିକା ପର୍ଯ୍ୟଟନ ସ୍ଥଳୀ ପ୍ରାକୃତିକ ସମ୍ପଦର ଅନନ୍ୟ ସମ୍ଭାର: ଉପ ମୁଖ୍ୟମନ୍ତ୍ରୀ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୭/୧ : ଚିଲିକା ପର୍ଯ୍ୟଟନ ସ୍ଥଳୀ ପ୍ରାକୃତିକ ସମ୍ପଦର ଅନନ୍ୟ ସମ୍ଭାର । ଚିଲିକାର ବେଦେଶାଗତ ପକ୍ଷୀ ଆଗମନ, ନୌବାଣିଜ୍ୟ, ମତ୍ସ୍ୟଜୀବୀ ମାନଙ୍କ ଡଙ୍ଗା ଚାଳନା ଓ ମାଛ ଧରା ପ୍ରଣାଳୀ, ଜୀବନ ଯାପନ ବିସ୍ତୃତ ଜଳରାଶିରେ ଗମନାଗମନ ପର୍ଯ୍ୟଟକ ମାନଙ୍କୁ ଅତ୍ୟନ୍ତ ବିମୋହିତ କରିଥାଏ ।
ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଆଜି ପ୍ରଥମ ଦେଶୀ ଡଙ୍ଗା ଚାଳନା ପ୍ରତିଯୋଗିତା ପ୍ରଥମ ସଂସ୍କରଣକୁ ଅପରାହ୍ନରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉଦ୍ଘାଟନ କରି ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି ।
ଆହୁରି ସେ କହିଛନ୍ତି ଚିଲିକା ପର୍ଯ୍ୟଟନ ସ୍ଥଳୀ ଆନ୍ତର୍ଜାତୀୟ କ୍ଷେତ୍ରରେ କିପରି ଆହୁରି ପର୍ୟ୍ୟଟକ ମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ ବୋଲି ସରକାର ପ୍ରକୃତିର ସୁରକ୍ଷା, ମତ୍ସ୍ୟଜୀବି ମାନଙ୍କ ପାରମ୍ପାରିକ ବେଉସା, ବେଦେଶାଗତ ପକ୍ଷୀ ଅଧିକ ଆଗମନ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଭିଜନରେ ନୂତନ ଅଧ୍ୟାୟ ସୃଷ୍ଟି କରି ପର୍ଯ୍ୟଟନର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।
ଉଦ୍ଘାଟନୀ ସମାରୋହରେ ମାନ୍ୟବର ବିଧାୟକ ଖଲ୍ଲିକୋଟ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ସେଠୀ, ମାନ୍ୟବର ବିଧାୟକ, ଖୋର୍ଦ୍ଧା, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ, ଓଡ଼ିଶା ସରକାରଙ୍କ ପର୍ୟ୍ୟଟନ ବିଭାଗ ଶାସନ ସଚିବ ବଲୱନ୍ତ ସିଂ, ନିର୍ଦ୍ଦେଶକ, ଦୀପଙ୍କର ମହାପାତ୍ର ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ, ଏବଂ ବହୁ ବରିଷ୍ଟ ଅଧିକାରୀ ଯୋଗ ଦେଇଥିଲେ ।
ଏହି ପ୍ରଥମ ସଂସ୍କରଣରେ ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ୮୧ ଟି ମୋଟ ଦେଶୀ ଡଙ୍ଗା ସମିତି ପ୍ରତି ଯୋଗିତାରେ ସାମିଲ ହୋଇଥିଲେ ।
ଆଜି ଉଦ୍ଘାଟନୀ ଦିବସରେ ୪୫ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ୭୦୦ ମିଟର ଜଳରାଶିରେ ଏହି ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଦଳ ଚୂଡାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ପ୍ରତିଯୋଗିତା ସୁରକ୍ଷା ନିମନ୍ତେ ଅଗ୍ନିଶମ ସେବା, ସ୍କୁବା ଡ୍ରାଇଭର, ଓଡ୍ରାଫ, ପୁଲିସ ପ୍ରଶାସନ,ସମସ୍ତେ ସେବା ଯୋଗାଇ ଦେବା ପାଇଁ ନିୟୋଜିତ ହୋଇଛନ୍ତି ।




