ଆନ୍ତର୍ଜାତୀୟ ଲେଭଲ କ୍ରସିଂ ସଚେତନତା ଦିବସ ପାଳିତ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୯/୬ : ଆନ୍ତର୍ଜାତୀୟ ଲେଭଲ କ୍ରସିଂ ସଚେତନତା ଦିବସ -୨୦୨୬ ପାଳନ ଅବସରରେ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ ମଣ୍ଡଳ ଅଧୀନସ୍ଥ ବିଭିନ୍ନ ଲେଭଲ କ୍ରସିଂ ଗେଟ୍ ଗୁଡ଼ିକରେ ଏକ ସ୍ୱତନ୍ତ୍ର ସୁରକ୍ଷା ସଚେତନତା ଅଭିଯାନ ପରିଚାଳନା କରାଯାଇଥିଲା ।
ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ହେଉଛି ଏକ ବିଶ୍ୱସ୍ତରୀୟ ପ୍ରୟାସ, ଯାହାର ଉଦ୍ଦେଶ୍ୟ ହେଉଛି ରେଳବାଇ ଲେଭଲ୍ କ୍ରସିଂ ଗୁଡ଼ିକରେ ସୁରକ୍ଷା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ।“ଆଜି ସତର୍କ, ଆସନ୍ତାକାଲି ସୁରକ୍ଷିତ” ବିଷୟବସ୍ତୁ ଉପରେ ଲୋକ ମାନଙ୍କୁ ସଚେତନତା କରାଯାଇଥିଲା।
ଏହି ଅବସରରେ ମଞ୍ଚେଶ୍ୱର ଏବଂ ବାରଙ୍ଗ ଷ୍ଟେସନ ମଧ୍ୟରେ ଅବସ୍ଥିତ ଲେଭଲ କ୍ରସିଂ ଗେଟ୍ ନଂ ୧୮୫ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସାଧାରଣ ଜନତାଙ୍କୁ ରେଳବାଇ ଲେଭଲ୍ କ୍ରସିଂରେ ସୁରକ୍ଷିତ ଅଭ୍ୟାସ ବିଷୟରେ ଶିକ୍ଷା ଦେବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକଳାପ ଯେପରିକି ଲିଫଲେଟ ବଣ୍ଟନ, ବ୍ୟାନର ଓ ପୋଷ୍ଟର ପ୍ରଦର୍ଶନ ସହ ସୁରକ୍ଷା ବାର୍ତ୍ତା ପ୍ରଚାର ମାଧ୍ୟମରେ ସଡ଼କ ବ୍ୟବହାରକାରୀ ଏବଂ ସାଧାରଣ ଲୋକଙ୍କୁ ରେଳ ଲେଭଲ କ୍ରସିଂରେ ସୁରକ୍ଷିତ ଆଚରଣ ସମ୍ପର୍କରେ ସଚେତନ କରାଯାଇଥିଲା।
ସ୍କାଉଟ୍ସ ଏବଂ ଗାଇଡ୍ସ ଙ୍କ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବାର୍ତ୍ତା ପହଞ୍ଚାଇବା ପାଇଁ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା।
ଗେଟ୍ ବନ୍ଦ ଥିବା ସମୟରେ କ୍ରସିଂ ପାର ହେବା ପାଇଁ କୌଣସି ଚେଷ୍ଟା କରାଯିବା ଉଚିତ୍ ନୁହେଁ ବୋଲି ଦର୍ଶାଇଥିଲା।
ଖୋର୍ଦ୍ଧାରୋଡ୍ ବେସାମରିକ ପ୍ରତିରକ୍ଷା (ସିଭିଲ୍ ଡିଫେନ୍ସ) ସଂଗଠନର ସଦସ୍ୟମାନେ ମଧ୍ୟ ରେଳ ଧାରଣାରେ ଅନୁପ୍ରବେଶ କରିବା, ସେଲଫି ନେବା, ଭିଡିଓ ରିଲ୍ସ ତିଆରି କରିବା ଏବଂ ରେଳ ପରିସର ମଧ୍ୟରେ ଅନ୍ୟାନ୍ୟ ଅସୁରକ୍ଷିତ କାର୍ଯ୍ୟକଳାପ କରିବାର ବିପଦ ବିଷୟରେ ଜନସାଧାରଣଙ୍କୁ ସଚେତନ କରିଥିଲେ।
ଏହି ସଚେତନତା କାର୍ଯ୍ୟକ୍ରମରେ ସୁବୋଧ ଚୌଧୁରୀ ମୁଖ୍ୟ ସୁରକ୍ଷା ଅଧିକାରୀ , ପି. କେ. ବେହେରା ଏଡିଆରଏମ (ପରିଚାଳନ) ଖୋର୍ଦ୍ଧାରୋଡ୍, ଏ. ପି. ବାରିକ ଡେପୁଟି ସିଏସଓ/ଇଲେକ୍ଟ୍ରିକାଲ ଏବଂ ଅନ୍ୟାନ୍ୟ ବ୍ରାଞ୍ଚ ଅଧିକାରୀ ମାନେ ଲେଭଲ୍ କ୍ରସିଂ ଏବଂ ରେଳ ପରିସର ମଧ୍ୟରେ ସୁରକ୍ଷା ନିୟମାବଳୀ ପାଳନ କରିବା ଉପରେ ଗୁରୁତ୍ୱ ଦେଇଥିଲେ।
ଖୋର୍ଦ୍ଧାରୋଡ୍ର ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ ନମୋ ନାରାୟଣ ମୀନାଙ୍କ ମାର୍ଗଦର୍ଶନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସିଭିଲ୍ ଡିଫେନ୍ସ ଇନଷ୍ଟ୍ରକ୍ଟର ସୁକେନ୍ଦ୍ର ବେହେରାଙ୍କ ଦ୍ୱାରା ସଂଯୋଜିତ ହୋଇଥିଲା ।




