Odisha News

ହାତରେ ପେଟ୍ରୋଲ ଓ ଦିଆସିଲ ଧରି ଯୁବକଙ୍କ ହାଇଡ୍ରାମା, ମୋବାଇଲ ଟାଓ୍ୱାରରେ ଚଢି ଆତ୍ମାହୁତି ଧମକ

ଢେଙ୍କାନାଳ, ୯/୫ : ଟେଲିଫୋନ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଢେଙ୍କାନାଳ ଟାଉନଥାନା ନିକଟରେ ଥିବା ଟାୱାର ଉପରେ ଚଢି ଆତ୍ମହତ୍ୟା କରିବାକୁ ଧମକ ଦେଉଛନ୍ତି ଯୁବକ । ସେ ହେଲେ କାମାକ୍ଷାନଗର ଥାନା ସୋଗର ଗାଁର ରୁଦ୍ର ନାରାୟଣ ଦାସ ।
ରୁଦ୍ର ନାରାୟଣ ୨୦୧୮ ମସିହାରେ ଢେଙ୍କାନାଳ ଫାଷ୍ଟ ଓଏସଓପି ବାଟାଲିୟନରେ କନେଷ୍ଟବଳ ଭାବରେ ନିଯୁକ୍ତି ହୋଇଥିଲେ । ପରେ ବିନା କାରଣରେ ଛଟେଇ କରି ଦିଆଯାଇଥିଲା । ପୁନଃ ନିଯୁକ୍ତି ନେଇ ପୋଲିସର ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ କରି ଆସୁଛନ୍ତି ।
କିନ୍ତୁ କେହି ବି ତାଙ୍କ କଥା ଶୁଣୁନଥିଲେ । ବିନା କାରଣରେ ତାଙ୍କୁ ଛଟେଇ କରିଥିବା ସେ ଅଭିଯୋଗ କରିଛନ୍ତି । ଯେଉଁଥିପାଇଁ ସେ ଆଜି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅନ୍ୟପକ୍ଷରେ ଘରେ ତାଙ୍କର ଜଣେ ରୋଗୀ ମାଆ ମଧ୍ୟ ଅଛନ୍ତି ।
ସେପଟେ ଏ ନେଇ ଟାଉନ ଥାନା ପୋଲିସ ଖବର ପାଇବା ପରେ ସଦର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ଟିମ୍ ପହଞ୍ଚି ତାଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା ଜାରି ରଖିଛନ୍ତି।
ତେବେ ସେ ହାତରେ ପଟ୍ରୋଲ ଧରିଥିବା ସହିତ ନିଜ ଦେହରେ ମଧ୍ୟ ଢ଼ାଳି ହୋଇପଡ଼ିଛନ୍ତି । ଏହା ସହିତ ପାଖରେ ମହୁ ଫେଣା ମଧ୍ୟ ରହିଛି । ତେଣୁ ଯୁବକଙ୍କୁ ଉଦ୍ଧାର କରିବାକୁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିବା କହିଛନ୍ତି ଫାୟାର ଷ୍ଟେସନ ଅଫିସର ଦୀନବନ୍ଧୁ ମଲ୍ଲିକ ।

Related Posts