Odisha News

କନ୍ଧମାଳ : ବାଲିଗୁଡାରେ ଗୁରୁ ଦିବସ ପାଳିତ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୬/୯: ପ୍ରଖ୍ୟାତ ଦାର୍ଶନିକ,ଶିକ୍ଷାବିତ ତଥା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ୧୩୬ ତମ ଗୁରୁଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି ।
ଏହି ପରିପ୍ରେକ୍ଷୀରେ ବାଲିଗୁଡା ବ୍ଲକର ମିଡ଼ିଆକିଆ ପଞ୍ଚାୟତର ନୂଆସାହି ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଗଦୀଶ ଚନ୍ଦ୍ର ବେହେରା, ସହକାରୀ ଶିକ୍ଷୟିତ୍ରୀ କିମନ୍ତି ମଳିକ ଓ ସରୋଜିନୀ ମଳିକ ଏବଂ ସେହିପରି ନାଡ଼ାପାଟାଙ୍ଗା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଜନୀ କାନ୍ତ ଦାସ, ମମତା ଦଳବେହେରା, ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଓ ବଦନା ମଲ୍ଲିକ ଙ୍କ ସମେତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି ସଭା କାର‌୍ୟ୍ୟ ଆରମ୍ଭ କରିଥିଲେ ।
ପ୍ରଥମେ ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସ୍ୱାଗତ ସଂଗୀତ ଗାନ କରିଥିଲେ । ଛାତ୍ର ଛାତ୍ରୀ ମାନେ ପୌରାଣିକ ଯୁଗଠାରୁ ଆରମ୍ଭ କରି ବର୍ତ୍ତମାନ ଯୁଗର ଗୁରୁ ଏବଂ ମହାନ ଗୁରୁଙ୍କ ଉପରେ ବହୁତ କିଛି ହୃଦୟ ସ୍ପର୍ଶୀ ଭାଷଣ ପ୍ରଦାନ କରିଥିଲେ । ପରେ ପରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ଛାତ୍ର ଛାତ୍ରୀ ଙ୍କ ଉଦେଶ୍ୟରେ ବହୁ ଉପଦେଶାତ୍ମକ ଭାଷଣ ପ୍ରଦାନ କରି ଭବିଷ୍ୟତ ଓ ଉତ୍ତୋରତ୍ତର କାମନା କରିଥିଲେ । ଶେଷରେ ପିଲାମାନଙ୍କ ଦ୍ୱାରା ଗୁରୂ ଉପଦେଶାତ୍ମକ ନୃତ୍ୟ, ସଙ୍ଗୀତ ମଧ୍ୟ ପରିବେଷିତ ହୋଇଥିଲା । ଏହି ସମସ୍ତ କାର‌୍ୟ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
୮ ଟି ଚୋରୀ ବାଇକ ଜବତ : ଜଣେ ନାବାଳକ ଗିରଫ
ବାଲିଗୁଡା,୬/୯ : କନ୍ଧମାଳ ଜିଲ୍ଲା ବାଲିଗୁଡା ପୁଲିସକୁ ମିଳିଛି ଏକ ବଡ ସଫଳତା । ୮ ଟି ଚୋରା ବାଇକ ଜବତ କରିବା ସହ ଜଣେ ନାବାଳକ କୁ ଗିରଫ କରିଛି ପୋଲିସ ।
ଜବତ ହୋଇଥିବା କେତେକ ବାଇକ ଗୁଡିକ ବାଲିଗୁଡା, ସାରଙ୍ଗଡ଼, ବଲାଙ୍ଗୀର ଅଞ୍ଚଳ ହୋଇଥିବା ବେଳେ ଆଉ କେତେକ କେଉଁ ସ୍ଥାନର ଜଣାପଡି ନାହିଁ, ଏହି ବାଇକ ଚୋରି ରାକେଟରେ ସାଧାରତଃ ନାବାଳକ ମାନେ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି ।
ସେ ନେଇ ଏଭଳି ଅପରାଧ ଠାରୁ ଦୁରେଇ ରହି ମୁଖ୍ୟସ୍ରୋତ ରେ ସାମିଲ ହେବାକୁ ବାଲିଗୁଡା ଏସଡିପିଓ ରାହୁଲ ଗୋୟଲ ନିବେଦନ କରିଛନ୍ତି ।
ଏଥିସହ ଏହି ଚୋରା ବାଇକ ରାକେଟ ରେ ଆଉ କେଉଁ କେଉଁ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି, ସେ ନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି ବୋଲି ଏସଡିପିଓ ପ୍ରକାଶ କରିଛନ୍ତି ।

Related Posts

Seo wordpress plugin by www.seowizard.org.