Odisha News

ଚତୁର୍ଥ ଦିନରେ ବିଜେଡିର ଚକ୍ରମଣି ବିରାଟ ପଟୁଆରରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୯/୪: ପ୍ରବଳ ରୌଦ୍ର ତାପ ସତ୍ବେ ହଜାର ହଜାର ସମର୍ଥକଙ୍କ ଗହଣ ରେ ଏକ ବିରାଟ ଶୋଭାଯାତ୍ରା ଓ ପଟୁଆର ରେ ଆସି କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବିଜୁ ଜନତା ଦଳ ନିକଟସ୍ଥ ଅସ୍ଥାୟୀ କାର୍ଯ୍ୟାଳୟ ଠାରୁ ପାରମ୍ପରିକ ନୃତ୍ୟ ,ବାଦ୍ୟ ଯନ୍ତ୍ର ତାଳେ ତାଳେ ବାଲିଗୁଡା ,କ.ନୂଆଗାଁ ,ତୁମୁଡିବନ୍ଧ , କୋଟଗଡ ବ୍ଲକ ଓ ବାଲିଗୁଡା ଏନଏସି ର ହଜାର ହଜାର ସମର୍ଥକଙ୍କୁ ନେଇ ସ୍ଥାନୀୟ ବସଷ୍ଟାଣ୍ଡ , ମୁଖ୍ୟ ବଜାର, ଗାନ୍ଧୀ ଛକ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସ୍ଥାନୀୟ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଡ.ରିନା ପ୍ରଧାନଙ୍କ ନିକଟ ରେ ୨ ସେଟ ପ୍ରାର୍ଥୀପତ୍ର ନାମାଙ୍କନ ଦାଖଲ କରିଥିଲେ ।
ପ୍ରାର୍ଥୀପତ୍ର ଦାଖଲ ସମୟରେ କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ ,ଜିଲ୍ଲା ପଯ୍ୟବେକ୍ଷକ ବିଜୟ ନାୟକ ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ,ପୂର୍ବତନ ବିଧାୟକ ରାଜୀବ ପାତ୍ର ,ସଂଯୋଜକ ଟୁନା ଦାସ , ଅଜୟ ମହାରଣା, ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ତାଙ୍କ ଉପରେ ମାନ୍ୟବର ମୁଖ୍ୟମନ୍ତୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଭରଷା କରି ଟିକଟ ଦେଇଥିବାରୁ ଧନ୍ୟବାଦ ପ୍ରଦାନ କରିବା ସହ ଚାରୋଟି ବ୍ଲକ ଓ ବାଲିଗୁଡା ଏନଏସି ର ଜନସାଧାରଣ ଓ ତାଙ୍କ ଉପରେ ଭରଷା କରି ଆଜି ଆସିଥିବାରୁ ଦଳର ସମସ୍ତଙ୍କୁ ବିଧାୟକ ପ୍ରାର୍ଥୀ ଚକ୍ରମଣି ଧନ୍ୟବାଦ ପ୍ରଦାନ କରିଛନ୍ତି । ସାଂସଦ ଡ.ଅଚ୍ୟୁତ ସାମନ୍ତ ନିଜ ପ୍ରତିକ୍ରିୟା ରେ କହିଛନ୍ତି ଯେ, ବାଲିଗୁଡା ବିଧାନସଭା ମଣ୍ଡଳୀ ର ସମସ୍ତ ଜନସାଧାରଣ ଚକ୍ରମଣି କହଁରଙ୍କୁ ପୁଣି ଥରେ ଆଶୀର୍ବାଦ ପ୍ରଦାନ କରି ବିଜୟୀ କରାନ୍ତୁ ବୋଲି ଅପିଲ କରିଥିଲେ କ୍ଷ

Related Posts

Seo wordpress plugin by www.seowizard.org.