ଓଡ଼ିଆ ନବବର୍ଷରେ ଉଦଘାଟିତ ହେଲା ନୂତନ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୫/୪ : ସ୍ଥାନୀୟ ଶ୍ରୀରାମ ନଗର (ଟେଲିଫୋନ ଅଫିସ ନିକଟ) ଠାରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜନ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠର ନୂତନ ଗୃହ ଓଡ଼ିଆ ନବ ବର୍ଷରେ ଉଦଘାଟିତ ହୋଇଯାଇଛି। ଶ୍ରୀ ଜଗଦ୍ଦେବ ହୋମ, ଯଜ୍ଞ ଓ ପୂଜାପାଠ କରିବା ପରେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ସହ ତୁରନ୍ତ ସମାଧାନ ପାଇଁ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ।
ଏହି ଅବସରରେ ବିଧାୟକ ଶତାଧିକ ଲୋକଙ୍କୁ ଶ୍ରୀମଦ୍ ଭଗବତ ଗୀତା ପୁସ୍ତକ ବଣ୍ଟନ କରିଥିଲେ । ତେବେ ଏହି ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ ପ୍ରତ୍ୟେକ ଦିନ ଖୋଲା ରହିବା ସହ ସପ୍ତାହକୁ ତିନି ଦିନ ବିଧାୟକ ନିଜେ ଉପସ୍ଥିତ ରହି ଲୋକଙ୍କ ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ଶୁଣି, ସମାଧାନ କରିବେ ବୋଲି ପ୍ରକାଶ କରିଛନ୍ତି।
ଶେଷରେ ଉପସ୍ଥିତ ଜନସାଧାରଣଙ୍କୁ ବିଧାୟକ ଓଡ଼ିଶା ନବବର୍ଷର ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ସମସ୍ତଙ୍କ ପାଇଁ ପଣା ଓ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା ।