Odisha News

୩୭ ତମ ବାର୍ଷିକ ତେରଶମ୍ଭୁ ମିଳନର ପ୍ରାକ ପ୍ରସ୍ତୁତି ବୈଠକ : ୧୩ ଦଣ୍ଡ ଥଳ ଅଧିକାରୀଙ୍କ ସମ୍ମତି ପ୍ରକାଶ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୨୨/୩ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ ତମ ବାର୍ଷିକ ତେରଦଣ୍ଡ ମିଳନ ସମାରୋହ ଏପ୍ରିଲ ୫ ତାରିଖ ରବିବାର ଦିନ ଆୟୋଜନ ହେବ ।
ଏହି ପରିପ୍ରେକ୍ଷୀରେ ସମିତିର ମୁଖ୍ୟ ପରିଚାଳକ ରାଜ କିଶୋର ଦାସ ଙ୍କ ଆବାହକତ୍ୱରେ ଏକ ମିଳିତ ପ୍ରାକ ପ୍ରସ୍ତୁତି ବୈଠକ ସ୍ଥାନୀୟ ମା ‘ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ଥିବା ପଞ୍ଚୁଦଣ୍ଡ ପରିଚାଳନା ସମିତି ର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ଏ ନେଇ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବ୍ୟାପକ ପ୍ରସ୍ତୁତି ଆଗେଇ ଚାଲିଛି । ସମିତି ର ସମସ୍ତ କର୍ମକର୍ତ୍ତା ଙ୍କୁ ବିଭିନ୍ନ ବିଭାଗ ର ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଛି ।
ଗୋଟିଏ ଗୋଟିଏ ବିଭାଗରେ ୫ ଜଣ ଲେଖାଏଁ ସଦସ୍ୟ ଙ୍କୁ ବଛାଯାଇ ନିଜ ନିଜର ଦାୟିତ୍ୱ କିପରି ସୁଚାରୁ ରୂପେ ସମ୍ପାଦନ କରିବେ ସେ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ କାର୍ଯ୍ୟ ଆଗେଇ ଚାଲିଛି ।
ଚଳିତ ବର୍ଷ ତେର ଶମ୍ଭୁ ଯାତ୍ରା ରେ ବାଲିଗୁଡ଼ା, ଦଣ୍ଡପଦର, ବାଟାଗୁଡ଼ା, ବାରଖମା, କତେରୀଭଟ୍ଟା, ସିଟୁପଡ଼ି, ଡାକା, ରୁତୁଙ୍ଗିଆ, ବାଲିଗାଡ଼ା, ବେନାରବାହାଲ , ମଳିକ ଗାଁ (ଲାଇନ୍‌ପଡ଼ା), ଘୋଡ଼ାପଥର (ଖଜୁରୀପଡ଼ା), ଗ୍ରୀନ୍‌ବାଡ଼ି (ଦାରିଙ୍ଗବାଡ଼ି) ଅଞ୍ଚଳ ର ଦଣ୍ଡ ଥଳ ଯୋଗ ଦେବା ପାଇଁ ସମସ୍ତ ଦଣ୍ଡ ଯାତ୍ରା ର ଅଧିକାରୀ ମାନେ ଏହି ବୈଠକ ରେ ଉପସ୍ଥିତ ରହି ସମ୍ମତି ପ୍ରକାଶ କରିଛନ୍ତି ।
ଏଥିରେ ସମିତି ର ସମସ୍ତ ସଦସ୍ୟ ତଥା ବିଭିନ୍ନ ବିଭାଗ ରେ ମୁଖ୍ୟ ଭାବେ ଥିବା ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ବ୍ଲକ୍ କଲୋନୀ ବିଦ୍ୟାଳୟର ୫୩ ତମ ବାର୍ଷିକ ଉତ୍ସବ
ବାଲିଗୁଡା, ୨୨/୩ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ବ୍ଲକ୍ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫୩ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ପାଢ଼ୀଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ବାଘ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ.ମଧୁସୂଦନ ମହାପାତ୍ର, ସମ୍ମାନୀତ ଅତିଥି ଭାବେ ସମ୍ଵନିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ଇନ୍ଦିରା ପଣ୍ଡା, ସୂପରଭାଇଜର ମଧୁସ୍ମିତା କହଁର, ପବିତ୍ର ମୋହନ ପାଢ଼ୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାଧବ ସାହୁ, ତଥା ପରିଚାଳନା କମିଟି ସଦସ୍ୟ ଗଣ ଉପସ୍ଥିତ ରହି ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଏହି ଅବସରରେ ପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅତିଥି ମାନଙ୍କୁ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ ସଂଗୀତ ଗାନ କରି ସମ୍ବର୍ଦ୍ଧନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ପାଢ଼ୀ ପାଢ଼ୀ ବାର୍ଷିକ ବିବରଣୀ ପାଠ କରିବା ସହିତ ବିଦ୍ୟାଳୟ ପାଇଁ ଆବଶ୍ୟକୀୟ ଭିଭିଭୂମି ସମ୍ପର୍କ ରେ ଉପସ୍ଥିତ ଅଧିକାରୀଙ୍କୁ ଅବଗତ କରାଇଥିଲେ। ଅତିଥି ଗଣ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ଶିକ୍ଷଣୀୟ ଉପଦେଶ ପ୍ରଦାନ କରିଥିଲେ । ପରେପରେ ବିଭିନ୍ନ ପ୍ରତିଯୋଗିତାର କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।
ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟ କର୍ତ୍ତୃପକ୍ଷ, ପରିଚାଳନା କମିଟି, ଛାତ୍ରଛାତ୍ରୀ ଓ ଅଭିଭାବକ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।
ସାମାଜିକ ସଦଭାବନା ନେତୃତ୍ୱ ସମୂହ ବୈଠକ
ବାଲିଗୁଡା, ୨୨/୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସାମାଜିକ ସଦ୍ ଭାବନା ନେତୃତ୍ୱ ସମୂହ ବୈଠକ ଅନୁଷ୍ଠିତ ହୋଇଥିଲା ।
ବ୍ୟବସ୍ଥା ପ୍ରମୁଖ ପିଣ୍ଟୁ ପ୍ରଧାନୀ ଅତିଥି ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରି ଭାରତ ମାତାଙ୍କ ଫୋଟଚିତ୍ର ନିକଟରେ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ପୁଷ୍ପଗୁଚ୍ଛ ଦେଇ ବୈଠକ ଆରମ୍ଭ ହୋଇଥିଲା ।
ଖଣ୍ଡ ଶାରୀରିକ ପ୍ରମୁଖ ବିବେକାନନ୍ଦ ବାଡତ୍ୟା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ଯୋଗ ଶିକ୍ଷକ ଗୌରଚନ୍ଦ୍ର ନାୟକ ବ୍ୟକ୍ତିଗତ ଗୀତ ଗାନ କରିଥିଲେ ଏବଂ ଖଣ୍ଡ କାର୍ଯ୍ୟବାହକ ବୁଲୁ ମଲିକ ଉପସ୍ଥିତ ସମସ୍ତ ଜାତି ମୁଖ୍ୟ ମାନଙ୍କୁ ନିଜ ନିଜ ପରିଚୟ ପ୍ରଦାନ କରିବା ପାଇଁ କହିଥିଲେ । ଜିଲ୍ଲା ପରିଯୋଜନା ସଂଯୋଜକ ଜୟସେନ ପ୍ରଧାନ ପୁଣ୍ୟ ଭୂମି ଭାରତ ଉପରେ ନିଜର ବୌଦ୍ଧିକ ରଖିଥିଲେ ।
ଜିଲ୍ଲା ଧର୍ମ ଜାଗରଣ ସଂଯୋଜକ ଗୁରୁରାମ ପାତ୍ର କୁଟୁମ୍ବ ପ୍ରବୋଧ, ପର୍ଯ୍ୟବରଣ, ନାଗରିକ କର୍ତ୍ତବ୍ୟ, ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ପୂର୍ବ ପୁରୁଷ ମାନେ କେମିତି ନିଜ ପରିବାର ଵର୍ଗକୁ ସମୟ ଦେଉଥିଲେ।
କେମିତି ବାପା ମାଆ ମାନଙ୍କୁ ସେବା କରୁଥିଲେ ସେ ସମ୍ପର୍କ ରେ ସମ୍ୟକ ଆଲୋଚନା କରିଥିଲେ । ଜିଲ୍ଲା ସଦ୍ ଭାବନା ସଂଯୋଜକ ବିରେନ୍ଦ୍ର ପ୍ରଧାନ ସାମାଜିକ ସମରସତା, ସ୍ୱ -ବୋଧ , ପର‌୍ୟ୍ୟବରଣ, ନାଗରିକ କର୍ତ୍ତବ୍ୟ ଉପରେ ନିଜର ବୌଦ୍ଧିକ ରଖିଥିଲେ । ଆଗାମୀ ଦିନରେ କେମିତି ପଲିଥିନ ମୁକ୍ତ ହେବ ,କଣ କଲେ ସବୁଜ ଜଙ୍ଗଲ ରକ୍ଷା ,ସଂସ୍କୃତି ଭାଇଚାରା ବଜାଇ ରଖିବା ପାଇଁ ସଚେତନ କାର୍ଯ୍ୟକ୍ରମ କରିବା ବୋଲି ମାର୍ଗଦର୍ଶନ କରିଥିଲେ ।
ଆମ ନାଗରିକ ମାନଙ୍କର କର୍ତ୍ତବ୍ୟ କଣ ଓ ପଞ୍ଚ ପରିବର୍ତ୍ତନ ଉପରେ ଆଲୋଚନା କରିଥିଲେ। ଶେଷରେ ଖଣ୍ଡ ସାମାଜିକ ସଦ୍ ଭାବନା ସଂଯୋଜକ ନକୁଳ ମଲିକ ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସାମୁହିକ ଶାନ୍ତି ପାଠ କରି ସଭା ସାଙ୍ଗ କରିଥିଲେ ।
କମ୍ବିଙ୍ଗ ଅପେରସନ ବେଳେ ଅଳ୍ପକେ ବର୍ତ୍ତିଲେ ସୁରକ୍ଷା କର୍ମୀ : ମାଓ କ୍ୟାମ୍ପ ଠାବ ସହ ବିପୁଳ ବିସ୍ପୋରକ ସାମଗ୍ରୀ ଜବତ
ବାଲିଗୁଡା, ୨୨/୩: ସମଗ୍ର କନ୍ଧମାଳ ଜିଲ୍ଲାରେ କମ୍ବିଙ୍ଗ ଅପେରସନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ ଧରଣର ଅଘଟଣ ରୁ ବର୍ତ୍ତିଲେ ସୁରକ୍ଷାକର୍ମୀ । ସୁରକ୍ଷାକର୍ମୀ ଙ୍କୁ ଟାର୍ଗେଟ କରି ଜଙ୍ଗଲ ରେ ଆଇଡି ବିସ୍ପୋରକ ଖଞ୍ଜିଥିଲେ ମାଓବାଦୀ ।
ଏଭଳି ଏକ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ପାରିଗଡ଼ ପଞ୍ଚାୟତ ର ବାଡ଼ୁସୀ ଗାଁ ନିକଟସ୍ଥ ଗାଙ୍ଗେରିସାରୁ ଜଙ୍ଗଲ ରେ ଚାରୋଟି ଆଇଡି ବିସ୍ପୋରକ କୁ ଜବତ ପରେ ନିଷ୍କ୍ରିୟ କରିଛନ୍ତି ସୁରକ୍ଷା କର୍ମୀ କ୍ଷ ମାଓ ମୁକ୍ତ କନ୍ଧମାଳ ନେଇ ଡେଡ଼ ଲାଇନ ସମୟ ପାଖେଇ ଆସୁଥିବା ବେଳେ ସିଆରପିଏଫ ୧୨୭ ବାଟାଲିୟନ ର \”ଡି\” କମ୍ପାନୀ ଓ କନ୍ଧମାଳ ପୋଲିସ ପକ୍ଷରୁ ମିଳିତ କମ୍ବିଙ୍ଗ ଅପେରସନକୁ ଜୋରଦାର କରାଯାଇଥିଲା ।
କମ୍ବିଙ୍ଗ ଅପେରସନ ବେଳେ ଗାଙ୍ଗେରିସାରୁ ଜଙ୍ଗଲ ରୁ ବଡ଼ ଧରଣର ମାଓ କ୍ୟାମ୍ପ କୁ ମଧ୍ୟ ଠାବ କରାଯାଇଛି । ସେଠାରୁ ବିପୁଳ ପରିମାଣରେ ଡିଟୋନେଟର, ଜିଲୋଟିନ, ବିସ୍ପୋରକ ବ୍ୟବହୃତ ସାମଗ୍ରୀ, ମେଡ଼ିସିନ,ବାସନ କୁସନ, ମାଓ ଆର୍ଟିକାଲ ମଧ୍ୟ ଜବତ କରାଯାଇଛି ।
ବର୍ତ୍ତମାନ ଗାଙ୍ଗେରୀସାରୁ ଜଙ୍ଗଲରେ କମ୍ବିଙ୍ଗ ଅପେରସନ କୁ କଡାକଡି କରାଯିବା ସହ ସର୍ଚ୍ଚ ଅପେରସନ ମଧ୍ୟ ଜାରୀ ରହିଛି କ୍ଷ ତେବେ ୩୧ମାର୍ଚ୍ଚ ସୁଦ୍ଧା କନ୍ଧମାଳ ଜିଲ୍ଲା କୁ ମାଓ ମୁକ୍ତ କରାଯିବା ନେଇ ଲକ୍ଷ ରହିଥିବା ବେଳେ ବର୍ତ୍ତମାନ ମାଓ ଲିଡର ଶୁକୃ କୁ ଖୋଜୁଛି ପୋଲିସ ।
କନ୍ଧମାଳ- ରାୟଗଡା-କଳାହାଣ୍ଡି ସୀମାନ୍ତ ରେ ଟପ ମାଓନେତା ଶୁକୃ ଓ ତାର ସହଯୋଗୀ ଲୁଚି ରହିଥିବା ବେଳେ ସୁରକ୍ଷାକର୍ମୀ ଙ୍କ ପକ୍ଷରୁ ବିଭିନ୍ନ ଜଙ୍ଗଲ ରେ କମ୍ବିଙ୍ଗ ଅପେରସନ କୁ କଡାକଡି କରାଯାଉଥିବା ଜଣାପଡିଛି ।

Related Posts