Odisha News

କୁଟାସିଂହା ରେ ସ୍ଵଚ୍ଛତା ହିଁ ସେବା,ସ୍ୱଚ୍ଛଭାରତ ମିଶନ କାର୍ଯ୍ୟକ୍ରମ ଅନୁଷ୍ଟିତ

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୨୮/୯ : ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟାସିଂହା ଗ୍ରାମ ପଞ୍ଚାୟତ ଆନୁକୁଲ୍ୟରେ କୁଟାସିଂହା ଗାଁ ର ମୁଖ୍ୟ ରାସ୍ତା, ବିଜୁଳିବନ୍ଧ୍ ରାସ୍ତା ଓ କୁଟାସିଂହା-ବାଳପୁର ରାସ୍ତା ସଫା ସୁତୁରା କରାଯିବା ସହ ଜେଶିବି ଓ ଟ୍ରାକଟର ସାହାଯ୍ୟରେ ବିଭିନ୍ନ ଜାଗାରେ ଜମା ହୋଇଥିବା କୁଢ଼ କୁଢ଼ ମଇଳା,ଆବର୍ଜନା କୁ ସଫା କରାଯାଇ ଥିଲା।
ଏଥିରେ କୁଟାସିଂହା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଡିଗ୍ରୀ ମେହେର,ଜିପିଡିଓ ପ୍ରଶାନ୍ତ କୁମାର ଯୋଶୀ,ଗ୍ରାମ ରୋଜଗାର ସେବକ କବିନ୍ଦ୍ର ପଧାନ,ସ୍ୱଚ୍ଛ ଭାରତ ମିଶନ ର ମହେନ୍ଦ୍ର ମହାକୁର, ଯୋଗାଣ ସହାୟକ ଦେବାନନ୍ଦ ପଧାନ,ବିରଞ୍ଛିସାହୁ, ଗୋଲେଖ ନାଗ୍,ଅନ୍ତ ସାହୁ ପ୍ରମୁଖ ଯୋଗଦେଇ ଥିବାବେଳେ ଗାଁ ର ସ୍ଵୟଂ ସହାୟକ ଦଳ ର ମହିଲା ମାନେ ବହୁସଂଖ୍ୟାରେ ଯୋଗ ଦେଇ ଥିଲେ।ସ୍ୱଚ୍ଛତା ବଜାୟ ରଖିବା ପାଇଁ ଲୋକ ଙ୍କୁ ବୁଝାଇବା ସହ ସଚେତନତା ସୃଷ୍ଟି କରିଥିଲେ।
ଏକ ବିରାଟ ଶୋଭାଯାତ୍ରା ରେ ମହିଳା ମାନେ ଏକାଠି ହୋଇ ସ୍ଵଚ୍ଛତା ର ବାର୍ତା ଦେଇଥିଲେ।ବିଭିନ୍ନ ସ୍ଲୋଗାନ ଦେଇ ବିଜୁଲିବନ୍ଧ୍ ରାସ୍ତା ପାଖରୁ ବାହାରି ବାଳପୁର୍ ରାସ୍ତା ପର‌୍ୟ୍ୟନ୍ତ ଏକ ସଚେତନ ରେଲି ରେ ସ୍ବଚ୍ଛତା ର ବାର୍ତା ଦେଇଥିଲେ।

Related Posts

Seo wordpress plugin by www.seowizard.org.