Odisha News

ଆତଙ୍କବାଦୀଙ୍କ ବିରୋଧରେ ଏକଜୁଟ ହେବାକୁ ମୁଁ ସାରା ସମାଜକୁ ଆହ୍ବାନ ଦେଉଛି : ବିଶିଷ୍ଟ ଲେଖକ ଜୟ ପ୍ରକାଶ

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୨୫/୪ : ପେହେଲଗାଓଁ ଆତଙ୍କବାଦୀ ଆକ୍ରମଣରେ ବାଲେଶ୍ବରର ପ୍ରଶାନ୍ତ ଶତପଥୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ବିଶିଷ୍ଟ ଲେଖକ ଜୟ ପ୍ରକାଶ ନାୟକ ।
ପ୍ରଶାନ୍ତଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି । ଆତଙ୍କବାଦୀଙ୍କୁ କୌଣସି ଦୟା ଦେଖାଯିବା ଉଚିତ ନୁହେଁ ବୋଲି କହିଛନ୍ତି ଜୟ ପ୍ରକାଶ ।
ସେମାନଙ୍କୁ କଠୋର ହସ୍ତରେ ଦମନ କରାଯିବା ଉଚିତ । ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ମୃତକଙ୍କ ପାଇଁ ବି ଶୋକ ପ୍ରକାଶ କରିଛନ୍ତି ଜୟପ୍ରକାଶ । ଆତଙ୍କବାଦୀଙ୍କ ଏଭଳି ନିଷ୍ଠୁର କାର୍ଯ୍ୟ ଅକ୍ଷମଣୀୟ। ଆତଙ୍କବାଦ ବିରୋଧ ଲଢେଇରେ ପୂରା ଦେଶ ଏକାଠି ହେବ ବୋଲି ସେ କହିଛନ୍ତି ।ପହଲଗାଓଁ ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶ ସ୍ତବ୍ଧ ।
ଜାଣିଶୁଣି ଭାରତୀୟ ହିନ୍ଦୁ ସମାଜକୁ ଭୟଭୀତ କରିବାକୁ ହୋଇଥିବା ଏହି ଜଘନ୍ୟ କାଣ୍ଡକୁ ଯେତେ ନିନ୍ଦା କଲେ ବି କମ୍ ।
ଆତଙ୍କବାଦୀମାନେ ପର୍ଯ୍ୟାଟକଙ୍କୁ ସେମାନଙ୍କ ଧର୍ମ କଣ ପଚାରି ସେହି ଆଧାରରେ ହତ୍ୟା କରିଛନ୍ତି । ଏଥିଲାଗି ସେମାନେ ବସ୍ତ୍ର ଖୋଲି ଯାଞ୍ଚ ମଧ୍ୟ କରିଛନ୍ତି ।
ଯାହା ଅତ୍ୟନ୍ତ ଘୃଣ୍ୟ ଓ କ୍ଷୋଭର ବିଷୟ।ଆତଙ୍କବାଦୀ, ଏହାକୁ ପ୍ରୋତ୍ସାହନ ଦେଉଥିବା ଦେଶ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତ ବିଶିଷ୍ଟ ଲେଖକ ଜୟ ପ୍ରକାଶ ନାୟକ ।
ତାଛଡ଼ା ଦେଶ ଭିତରେ ଏମାନଙ୍କୁ ସମର୍ଥନ ଦେଉଥିବା ବ୍ୟକ୍ତି ଓ ଗୋଷ୍ଠୀ ବିରୋଧରେ ମଧ୍ୟ ଦୃଢ଼ ପଦକ୍ଷେପ ନେବାର ବେଳ ଆସିଯାଇଛି ।
ଆତଙ୍କବାଦୀଙ୍କ ଗୁଳିରେ ନିହତ ଭାରତୀୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ଓ ଆତଙ୍କବାଦୀଙ୍କ ବିରୋଧରେ ଏକଜୁଟ ହେବାକୁ ମୁଁ ସାରା ସମାଜକୁ ଆହ୍ବାନ ଦେଉଛି।

Related Posts