ଉତୁରିଗଲା ରସିକିଆ ପ୍ରିନ୍ସିପାଲ୍ଙ୍କ ପ୍ରେମ ନିଶା, ଅଧ୍ୟାପିକାଙ୍କୁ ଏକତରଫା ପ୍ରେମ ନିବେଦନ କରି ଗିରଫ
ଖୋର୍ଦ୍ଧା, ୧୦/୧୨ : ରସିକିଆ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କଲା ପୋଲିସ୍ । ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ୍ତ ଦାସଙ୍କୁ ଗିରଫ କଲା ପୋଲିସ ।
କଲେଜର ଜଣେ ଅଧ୍ୟାପିକାଙ୍କୁ ସମ୍ପୃକ୍ତ ଅଧ୍ୟକ୍ଷ ଜଣକ ଅଶ୍ଳୀଳ ମେସେଜ ପଠାଇ ପ୍ରେମ ନିବେଦନ କରିଥିଲେ । ଏନେଇ ଅଧ୍ୟାପିକାଙ୍କ ବାପା ବୋଲଗଡ଼ ଥାନାରେ ମଙ୍ଗଳବାର ଏତଲା ଦାୟର କରିଥିଲେ । ତଦନ୍ତ ଆଧାରରେ ବୋଲଗଡ଼ ପୋଲିସ କଲେଜର ଅଧ୍ୟକ୍ଷଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ।
ସୂଚନା ଅନୁଯାୟୀ ,ଗତ କିଛି ମାସ ତଳେ ରସାୟନ ବିଭାଗରେ ନିଯୁକ୍ତି ପାଇଥିବା ଜଣେ ଅଧ୍ୟାପିକାଙ୍କ ଫୋନକୁ ଅଧ୍ୟକ୍ଷ ଭଏସ ମେସେଜ ଜରିଆରେ ପ୍ରେମ ନିବେଦନ କରିବା ସହିତ ବାରମ୍ବାର ଅଶ୍ଳୀଳ ବାର୍ତ୍ତା ଦେଇଥିଲେ । ଏଥିରେ ଅଧ୍ୟାପିକା ଜଣକ ମାନସିକ ଆଘାତ ପାଇ ବାପାଙ୍କୁ ଜଣାଇଥିଲେ ।
ଏହାପରେ ଅଧ୍ୟାପିକାଙ୍କ ବାପା ବୋଲଗଡ଼ ଥାନାରେ ଏତଲା ଦେଇଥିଲେ । ବୁଧବାର ସମ୍ପୃକ୍ତ ଅଧ୍ୟକ୍ଷଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।




