ଗ୍ୟାସ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ ଗୁରୁତର

ବଲାଙ୍ଗୀର,୧୦/୨: ବେଲପଡ଼ା ଥାନା ଅନ୍ତର୍ଗତ କାନୁଟ ଗାଁରେ ଶନିବାର ଅପରାହ୍ନରେ ଗ୍ୟାସ୍ ସିଲିଣ୍ଡର ଫାଟି ୫ ମହିଳା ଓ ଜଣେ ପୁରୁଷ ଗୁରୁତର ହୋଇଛନ୍ତି।
କାନୁଟ ଗାଁର ଉପରପଡ଼ାର ଏକ ପରିବାରର ୫ ଜଣ ମହିଳା ଏବଂ ଜଣେ ପୁରୁଷ ଟିଭି ଦେଖୁଥିବା ସମୟରେ ଗ୍ୟାସ୍ ସିଲିଣ୍ଡର ଫାଟିଥିବା ଜଣାପଡ଼ିଛି।
ଗୁରୁତର ଅବସ୍ଥାରେ ଆହତଙ୍କୁ ପ୍ରଥମେ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାକୁ ନେଇ ପ୍ରାଥମିକ ଚିକିତ୍ସା କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।