ଖୋର୍ଦ୍ଧା ଜିଲ୍ଲା ପୁଲିସ ଥାନା ଅଧିକାରୀଙ୍କ ଅଦଳବଦଳ, ବଦଳିଲେ ୪ ଥାନା ଅଧିକାରୀ ୨ ଥାନାରେ ନୂଆ ଅଧିକାରୀ
ଖୋର୍ଦ୍ଧା,୧୨/୧୨: ଖୋର୍ଦ୍ଧା ପୋଲିସ ଜିଲ୍ଲାରେ ନିରକ୍ଷକଙ୍କ ପଦବୀରେ ଅଦଳବଦଳ ହୋଇଛି। ଜିଲ୍ଲାର ଅଧିକାରୀ ପଦ ଖାଲି ପଡିଥିବା ପ୍ରଶାସନିକ ଆବଶ୍ୟକତା ଓ ସାଧାରଣ ସେବା ଦୃଷ୍ଟିରୁ ଏହିପରି ଅଦଳବଦଳ ନିର୍ଦ୍ଦେଶନାମା ଜିଲ୍ଲା ଏସ୍ପି ଶ୍ରୀ ବିବେକାନନ୍ଦ ଶର୍ମା ନେଇଥିବା ଜଣାପଡିଛି।
ଏଥିରେ ୪ ଥାନାର ଅଧିକାରୀଙ୍କୁ ବଦଳି କରାଯାଇଥିବା ବେଳେ ୨ ଜଣ ନୂଆ ଅଧିକାରୀଙ୍କୁ ଦୁଇଟି ଥାନାରେ ନିଯୁକ୍ତି ଦିଆଯାଇଛି। ବେଗୁନିଆ ଥାନା ଅଧିକାରୀ ଜ୍ୟୋତିପ୍ରକାଶ ପଣ୍ଡାଙ୍କୁ ଜିଲା ପୋଲିସ ମୁଖ୍ୟାଳୟ (ଡିପିଓ)କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ସଦର ଥାନା ଅଧିକାରୀ କାହ୍ନୁଚରଣ ସ୍ବାଇଁଙ୍କୁ ନିଯୁକ୍ତି ଦିଆଯାଇଛି।
ସଦର ଥାନା ନୂତନ ଅଧିକାରୀ ଭାବେ ଶିଳ୍ପାଞ୍ଚଳ ଥାନାରେ ଥିରବା ଇନ୍ସପେକ୍ଟର ବାସୁଦେବ ଜୟସିଂଙ୍କୁ ନିଯୁକ୍ତି ଦିଆଯାଇଛି। ବୋଲଗଡ଼ ଥାନା ଅଧିକାରୀ ସ୍ନିଗ୍ଧାମୟୀ ବରାଳଙ୍କୁ ଜିଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ସ୍ପେଶାଲ କ୍ରାଇମ ଓ ସାଇବର ୟୁନିଟ୍ର ସୁକାନ୍ତ କୁମାର ଦଳେଇଙ୍କୁ ନୂତନ ଥାନା ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ବାଘମାରୀ ଥାନା ଅଧିକାରୀ ଶମ୍ଭୁନାଥ ନାୟକଙ୍କୁ ଡିପିଓ କୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ନୂତନ ଥାନା ଅଧିକାରୀ ଭାବେ ସ୍ପେଶାଲ କ୍ରାଇମ ଓ ସାଇବର ୟୁନିଟ ଇନ୍ସପେକ୍ଟର ସୁଚିତ୍ରା ଜେନାଙ୍କୁ ଦାୟିତ୍ଵ ମିଳିଛି। ସେହିପରି ଆଦର୍ଶ ଥାନାରେ ଅତିରିକ୍ତ ଥାନା ଅଧିକାରୀ ଭାବେ ଶିଳ୍ପାଞ୍ଚଳ ଥାନାରେ ଥିବା ଇନ୍ସପେକ୍ଟର ଭାଗ୍ୟଶ୍ରୀ ବେହେରାଙ୍କୁ ନିଯୁକ୍ତି ମିଳିଥିବା ବେଳେ, ଇନ୍ସପେକ୍ଟର ସୁନୀତା ବେହେରାଙ୍କୁ ଡିପିଓ ସାଇବର କ୍ରାଇମ ଆଣ୍ଡ ଇକୋନୋମିକ ଅଫେନ୍ସର ଦାୟିତ୍ଵ ମିଳିଛି। ବଦଳି ହୋଇଥିବା ସମସ୍ତ ଇନ୍ସପେକ୍ଟର ନିଜ ସ୍ଥାନରେ ତୁରନ୍ତ ଯୋଗଦେବାକୁ ଏସ୍ପି ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶ ଯେ, ବାସୁଦେବ, ସୁନିତା ଏବଂ ଭାଗ୍ୟଶ୍ରୀ ଶିଳ୍ପାଞ୍ଚଳ ଥାନାରେ ଏସ୍ଆଇରୁ ଇନ୍ସପେକ୍ଟରକୁ ପଦୋନ୍ନତି ପାଇଥିଲେ। ସେହିଭଳି ସୁକାନ୍ତ ସ୍ପେଶାଲ ସ୍ପାଡ୍ରେ ଏସ୍ଆଇରୁ ଇନ୍ସପେକ୍ଟରକୁ ପଦୋନ୍ନତି ପାଇଥିଲେ।
ତେବେ ଏସ୍ଆଇ ଭାବେ ଦୀର୍ଘ ଦିନ ଧରି ଖୋର୍ଦ୍ଧା ଜିଲାରେ କାମ କରିବା ପରେ ପଦୋନ୍ନତି ପରେ ପୁଣି ଏଠାରେ ଅବସ୍ଥାପିତ ହେବା ନେଇ ଚର୍ଚ୍ଚା ଜୋର ଧରିଛି।




