ଅଶ୍ଲୀଳ ଭିଡିଓ କଲ୍ ପରେ ଆଇପିଏସ୍ ଅଫିସର କହି ଲୁଟିନେଲା

ଭୁବନେଶ୍ୱର, ୫/୧୦: ନ୍ୟୁଡ୍ କଲ୍ ପରେ ଆଇପିଏସ୍ ଅଫିସର କହି ଭିଡିଓ କଲ୍, ଧମକ ଦେଇ ନେଇଗଲେ ୭୧ ହଜାର । ଠକାମିର ଶିକାର ପରେ ସାଇବର ଥାନାରେ ଏପରି ଏକ ଅଭିଯୋଗ ହୋଇଛି ।
ଜଟଣୀର ଜଣେ ଔଷଧ ବିତରକ ନ୍ୟୁଡ୍କଲରେ ଫଶିଥିବା ଜଣାପଡ଼ିଛି । ସୋସିଆଲ ମିଡିଆରେ ନ୍ୟୁଡ୍ ଭିଡିଓକଲକୁ ଭାଇରାଲ କରିବା ସହ ବର୍ଦ୍ଦି ପିନ୍ଧି ପୋଲିସ୍ର ପରିଚୟ ଦେଇ ବ୍ଲାକମେଲ କରିଥିବା ଅଭିଯୋଗ ହୋଇଛି । ୩ଟି କିସ୍ତିରେ ଲୁଟେରା ୭୦ ହଜାର ଟଙ୍କା ଲୁଟିନେଇଛି ।