ଖୋର୍ଦ୍ଧାରେ ଖୋଲିଲା ଚାନ୍ଦି ଭଣ୍ଡାରର ୨୨ ତମ ଷ୍ଟୋର,୩୦ % ରିହାତି ସହ ସ୍ୱତନ୍ତ୍ର ମୁକ୍ତା କଲେକ୍ସନର ଶୁଭାରମ୍ଭ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨୩/୪: ଖୋର୍ଦ୍ଧା ସହର ପୁରୁଣା ପେଟ୍ରୋଲ ପମ୍ପ ନିକଟ ନୟାଗଡ ରାସ୍ତାରେ ଖୋଲିଲା ଚାନ୍ଦି ଭଣ୍ଡାରର ୨୨ ତମ ଷ୍ଟୋର । ଆଜି ଏହି ଷ୍ଟୋରକୁ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦେବ, ପ୍ରତିଷ୍ଠାତା ଲିପ୍ସା ହଂସ, ମାନିକ ହଂସ ଓ ଯୋଗେନ୍ଦ୍ର ହଂସ ପ୍ରମୁଖ ଉପସ୍ଥିତ ରହି ଉଦଘାଟନ କରିଛନ୍ତି ।
ଶ୍ରୀମତୀ ହଂସଙ୍କ କହିବା କଥା, ୨୦୧୩ ମସିହାରେ ଭୁବନେଶ୍ୱର ଶହଦନଗର ଠାରେ ପ୍ରଥମ ଚାନ୍ଦୀ ଭଣ୍ଡାର ଖୋଲାଯାଇଥିଲା । ଖୋର୍ଦ୍ଧାର ଏହି ଷ୍ଟୋରକୁ ମିଶାଇ ରାଜ୍ୟର ବିଭିନ୍ନ ସ୍ଥାନରେ ୨୨ଟି ଷ୍ଟୋର ଖୋଲାଯାଇଛି ତନ୍ମଧ୍ୟରେ ସବୁଠାରୁ ବୃହତ ଓ ଆକର୍ଷଣୀୟ ହୋଇଛି ଖୋର୍ଦ୍ଧା ଷ୍ଟୋର ।
ଗ୍ରାହକଙ୍କ ଚାହିଦା କୁ ଦେଖି ଚାନ୍ଦି ଷ୍ଟୋର କରାଯାଇଛି। ଫଳରେ ଖୋର୍ଦ୍ଧା ବାସୀଙ୍କୁ ଚାନ୍ଦୀ ସାମଗ୍ରୀ ପାଇଁ ବାହାରକୁ ଯିବାକୁ ପଡିବନି ବୋଲି କହିଛନ୍ତି । ୯୨.୫% ଶୁଦ୍ଧ ଷ୍ଟର୍ଲିଙ୍ଗ୍ ରୂପାରେ ଗହଣା କାରିଗରୀର ସର୍ବୋତମ ଡିଜାଇନ୍ ରହିଛି । ଏହି ଷ୍ଟୋରରେ ଗୋଟିଏ ଛାତ ତଳେ ଭଳିକି ଭଳି ରୂପା ଗହଣା ଏବଂ ଆସୋସରିଜ୍ ରହିଛି।
ହଲ୍ ମାର୍କ ରୂପା ବାସନକୁସନଠାରୁ ଆରମ୍ଭ କରି ପୁରୁଷ, ମହିଳା ଏବଂ ପିଲାମାନଙ୍କ ପାଇଁ ବ୍ୟାପକ ରେଞ୍ଜ ରୁପା ଆଇଟମ୍ ଏହି ଷ୍ଟୋରରେ ରହିଛି ଓ ମହିଳାମାନଙ୍କ ପାଇଁ ଜିରକନ୍ ଖଚିତ ନେକ୍ଲେସ୍, ଚୁଡ଼ି, ମୁଦି, କାନଫୁଲ, ବ୍ରେସ୍ଲେଟ୍ ଏବଂ ଆଙ୍କଲେଟ୍ ଭଳିକି ଭଳି ସମ୍ଭାର ରହିଛି। ଯାହାକି ଫେଷ୍ଟିଭ୍ ସେଲିବ୍ରେଶନ୍ ଏବଂ ନିତିଦିନିଆ ବ୍ୟବହାର ପାଇଁ ସର୍ବୋକୃଷ୍ଟ ବୋଲି ଶ୍ରୀମତୀ ହଂସ କହିଛନ୍ତି । ପୁରୁଷଙ୍କ ରୂପା ଗହଣା ଚାହିଦାକୁ ଦୃଷ୍ଟିରେ ରଖି ଆମୋଘ କଲେକ୍ସନ ଏଠାରେ ଉପଲବ୍ଧ, ଯେଉଁଥିରେ ବ୍ରେସ୍ଲେଟ୍, ମୁଦି, କଫଲିଙ୍କ୍ ଏବଂ ଚେନ୍ ଆଦି ରହିଛି । ପିଲାମାନଙ୍କ ପାଇଁ ପ୍ରିମିୟମ କିଡ୍ସ ରେଞ୍ଜ ରହିଛି । ଅନନ୍ୟ ‘ମୁକ୍ତା’ କଲେକ୍ସନର ଶୁଭାରମ୍ଭ କରାଯାଇଛି । ପ୍ରାକୃତିକ ଏବଂ ମଧୁରଜଳ ମୁକ୍ତାର କାଳଜୟୀ ସୁନ୍ଦରତା ଦ୍ୱାରା ଅନୁପ୍ରାଣିତ ଏହା ଏକ ସୁନ୍ଦର ନୂଆ କଲେକ୍ସନ ।
ଷ୍ଟୋରରେ ଚାନ୍ଦି କଶମେଷ୍ଟିକ ସମେତ ପୂଜା ସାମଗ୍ରୀ ଠାରୁ ଆରମ୍ଭ କରି ଘରୋଇ ସାମଗ୍ରୀ ଉପଲବ୍ଧ ରହିଛି । ସ୍ୱତନ୍ତ୍ର ଅକ୍ଷୟ ତୃତୀୟା ଅଫର ଭାବେ ଚାନ୍ଦି ଭଣ୍ଡାର ଗଢ଼ା ମଜୁରି ଉପରେ ୩୦% ପର୍ୟ୍ୟନ୍ତ ରିହାତି ପ୍ରଦାନ କରୁଛି । ଏହା ଏପ୍ରିଲ ୧୮ରୁ ୩୦ ଯାଏ ଉପଲବ୍ଧ । ସମୃଦ୍ଧି ଏବଂ ନୂତନ ଆରମ୍ଭର ପ୍ରତୀକ ସ୍ୱତନ୍ତ୍ର ରୂପା ଗହଣା ଘରକୁ ଆଣିବା ପାଇଁ ଏହା ପ୍ରକୃଷ୍ଠ ସମୟ ବୋଲି କହିଥିଲେ । ଗ୍ରାହକଙ୍କୁ ବ୍ୟାପକ ରେଞ୍ଜ୍ ରୂପା ଉତ୍ପାଦ ଯୋଗାଇବା, ଜୀବନକାଳ ମାଗଣା ସଫା, ସର୍ବୋତମ ବଦଳ ନୀତି, କଷ୍ଟମାଇଜେସନ୍, କ୍ରୟ ପୂର୍ବରୁ ପରଖିବା, ଭ୍ୟାଲୁ ଫର ମନି ଏବଂ ହଲ୍ ମାର୍କ ଯୁକ୍ତ ଓ କ୍ୱାଲିଟି ଉତ୍ପାଦ ଚାନ୍ଦି ଭଣ୍ଡାରର ପ୍ରତିଶ୍ରୁତି ବୋଲି କହିଥିଲେ ।