ଆଜିଠାରୁ ୪୮ ଘଣ୍ଟା ବାମନଘାଟୀ ବନ୍ଦ କଲା ଆଦିବାସୀ ଏକତା ମଞ୍ଚ: ୩୪ ଜଣ ଆଦିବାସୀଙ୍କୁ ଖଲାସ ଦାବିରେ ସମ୍ପୂର୍ଣ୍ଣ ବନ୍ଦ
ରାଇରଙ୍ଗପୁର/ଓଡ଼ିଶା,୨୦/୩ : କାହିଁକି ବନ୍ଦ ବାମନଘାଟି । ୪୮ ଘଣ୍ଟା ବନ୍ଦ ପାଳନ କରୁଛି ମୟୁରଭଞ୍ଜ ଆଦିବାସୀ ଏକତା ମଞ୍ଚ। ଏହି ବନ୍ଦ୍ରେ ସମସ୍ତ ଅଫିସ, ଦୋକାନ ବଜାର, ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ସହ ଗାଡି ମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ।
ବିଶୋଇ, ରାଇରଙ୍ଗପୁର, ବହଳଦା ଓ ତିରିଂ ଅଞ୍ଚଳର ସମସ୍ତ ଛକରେ ସଂଗଠନ ର କର୍ମୀମାନେ ପିକେଟିଂ କରି ବନ୍ଦ ପାଳନ କରୁଛନ୍ତି । ତିରିଂ ଥାନା ଅଞ୍ଚଳର ନାବାଳିକାଙ୍କୁ ଅସଦାଚରଣ ପ୍ରତିବାଦ ବେଳେ ପୋଲିସ ଗିରଫ କରିଥିବା ଆନ୍ଦୋଳନକାରୀଙ୍କୁ ଖୋଲାସ ଦାବିରେ ବନ୍ଦ ପାଳନ କରୁଛି କରାଯାଇଛି।
ଗତ କିଛିଦିନ ତଳେ ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ତଥା ବହଳଦା ବ୍ଲକ ଅନ୍ତର୍ଗତ ବିଞ୍ଝୁଆ ଗ୍ରାମ ପାଲଟିଥିଲା ରଣକ୍ଷେତ୍ର । ଜଣେ ସଂଖ୍ୟାଲଘୁ ଯୁବକ ଜନୈକା ଆଦିବାସୀ ନାବାଳିକାକୁ ଅସଦାଚରଣ ଉଦ୍ୟମ କରିବାରୁ ତାଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ଭିଆଇଥିଲେ ଲଙ୍କାକାଣ୍ଡ । ବିକ୍ଷୋଭ ବେଳେ ପୋଲିସ ଜନତା ଖଣ୍ଡଯୁଦ୍ଧ ଭୟଙ୍କର ରୂପ ନେଇଥିଲା ।
ଆକ୍ରୋଶ ଚରମ ସୀମାରେ ପହଞ୍ଚିବା ପରେ ଲୋକେ ପୁଲିସକୁ ଠେଙ୍ଗା ବାଡ଼ି ଓ ଢେଲାମାଡ଼ କରି ଗୁରୁତର କରିପକାଇଛନ୍ତି । ଘଟଣାରେ ୧୨ରୁ ଅଧିକ ପୋଘଟଣା ଅନୁଯାୟୀ ବିଶୋଇ ଥାନା ଅନ୍ତର୍ଗତ ମହୁଭଣ୍ଡାର ନିକଟସ୍ଥ ବାଉତିବେଡା ଗ୍ରାମର ମେଘ୍ରାୟ ବାସ୍କେଙ୍କ ନାବାଳିକା ଝିଅ ସନାପୋଷି ଗ୍ରାମର ପଡାଗ୍ରାମ ଇଚାଘୁଟୁ ଗ୍ରାମରେ ନିଜ ମାମୁ ଘରକୁ ବାହାପର୍ବ ଅବସରେ ଆସିଥିଲେ ।
ସୂଚନା ଥାଉକି, ବିଞ୍ଝୁଆ ଗ୍ରାମରେ ଥିବା ଜନସେବା କେନ୍ଦ୍ରରୁ ଆଧାର ଯୋଗେ ଟଙ୍କା କାଢି ଫେରୁଥିବା ସମୟରେ ଗାଁ ମୁଣ୍ଡରେ ଥିବା ସ୍କୁଲ ନିକଟରେ ବିଞ୍ଝୁଆ ଗ୍ରାମର ସଂଖ୍ୟାଲଘୁ ସଂମ୍ପ୍ରଦାୟର ସେକ୍ ଇସମାଇଲଙ୍କ ପୁଅ ସେକ୍ ଛୋଟୁ ନାବାଳିକାକୁ ଅସଦାଚରଣ କରିଥିଲା । ନାବାଳିକା ଚିତ୍କାର କରିବାରୁ ପାଟି ଶୁଣି ଗାଁ ଲାକେ ଦୌଡି ଆସିବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇଥିଲା । ଘଟଣାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ମାନେ ଅଭିଯୁକ୍ତଙ୍କ ଘରକୁ ଆସି ଗଣ୍ଡଗୋଳ ଆରମ୍ଭ କରିଥିଲେ ।




