Odisha News

କେନ୍ଦୁଝର : ସଙ୍କଟରେ ଗଜରାଜ, ୧୧ କେଭି ବିଦ୍ୟୁତ ତାର ନେଲା ଜୀବନ

କେନ୍ଦୁଝର,୧୯/୩ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ୍ ବାମେବାରି ବିଟ୍ ବସନ୍ତପୁର ଜଡ଼ିପଦାସାହିରେ ଏକ ଦନ୍ତାହାତୀଙ୍କ ମୃତ୍ୟୁ ଘଟିଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ତା’ର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
କେନ୍ଦୁଝର ଡିଏଫ୍ଓ ଧନରାଜ ହନୁମନ୍ତ କହିଛନ୍ତି, ଆଜି ସକାଳ ପ୍ରାୟ ୫ଟାରୁ ୬ଟା ଭିତରେ ଏହି ଘଟଣା ଘଟିଛି। ଏକ ବିଦ୍ୟୁତ୍ ଖୁଣ୍ଟର ଷ୍ଟେ ତାରରେ କରେଣ୍ଟ ପ୍ରବାହିତ ହେଉଥିଲା। ଆଉ ହାତୀଟି ସେହି ଷ୍ଟେ ତା’ର ସଂସ୍ପର୍ଶରେ ଆସିଯାଇଥିଲା। ତେଣୁ ହାତୀଟିର ମୃତ୍ୟୁ ଘଟିଛି। ପ୍ରାଥମିକ ତଦନ୍ତରୁ ଏହା ସ୍ପଷ୍ଟ ହୋଇଛି। ଏହା ଏକ ଦୁର୍ଭାଗ୍ୟଜନକ ଘଟଣା।

Related Posts

Seo wordpress plugin by www.seowizard.org.