ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ତିନି ଗିରଫ: ଦୁଇ ଫେରାର : ମାଉଜର ସହ ମାରଣାସ୍ତ୍ର ଜବତ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୫/୫: କନ୍ଧମାଳ ଜିଲ୍ଲା ଫୁଲବାଣୀ-ବାଲିଗୁଡା ରାସ୍ତାରେ ସାରଙ୍ଗଡ଼ ଥାନା ପୋଲିସ୍ ଏମ୍,ଭି ଚେକିଙ୍ଗ କରୁଥିବା ସମୟରେ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗ ଠାବ ହୋଇଛି ।
ଏହି ଘଟଣା ରେ ତିନି ଜଣ ଗିରଫ ହୋଇଥିବା ବେଳେ ମାଷ୍ଟରମାଇଣ୍ଡ ସହ ଅନ୍ୟଜଣେ ଫେରାର ଥିବା ଜଣାପଡିଛି । ଘଟଣା ରୁ ପ୍ରକାଶ ଯେ, ଫୁଲବାଣୀ ଠାରୁ ବାଲିଗୁଡ଼ା ରାସ୍ତାରେ ଏକ ଅଲ୍ଟୋ କାର ନଂ. ଏମଏଚ -୦୨-ଏ ୱାଇ -୭୧୭୨ ରେ ପାଞ୍ଚଜଣ ଆସୁଥିବାବେଳେ ସାରଙ୍ଗଡ ପୋଲିସ ଅଟକାଇ ସନ୍ଦେହ ରେ ପଚାରିବା ସହ ଗାଡ଼ି ତନଖି କରାଯିବା ବେଳେ ଗାଡିରୁ ଏକ ମାଉଜର,ଗୋଟେ ଏଆର୍ ଗନ୍,ଭୁଜାଲି, ଦୁଇଟି ଛୁରୀ କିଛି ଟଙ୍କା ଜବତ କରିଥିଲା ପୋଲିସ ।
ପଚରା ଉଚରା ବେଳେ ସେମାନେ ସେମିତି କିଛି ବିଶ୍ବାସ ଯୋଗ୍ୟ ମତାମତ ଦେଈ ନଥିଲେ ସେଥିରୁ ତିନି ଜଣଙ୍କୁ ପୋଲିସ୍ ଗିରଫ କରିଥିବାବେଳେ ମାଷ୍ଟର ମାଇଣ୍ଡ ସହ ଅନ୍ୟ ଜଣେ ଫେରାର ହୋଇଯାଇଥିଲେ ।
ଗିରଫ ତିନିଜଣ ମହାରାଷ୍ଟ୍ର ରାଜ୍ୟର ମହମ୍ମଦ ଆରିଫ ଅନସାରୀ (୨୩), ଶାହାବନ ଶାହା (୧୮), ଶେଖ୍ ମୁଷ୍ଟଫା (୧୮) ହୋଇଥିବା ଜଣାପଡିଛି । ଏନେଇ ସାରଙ୍ଗଡ ଥାନ କେଶ ନଂ.୬୭/୨୫ରେ ଏକ ମାମଲା ରୁଜୁ କରି ପୋଲିସ୍ ଅଧିକ ତଦନ୍ତ କରୁଥିବା ବିଷୟ ଜି.ଉଦୟଗିରି ଏସଡିପିଓ ବିଜୟ କୁମାର ବିଶି ସୂଚନା ଦେଇଛନ୍ତି ।