Odisha News

ଆମରି ସତ୍ୟ ପତ୍ରିକା ର ଷୋଡ଼ଶ ବାର୍ଷିକ ଉତ୍ସବ-୨୦୨୬ ଅନୁଷ୍ଠିତ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୩୦/୮ : ଆମରି ସତ୍ୟ ପତ୍ରିକାର ଷୋଡ଼ଶ ବାର୍ଷିକ ଉତ୍ସବ- ୨୦୨୬ ସମ୍ପାଦକ ଡ. ପ୍ରସନ୍ନ କୁମାର ଜେନାଙ୍କ ସଭାପତିତ୍ବରେ ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟକ ଭାବରେ ମେଜର କ୍ଷିରୋଦ ପ୍ରସାଦ ମହାନ୍ତି ଯୋଗଦେଇ ପୁସ୍ତକ ପଠନ ଦ୍ବାରା ଅନ୍ତଃକରଣ ଶୁଦ୍ଧି ଓ ବୌଦ୍ଧିକ ବିକାଶ ହୁଏ ବୋଲି ମତ ପ୍ରକାଶ କରିଥିଲେ।
ବରିଷ୍ଠ ଅନୁବାଦକ ଶ୍ରୀଯୁକ୍ତ ତୁଳସୀ ଜୈନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜିର ଯୁବପିଢ଼ି ଭାଷା ଓ ସାହିତ୍ୟର ଉନ୍ନତି ପାଇଁ ଆଗେଇ ଆସିବା ସହିତ ଅଭିଭାବକଙ୍କ ଦିଗଦର୍ଶନ ଗ୍ରହଣ କରିବା ଉଚିତ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ।
ମୁଖ୍ୟବକ୍ତା ଭାବେ ଯୋଗଦେଇ ଡ. ଆରତି କର ସାହିତ୍ୟ ହେଉଛି ଉତ୍ତମ ମାର୍ଗଦର୍ଶକ, ଚିନ୍ତା ଓ ଚେତନାର ଅଭିବୃଦ୍ଧିର କାରକ, ଜ୍ଞାନର ଆଲୋକ ପ୍ରଦାୟକ ବୋଲି ବର୍ଣ୍ଣନା କରିଥିଲେ।
ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଡ.ବିଷ୍ଣୁ ଚରଣ ସାହୁ କହିଲେ, ଆମରି ସତ୍ୟ ପତ୍ରିକା ନୈତିକ, ବୌଦ୍ଧିକ ଆଧ୍ୟାତ୍ମିକ ଶିକ୍ଷା ପ୍ରଦାନ କରିଥାଏ। ତାର ଅଭିବୃଦ୍ଧି ଆମର କାମ୍ୟ। ଆମରି ସତ୍ୟ ପତ୍ରିକାର ପ୍ରତିଷ୍ଠାତା ବିଶିଷ୍ଟ ଶିକ୍ଷାବିତ ପ୍ରମୋଦ ଚନ୍ଦ୍ର ଦାଶ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।
ପତ୍ରିକାର ନିର୍ଦ୍ଦେଶକ ରମେଶ ଚନ୍ଦ୍ର ମହାପାତ୍ର ଓଡିଆ ଭାଷା ସହ ନିଜର ଅସ୍ଫ୍ମିତାକୁ ବଜାୟ ରଖିବା ଉପରେ ଗୁରୁତ୍ଵ ଦେଇଥିଲେ। ଆମରି ସତ୍ୟ ବିକାଶ ପରିଷଦ ସମ୍ପାଦକ ଶ୍ରୀ ଆଦି ନାରାୟଣ ଖଣ୍ଡୁଆଳ ପରିଷଦର ବାର୍ଷିକ ବିବରଣୀ ପାଠ କରିଥିଲେ।
ବିଶିଷ୍ଟ ଐତିହାସିକ ଶ୍ରୀଯୁକ୍ତ ସତ୍ୟବାଦୀ ବଳୀୟାରସିଂହ କାର୍ଯ୍ୟକ୍ରମରେ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶ୍ରୀ ରାମଶଙ୍କର ଓ ଶ୍ରୀମତୀ ରଶ୍ମିତା ନାୟକ ମଞ୍ଚ ପରିଚଳନା କରିଥିଲେ। ଏହି ଅବସରରେ ଆମରି ସତ୍ୟ ତରଫରୁ ଡ. ଗୁରୁପ୍ରସାଦ ମହାପାତ୍ରଙ୍କୁ ଆମରିସତ୍ୟ ସାରସ୍ଵତ ସମ୍ମାନ ଡ. ଆଚାର‌୍ୟ୍ୟ ସୂର‌୍ୟ୍ୟକାନ୍ତ ପଟ୍ଟଯୋଷିଙ୍କୁ ଆମରିସତ୍ୟ ସମ୍ମାନ ,ଶ୍ରୀଯୁକ୍ତ ପଦ୍ମନାଭ ବିଶ୍ବାଳଙ୍କୁ ଶିକ୍ଷା ସମ୍ମାନ, ଶ୍ରୀଯୁକ୍ତ ଲାଲା ବିରେନ୍ ରାୟ ଙ୍କୁ ଡ଼ା. ଧନେଶ୍ଵର ସାହୁ ନାଟ୍ୟ ସମ୍ମାନରେ ଭୁଷିତ କରାଯାଇଥିଲା।
ସୁରେଶ ଚନ୍ଦ୍ର ସ୍ୱାଇଁଙ୍କୁ ସ୍ବର୍ଗତ ରମାକାନ୍ତ ମିଶ୍ର ପାଲା ଗାୟକ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ସ୍ଵତନ୍ତ୍ର ଭାବରେ ଉତ୍ତମ କାର‌୍ୟ୍ୟ ଦକ୍ଷତା ପାଇଁ ଶ୍ରୀ ଆଦି ନାରାୟଣ ଖଣ୍ଡୁଆଳ, ପଣ୍ତିତ ପଦ୍ମନାଭ ପାଣିଗ୍ରାହୀ, ଶ୍ରୀ ଜବାହର ଲାଲ ସୁବୁଦ୍ଧି, ବିଜୟାନନ୍ଦ ପଟ୍ଟନାୟକ, ଅର୍ଜୁନ ବାରିକ, ବିଷ୍ଣୁ ପ୍ରସାଦ ସ୍ଵାଇଁ ,ପ୍ରତାପ କୁମାର ବାରିକଙ୍କୁ ଆମରି ସତ୍ୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ପ୍ରାରମ୍ଭରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସମରଜିତ୍ ପଟ୍ଟନାୟକ, ବିଭୁପ୍ରସାଦ ଶ୍ରୀଚନ୍ଦନ, ପ୍ରଫୁଲ୍ଲ କୁମାର ସାମନ୍ତରାୟ, ପଦ୍ମନାଭ ପାଣିଗ୍ରାହୀ, ତ୍ରିଲୋଚନ ମହାପାତ୍ର, ରଶ୍ମିତା ନାୟକ, ବିଜୟାନନ୍ଦ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
କାର୍ଯ୍ୟକ୍ରମରେ ଗୋପାଳ କୃଷ୍ଣ ଦାସ ,ଡ.ନିରଞ୍ଜନ ମହାନ୍ତି , ଡ. ପ୍ରସନ୍ନ କୁମାର ମହାପାତ୍ର, ଶ୍ରୀମତୀ ମନରୋମା ପାଢୀ, ଟି.ଅକ୍ଷୟ କୁମାର ଆଦି ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଏହି ଅବସରରେ ଡ଼ଃ ଶରତ ଚନ୍ଦ୍ର ମହାପାତ୍ରଙ୍କ ଲିଖିତ ପୁସ୍ତକ \’ପୂଣ୍ୟ ପ୍ରସଙ୍ଗ\’ ରେଣୁକା ରଥଙ୍କ \’ଭଙ୍ଗା ସିଲଟ\’ ଓ \’ସୁଅ ମୁହଁର ପତ୍ର\’ ଜବାହରଲାଲ ସୁବୁଦ୍ଧିଙ୍କ ପ୍ରବନ୍ଧ \’ଅତୀତରୁ ବର୍ତ୍ତମାନ\’ ପୁସ୍ତକ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ ହୋଇଥିଲା।

Related Posts