Odisha News

କଟକ ସହରରୁ ହଟିଲା ସଟଡାଉନ୍ , ୫୦ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ

କଟକ,୧୩/୭: ସୋମବାର ଦିନଠାରୁ କଟକ ସହରରୁ ସଟଡାଉନ୍ କଟକଣା ହଟିଛି । ଏବେ ସିଏମସି ଅଞ୍ଚଳରେ ସକାଳ ୫ଟାରୁ ସଂଧ୍ୟା ୭ଟା ପର‌୍ୟ୍ୟନ୍ତ ଖୋଲା ରହିବ ।
ହେଲେ ସପ୍ତାହରେ ଶନିବାର ଓ ରବିବାର ଯେଉଁଭଳି ଭାବରେ ସଟ୍ଡାଉନ୍ କଟକଣା ଲାଗୁ ହୋଇଛି, ତାହା ପୂର୍ବଭଳି ବଳବତ୍ତର ରହିବ ବୋଲି ସିଏମ୍ସି ପକ୍ଷରୁ କୁହାଯାଇଛି।
ସେହିପରି କଟକ ସହରରେ ସପିଂ ମଲ୍ ଖୋଲିବା ନେଇ ମଧ୍ୟ ଅନୁମତି ଦିଆଯାଇଛି । ପୂର୍ବ ନିର୍ଦ୍ଧାରିତ କୋଭିଡ ଗାଇଡଲାଇନ ପାଳନ କରି ସପିଂ ମଲ ଖୋଲିପାରିବ । ଏଥିରେ ସାମାଜିକ ଦୂରତା ପାଳନ କରାଯିବ। ସେପଟେ ସଂକ୍ରମଣ ଯେପରି ନ ବ୍ୟାପିବ ସେନେଇ ସଂପିଂ ମଲ୍ ରେ ବ୍ୟବସ୍ଥା କରାଯିବ । ସେହିପରି ରେଷ୍ଟୁରାଣ୍ଟ ପାର୍ସଲ ପାଇଁ ଖୋଲା ରହିବ । ସରକାରୀ କାର‌୍ୟ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର‌୍ୟ୍ୟ କରିବ । ବିବାହ ପାଇଁ ସର୍ବାଧିକ ୫୦ ଏବଂ ମୃତ କ୍ରିୟା କର୍ମ ପାଇଁ ସର୍ବାଧିକ ୨୦ ଜଣଙ୍କୁ ଅନୁମତି ଦେବା ଲାଗି ଥିବା ନିୟମ ବଳବତ୍ତର ରହିବ ।

Related Posts

Seo wordpress plugin by www.seowizard.org.