Odisha News

ଅଜଣା ରୋଗରେ କୋଲାଗୋଣ୍ଡା ସ୍କୁଲରେ ଦୁଇ ଛାତ୍ର ମୃତ, ୧୨ଜଣ ଛାତ୍ରଛାତ୍ରୀ ଗୁରୁତର

ମାଲକାନଗିରି, ୩୧/୮: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କୋଲାଗଣ୍ଡା ଆଶ୍ରମ ବିଦ୍ୟାଳୟରେ ଦୁଇ ଦିନରେ ଦୁଇ ଛାତ୍ରଙ୍କ ମୃତ୍ୟୁ । ମଙ୍ଗଳବାର ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ବୁଧବାର ଜଣେ ୮ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି ।
ଛାତ୍ରମାନଙ୍କ ଗୋଡ ହାତ ଫୁଲି ଯାଇ ସେମାନଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଶରୀର ଅସୁସ୍ଥ ହେବା ପରେ ବିଦ୍ୟାଳୟ ପକ୍ଷରୁ ଚିକିତ୍ସା ବ୍ୟବସ୍ଥା କରାଯାଇଛି ତଥାପି ଦୁଇ ଛାତ୍ରଙ୍କ ମୃତ୍ୟୁକୁ ନେଇ ଏବେ ନାନା ପ୍ରଶ୍ନ ସୃଷ୍ଟି ହୋଇଛି । ବର୍ତ୍ତମାନ ଆହୁରି ୧୨ଜଣ ଛାତ୍ରଛାତ୍ରୀ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

Related Posts

Seo wordpress plugin by www.seowizard.org.