Odisha News

କାନ୍ଦୁଛି ଜନ୍ମମାଟି, ପହଞ୍ଚିଲା ସହିଦ ପୁଅ ସୁଶାନ୍ତଙ୍କ ପାର୍ଥିବ ଶରୀର

ଆନନ୍ଦପୁର,୧୨/୮: ମାଓବାଦୀ ଆକ୍ରମଣରେ ଶହୀଦ ହୋଇଥିବା କେନ୍ଦୁଝର ଜିଲା ଆନନ୍ଦପୁର ପୌରାଞ୍ଚଳର ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ପାର୍ଥିବ ଶରୀର ଜନ୍ମ ମାଟିରେ ପହଞ୍ଚିଛି। ଶନିବାର ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର ହେବ। ରାଷ୍ଟ୍ରୀୟ ମର‌୍ୟ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ।
ସୁଶାନ୍ତଙ୍କ ପାର୍ଥିବ ଶରୀର ଆନନ୍ଦପୁରରେ ପହଞ୍ଚିବା ପରେ ବିଶାଳ ଶୋଭାଯାତ୍ରରେ ନିଜ ଗାଁକୁ ନିଆଯାଇଥିଲା। ସେଠାରେ ବୀର ଯବାନ ସୁଶାନ୍ତଙ୍କ ଶେଷ ଦର୍ଶନି ବହୁ ମାନ୍ୟଗଣ୍ୟ ବ୍ୟକ୍ତ କରିଛନ୍ତି। ଏହାସହ କାନ୍ଦବୋବାଳିରେ ଫାଟି ପଡୁଛି ପୂରା ଗାଁ। ପରିବାର ଲୋକେ ଓ ଗ୍ରାମବାସୀ ସୁଶାନ୍ତଙ୍କୁ ମନେ ପକାଇ ଝୁରି ହେଉଛନ୍ତି।

Related Posts

Seo wordpress plugin by www.seowizard.org.