ଆଠଗଡ଼ରେ ବୁଲୁଛି କଲରାପତରିଆ ବାଘ
ଆଠଗଡ , ୬/୨: ରାସ୍ତାରେ ବୁଲୁଛି କଲରାପତରିଆ ବାଘ । ରାସ୍ତାକଡ଼ରେ ବୁଲୁଥିବାର ମୋବାଇଲରେ ହେଲା ରେକର୍ଡ । କଟକ ଆଠଗଡ଼ ବନଖଣ୍ଡର ନରସିଂହପୁର ଇଷ୍ଟ ରେଞ୍ଜର ରାସ୍ତା କଡ଼ରେ କଲରାପତରିଆ ବାଘ ଦେବାକୁ ମିଳିଛି । ବାଘକୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ମାହୋଲ ସୃଷ୍ଟି ହୋଇଛି ।
ସୂଚନା ଥାଉକି, ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜ ଜୟପୁର ପ୍ରଗଳା ରାସ୍ତାର ବଡଭୂଇଁ ନିକଟ ସୁଳିଆବାଙ୍କ ନିକଟରେ ବୁଲୁଛି ବାଘ । ପାହାଡ଼ରେ କଲରା ପତରିଆ ବାଘ ଦେଖିବାକୁ ମିଳିଛି ।
ଯାହା ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି। ଖବର ପାଇ ଘଟଣା ସ୍ଥଳରେ ନରସିଂହପୁର ପଶୁ ବନବିଭାଗ କର୍ମଚାରୀ ପହଞ୍ଚି କଲରା ପତରିଆ ବାଘର ଗତି ବିଧି ଉପରେ ନଜର ରଖଛନ୍ତି।