Odisha News

ସାର ପାଇଁ ହନ୍ତସନ୍ତ ଚାଷୀ କତ୍ତୃପକ୍ଷ ନିଘାନାହିଁ

ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟ
ଚନ୍ଦ୍ରପୁର/ରାୟଗଡ଼ା,୧/୮ : କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସ୍ ଶକ୍ତିକରଣ ବିଭାଗ ତରଫରୁ ବେସ କିଛି ବର୍ଷତଳୁ ଚାଷୀ ମାନଙ୍କର ଆୟ ଦ୍ୱିଗୁଣିତ କରିବା ଏବଂ ଆଙ୍କାକ୍ଷୀ ଜିଲ୍ଲା ଗୁଡ଼ିକୁ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ଯେତେସବୁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ତାହାର କୋଣସି ସୁଫଳ ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ପଞ୍ଚାୟତ ସମିତି ଅଞ୍ଚଳରେ ତିଳେ ମାତ୍ର ଦେଖିବାକୁ ମିଳୁ ନଥିବା ଚର୍ଚ୍ଚା ହେଉଛି ।
ପ୍ରାପ୍ତ ସୂଚନା ଅନୁସାରେ ଚନ୍ଦ୍ରପୁର ପଞ୍ଚାୟତ ସମିତି ର ଆଠଟି ଗ୍ରାମ ପଞ୍ଚାୟତ ର ଚାଷୀମାନେ ଡାଙ୍ଗସରଡା ଠାରେ ଅବସ୍ଥିତ ଲ୍ୟାମ୍ପ ସିଏସ ଉପରେ ବିହନ ଏବଂ ଉର୍ବରକ ପାଇଁ ନିର୍ଭର କରିଥାନ୍ତି ।
କିନ୍ତୁ ଉକ୍ତ ଲ୍ୟାମ୍ପ ସିଏସ୍ ର ପରି ଚାଳନ ନିଦ୍ଧେଶକ ଜୀତେନ୍ଦ୍ର ନିଶାଲ ଗତ ପାଞ୍ଚବର୍ଷ ତଳେ ସାର ଯୋଗାଣରେ ଅନିୟମତ ତା କରି ଥିବାରୁ ଏଠାକୁ ବିହନ ଯୋଗଣ ହେଉଛି ସିନା ସାର ଯୋଗାଣ ବନ୍ଦ ହୋଇଅଛି ଯାହା ଫଳରେ ଗରିବ ଚାଷୀମାନେ ବାଧ୍ୟ ହୋଇ ଖୋଲା ବଜାରରୁ ସାର କିଣିବାକୁ ବାଧ୍ୟ ହେଉଛନ୍ତି ।
ଅନୁସୂଚିତ ଜାତି ଜନଜାତି ଏବଂ ପଛୁଆ ବର୍ଗ ବହୁଳ ଚିର ଅବହେଳିତ ଏହି ଅଞ୍ଚଳର ଚାଷୀ ମାନଙ୍କ ଜମିରେ ସାର ପ୍ରୟୋଗ ନ ହେଲେ ସେମାନଙ୍କର ଉତ୍ପାଦନ ଏବଂ ଆୟ କିପରି ବୃଦ୍ଧି ପାଇବ ହଜାର ହଜାର ଗରୀବ ଚାଷୀ ମାନଙ୍କ ପ୍ରତି ଏହା ସରକାର ଓ ପ୍ରଶାସନର ପରିହାଶ ତଥା ପ୍ରତାରଣା ଛଡ଼ା କଣ ହୋଇପାରେ ତାହା ପ୍ରଶ୍ନବାଚି ସୃଷ୍ଟି କରିଛି ଉଚ୍ଚ କତ୍ତୃପକ୍ଷ ଏ ଦିଗରେ ସ୍ୱତନ୍ତ୍ର ଧ୍ୟାନ ନ ଦେଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିବ ଏଥିରେ ସନ୍ଦେହ ନାହିଁ ।

Related Posts