Odisha News

ଖୋର୍ଦ୍ଧା ଜିଲ୍ଲା ଅଧିବକ୍ତା ସଙ୍ଘ ନିର୍ବାଚନ ଜୀବନଜ୍ୟୋତି ସଭାପତି ଓ କ୍ଷୀରୋଦ ସମ୍ପାଦକ ନିର୍ବାଚିତ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୩୦/୩ : ଜିଲ୍ଲା ଅଧିବକ୍ତା ସଙ୍ଘର ସଭାପତି ଭାବେ ଜୀବନ ଜ୍ୟୋତି ମିଶ୍ର ତାଙ୍କ ପ୍ରତିଦ୍ବନ୍ଦୀ ବିଜୟ କୁମାର ସାମନ୍ତସିଂହାରଙ୍କୁ ୧୦୨ ଖଣ୍ଡ ଭୋଟରେ ପରାସ୍ତ କରି ଦ୍ୱିତୀୟ ଥର ନିମନ୍ତେ ବିଜୟୀ ଘୋଷିତ ହୋଇଛନ୍ତି। ସଭାପତି ପ୍ରାର୍ଥୀ ଶ୍ରୀଯୁକ୍ତ ସାମନ୍ତ ସମୁଦାୟ -୧୧୩ ଖଣ୍ଡ ଭୋଟ ପାଇଥିବାବେଳେ, ଜୀବନ ଜ୍ୟୋତି ମିଶ୍ର -୨୧୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ ।
ଉପ ସଭାପତି ଭାବେ ଲିଙ୍ଗରାଜ ସାହୁ -୧୧୯ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟ ପ୍ରତିଦ୍ବନ୍ଦୀ ପ୍ରଦୀପ୍ତ ପ୍ରସାଦ ରାମ – ୨୦୭ ଭୋଟ ପାଇ -୮୮ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ।
ସମ୍ପାଦକ ଭାବେ କ୍ଷୀରୋଦ ମୋହନ ସ୍ୱାଇଁ -୨୦୪ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଲିଙ୍ଗରାଜ ସାହୁ -୧୨୨ ଖଣ୍ଡ ପାଇବାରେ ସକ୍ଷମ ହୋଇଥିଲେ, ଫଳରେ କ୍ଷୀରୋଦ ମୋହନ ସ୍ୱାଇଁ -୮୨ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ ।
କୋଷାଧକ୍ଷ ଭାବେ ବସନ୍ତ କୁମାର ଭଞ୍ଜ -୨୧୬ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ରିତେଶ ସାହୁ -୧୧୪ ଖଣ୍ଡ ଭୋଟ ପାଇଥିଲେ, ଫଳରେ ଶ୍ରୀଯୁକ୍ତ ଭଞ୍ଜ ୧୦୨ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ ।
ସେହିପରି ଯୁଗ୍ମ ସମ୍ପାଦକ ଭାବେ ବଳରାମ ସାହୁ ଏବଂ ଛଅ ଜଣ କାର‌୍ୟ୍ୟକାରୀ ସଦସ୍ୟ ବିନା ପ୍ରତିଦ୍ବନ୍ଦୀତାରେ ନିର୍ବାଚିତ ହୋଇଛନ୍ତି ।
ସମସ୍ତ ବିଜୟୀ ପ୍ରାର୍ଥୀ ମାନଙ୍କୁ ଖୋର୍ଦ୍ଧା ଜ଼ିଲ୍ଲା ଓକିଲ ସଙ୍ଘର ପୂର୍ବତନ ସଭାପତି ଶିଶିର କୁମାର ପରିଡା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Related Posts