ଖାଇ ସାରି ଶୋଇବାକୁ ଗଲେ କନିଷ୍ଠ ଯନ୍ତ୍ରୀ, ସକାଳୁ ବିଛଣାରୁ ମିଳିଲା ମୃତଦେହ

ବାଲେଶ୍ୱର,୭/୧ : ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଜଡଝଝ ବିଭାଗ କନିଷ୍ଠ ଯନ୍ତ୍ରୀ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ନାୟକ ଶନିବାର ରାତିରେ ଖାଇବା ସାରି ତାଙ୍କ ସରକାରୀ କ୍ୱାର୍ଟରକୁ ଶୋଇବାକୁ ଯାଇଥିଲେ।
ହେଲେ ଆଜି ସକାଳୁ ଘର ଭିତରେ ତାଙ୍କର ମୃତଦେହ ପଡ଼ିଥିବା ଦେଖି ବାକୁ ମିଳିଥିଲା। ବ୍ଲକ ଅଫିସ କର୍ମଚାରୀ ପ୍ରଥମେ ମୃତଦେହ ଦେଖି ଥିଲେ। ପରେ ବାଲିଆପାଳ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବଦ କରିବା ସହିତ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଯନ୍ତ୍ରୀଙ୍କର କିଭଳି ମୃତ୍ୟୁ ହେଲେ ଏନେଇ ପୁଲିସ ଘଟଣାର ତଦନ୍ତ କରୁଛି।