Odisha News

ଶୌଚାଳୟ ଭିତରେ କିରୋସିନି ଢାଳି ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜୀଅନ୍ତା ଜାଳିଦେଲେ ଯୁବକ

ସୋର ୨୪/୭ : ବୀଭତ୍ସ ଘଟଣା । ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜୀଅନ୍ତା ଜାଳିଦେଲେ ଯୁବକ । ଶୌଚାଳୟ ଭିତରେ କିରୋସିନି ଢାଳି ମାରିଦେଇଛି ଯୁବକ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ବାରିଙ୍ଗିଆରେ ଗାଁରେ ଘଟିଛି ଏଭଳି ଅମାନୁଷିକ କାଣ୍ଡ ।
ଖବର ଅନୁଯାୟୀ, ରବିବାର ସକାଳ ସମୟରେ ବାରିଙ୍ଗିଆ ଗାଁର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଶୌଚାଳୟ ଭିତରେ ଜୀଅନ୍ତ ପୋଡି ମାରିଦେଇଛି ଜଣେ ଯୁବକ ।
ମୃତ ଛାତ୍ରୀଙ୍କ ନିକଟରେ ପଡିଛି କଟା ଚୁଟି, ଲାଇଟର ଓ ବିଷ ବୋତଲ । ଏପିରିକି ଛାତ୍ରୀଙ୍କୁ ମାରିବା ପୂର୍ବରୁ ଚୁଟି କାଟିଥିଲେ ଅଭିଯୁକ୍ତ ।
ଏହାପରେ ଯୁବତୀଙ୍କୁ କିରୋସିନି ଢାଳି ମାରିଦେଇଛି ସେହି ଗାଁର ଦୟାନିଧି ଜେନା । ଏବେ ଯାଏଁ ଏହା ପଛର କାରଣ ଅସ୍ପଷ୍ଟ ରହିଛି । ସେପଟେ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ ।

Related Posts

Seo wordpress plugin by www.seowizard.org.