Odisha News

ଅବକାରୀ ଟିମକୁ ଦେଖି ଦ୍ରୁତ ଗତିରେ ପଳାଉଥିଲା ସ୍କର୍ପିଓ, ବ୍ରିଜ ତଳକୁ ଖସିଗଲା

କାମାକ୍ଷାନଗର,୬/୮: ରାସ୍ତା ତଳକୁ ଖସିଲା ଚୋରା ଦେଶୀମଦ ବୋଝେଇ ସ୍କର୍ପିଓ ଗାଡ଼ି। ଗାଡ଼ିରେ ଥିବା ଜଣଙ୍କୁ ଅଟକ ରଖିଲା ଅବକାରୀ ବିଭାଗ। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଅବକାରୀ ବିଭାଗ ବିଶେଷ ସୁତ୍ରରୁ ଖବର ପାଇ ୨ଟି ଟିମ କେନାଲ ରାସ୍ତାରେ ଗାଡ଼ିକୁ ପିଛା କରୁଥିବାବେଳେ ଗାଡ଼ିଟି ଦ୍ରୁତଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଜଡ଼ାପାଳ ଛକ ନିକଟରେ ରାସ୍ତା ତଳକୁ ଖସି ଯାଇଥିଲା। ଏହାଫଳରେ ଗାଡ଼ିରେ ଥିବା ଅନ୍ୟ ଜଣେ ଫେରାର ହୋଇଯାଇଥିଲା।
ଅବକାରୀ ବିଭାଗ ଗାଡ଼ିକୁ ଉଦ୍ଧାର କରି ଥାନାକୁ ଆଣିଛି। ଦୀର୍ଘଦିନ ହେବ ଏହି ରାସ୍ତାରେ ଚୋରାଚାଲାଣ ହେଉଥିବାର ପୁଲିସ ଖବର ପାଇବା ପରେ ପିଛାକରି ଏହି ସଫଳତା ପାଇଛି। କେନାଲ ରାସ୍ତା ହୋଇଥିବାରୁ ସୁବିଧାରେ ମଦମାଫିଆମାନେ ଚୋରା ମଦ ବ୍ୟବସାୟ କରିଥାନ୍ତି।

Related Posts

Seo wordpress plugin by www.seowizard.org.