Odisha News

ସେଲ୍ଫି ନେଇ ଗାଧୋଇବା ହେଲା କାଳ, ଭାସିଗଲେ ୩ ଯୁବକ

କଟକ, ୫/୭ : କଟକର ନରାଜ ନିକଟ ମହାନଦୀରେ ଅଘଟଣ । ମହାନଦୀ ଭିତରେ ଥିବା ବୁଢା ଵନ୍ଧରେ ବୁଲୁଥିବା ସମୟରେ ହଠାତ୍ ପାଣି ବଢି ଯିବାରୁ ତିନି ଜଣ ଯୁଵକ ଭାସି ଯାଇଥିଲେ ।
ବୁଢା ବନ୍ଧଟି ମହାନଦୀ ଭିତରେ ରହିଛି ଓ ଲଗାଣ ବର୍ଷା ଯୋଗୁଁ ବୁଢା ବନ୍ଧ ଉପରେ ମଧ୍ୟ ଜଳ ପ୍ରବାହିତ ହେଉଥିଲା । ସେହ ସମୟରେ ଯୁବକମାନେ ସେଠି ବୁଲି ମଜା ନେଉଥିବା ବେଳେ ପାଣି ସୁଅ ଓ ଶିଉଳି ଯୋଗୁଁ ଗୋଡ ଖସିଯାଇଥିଲା ।
ପ୍ରଥମେ ଜଣେ ଯୁବକଙ୍କ ଗୋଡ଼ ଖସିବାକୁ ଭାସି ଯାଇଥିଲେ । ତାଙ୍କୁ ବଞ୍ଚାଇଵା ପାଇଁ ଅନ୍ୟ ଦୁଇ ଜଣ ଉଦ୍ୟମ କରିବା ବେଳେ ନଦୀର ପ୍ରଖର ସୁଅରେ ଭାସି ଯାଇଥିଲେ । ସ୍ଥାନୀୟ ଲୋକେ ଡଙ୍ଗା ନେଇ ଦୁଇ ଜଣଙ୍କୁ ଉଦ୍ଧାର କରିଛନ୍ତି ।
ତେବେ ଅନ୍ୟ ଜଣେ ଯୁବକଙ୍କୁ ଏ ଯାଏଁ ଉଦ୍ଧାର କରାଯାଇପାରି ନାହିଁ । ନିଖୋଜ ଯୁବକ ଜଣଙ୍କ ହେଲେ କଟକ ମାଛୁଆ ବଜାରର ଆକାଶ ବେହେରା । ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ସେପଟେ ଏବେ କାଠଯୋଡି ଓ ମହାନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀ ଭିତରକୁ କେହି ନଯିଵା ପାଇଁ କଟକ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

Related Posts