Odisha News

ଗିରିରାଜ ଚାଉଳ କଳର ଶ୍ରମିକ ମାରଣ ନୀତି ବିରୁଦ୍ଧରେ ଖୁବ୍ ଶୀଘ୍ର ତେଜିବ ଆନ୍ଦୋଳନ

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ୱର,୩୦/୬: ବାଲେଶ୍ୱର ଜିଲ୍ଲା କୁରୁଡ଼ା ସନ୍ନିକଟ ବଣପରିଆ ମୌଜାରେ ଅବସ୍ଥାପିତ ହୋଇଥିବା ଗିରିରାଜ ଚାଉଳ କଳରେ କାର‌୍ୟ୍ୟ କରୁଥିବା ଶ୍ରମିକ ମାନଙ୍କୁ କର୍ତ୍ତୃପକ୍ଷ ବର୍ଷ ବର୍ଷ ଧରି ହତାଦର କରିଆସୁଛନ୍ତି। ବିଶେଷ କରି କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକ ମାନଙ୍କ ପାଇଁ ଯେଉଁ ମଜୁରୀ ଲାଗୁକରିଛନ୍ତି, ତାହାକୁ କର୍ତ୍ତୃପକ୍ଷ ଫୁ କରିଦେଉଛନ୍ତି।
ରାଜ୍ୟ ସରକାର ସାଧାରଣ ଶ୍ରମିକ ମାନଙ୍କର ସର୍ବନିମ୍ନ ମଜୁରୀ ୩୭୨ ଟଙ୍କା ଧାର‌୍ୟ୍ୟ କରିଥିବାବେଳେ କର୍ତ୍ତୃପକ୍ଷ ମାତ୍ର ୨୬୦ଟଙ୍କା ପ୍ରଦାନ କରୁଛନ୍ତି । ମହିଳା ଶ୍ରମିକ ମାନଙ୍କୁ ସେହିପରି ପୁରୁଷ ଶ୍ରମିକ ମାନେ ମାତ୍ର ୩୫୦ଟଙ୍କା ପାଉଛନ୍ତି ତାହା ପୁଣି ୧୨ ଘଣ୍ଟା ବିନିମୟରେ । ପୁଣି ମାସିକ ବେତନ ବିନା କାଗଜପତ୍ର ରେ ଦିଆଯାଏ । ଶ୍ରମିକ ମାନେ କୁହନ୍ତି ପ୍ରତିମାସରେ ଦରମା ପ୍ରଦାନ ପରେ ମ୍ୟାନେଜମେଣ୍ଟ ଟିପା ଚିଠା କୁ ଚିରି ଦିଅନ୍ତି ଯାହା ସରକାରଙ୍କ ନିତି ବିରୁଦ୍ଧ।
ରାଜ୍ୟ ସରକାରଙ୍କ ସ୍ପଷ୍ଟ ନିୟମ ଅଛି କୌଣସି କଳକାରଖାନା କର୍ତ୍ତୃପକ୍ଷ ୮ଘଣ୍ଟା ରୁ ଅଧିକ ସମୟ କୌଣସି କର୍ମଚାରୀଙ୍କୁ କାର‌୍ୟ୍ୟରେ ଲଗାଇପରିବେ ନାହିଁ ମାତ୍ର ପ୍ରଶାସନ ତଥା ରାଜନୈତିକ କ୍ଷମତା ପ୍ରୟୋଗ କରି ସରକାରୀ ନିୟମକୁ ଫୁ କରି ଗତ ୨୫-୨୭ ବର୍ଷ ଧରି ଅଞ୍ଚଳ ବାସୀଙ୍କୁ ନିର‌୍ୟାତନା ଦେଇଆସୁଛନ୍ତି।
ଏ ସଂପର୍କ ରେ ଜିଲ୍ଲା ଶ୍ରମିକ ଅଧିକାରୀ ବୃନ୍ଦାବନ ସେଠୀ ଙ୍କୁ ପଚାରିବାରୁ ସେ କହନ୍ତି ମୁଁ ନୂଆ କରି ଆସିଛି ଯଦି ଖବର ନେବା ପରେ ଯଦି ଘଟଣା ସତ୍ୟ ହୋଇଥାଏ ଶତ ପ୍ରତିଶତ କାର‌୍ୟ୍ୟାନୁଷ୍ଠାନ ନିଆଯିବ ।
ବର୍ତ୍ତମାନ ଚାଉଳ କଳର କାର‌୍ୟ୍ୟ କାରି ସଭାପତି ପୀୟୂଷ ସୋମାନିଙ୍କ ସହ ଯୋଗାଯୋଗ କରିବାରୁ ସେ ଫୋନ୍ ଉଠାଇଲେ ନାଇହିଁ ତେଣୁ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ ।
ଏବେ କଥା ଉଠୁଛି, ଯଦି ସ୍ଵାଧୀନତା ର ୭୨ ବର୍ଷ ପରେ ସାଧାରଣ ଶ୍ରମିକ ଟିଏ ନିଜର ନାର‌୍ୟ୍ୟ ପ୍ରାପ୍ୟ ପାଇଁ , କର୍ତ୍ତୃପକ୍ଷ ଙ୍କ ଠାରୁ ନିର‌୍ୟାତନା ପାଇବା , ଏହା ଗଣତନ୍ତ୍ର ପ୍ରତି ଉପହାସ ଛଡ଼ା ଆଉ କିଛି ନୁହଁ ।
ଏ ସମ୍ପର୍କରେ ବାଲେଶ୍ୱର ର ନୂତନ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ୍ ସିନ୍ଦେ କୁହନ୍ତି, ଶ୍ରମିକ ମାନଙ୍କ ସ୍ବାର୍ଥ ପାଇଁ ଜିଲ୍ଲା ପ୍ରଶାସନ କିଛିବି, ପଦକ୍ଷେପ ନାଇପାରେ।
ମୁଁ ପ୍ରଥମ ଥର ପାଇଁ ଜିଲ୍ଲପାଳ ରୂପେ ଦାୟିତ୍ଵ ନେଇଛି, ଜିଲ୍ଳାର ସାମଗ୍ରିକ ଉନ୍ନତି ପାଇଁ ମୁଁ ବଦ୍ଧ ପରିକର । ଭୁଲ ଥିଲେ କାର‌୍ୟ୍ୟନୁଷ୍ଠାନ ନିଶ୍ଚିତ ।
ଶ୍ରମିକ ମାନେ ସେମାନଙ୍କ ର ଶେଷ ନିଷ୍ପତ୍ତି ଶୁଣାଇଛନ୍ତି, ଯଦି କର୍ତ୍ତୃପକ୍ଷ ଉପଯୁକ୍ତ ପଦକ୍ଷପ ନ ନିଅନ୍ତି, ଆନ୍ଦୋଳନ ନିଶ୍ଚିତ।

Related Posts

Seo wordpress plugin by www.seowizard.org.