ଶିଶୁ ସୁରକ୍ଷା ବ୍ୟବସ୍ଥା ଅଭିମୁଖୀକରଣ କାର୍ଯ୍ୟକ୍ରମ ଆୟୋଜିତ : ସିଡବ୍ଲୁସି ,ସିସିଆଇ ଶିଶୁ ସୁରକ୍ଷା ବ୍ୟବସ୍ଥାର ମୂଳସ୍ତମ୍ଭ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୧/୪ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଖୋରଧା ପକ୍ଷରୁ ନୂତନ ଭାବରେ ଯୋଗ ଦେଇଥିବା ଶିଶୁ ମଙ୍ଗଳ ସମିତି (ଉଡଉ) ଓ ଶିଶୁ ଯତ୍ନ ଅନୁଷ୍ଠାନ (ଉଉଓ) ର କର୍ମକର୍ତ୍ତାମାନଙ୍କ ପାଇଁ ଶିଶୁ ସୁରକ୍ଷା ବ୍ୟବସ୍ଥା ସମ୍ବନ୍ଧୀୟ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଜିଲ୍ଲା ସଦଦ୍ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଶିଶୁଙ୍କ ଅଧିକାର ସୁରକ୍ଷା, ଜୁଭେନାଇଲ ଜଷ୍ଟିସ ଆଇନ, ଶିଶୁଙ୍କ ପ୍ରତି ହେଉଥିବା ଅତ୍ୟାଚାର ଓ ଅବହେଳା ନିବାରଣ, ଏବଂ ସଠିକ୍ ପୁନର୍ବାସନ ପ୍ରକ୍ରିୟା ବିଷୟରେ ବିସ୍ତୃତ ଅଲୋଚନା କରାଯାଇଥିଲା।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ ସ୍ବାଗତ ଭାଷଣ ଦେବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।
ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ କୁମାର ବେଉରା ଯୋଗଦେଇ କହିଥିଲେ ଯେ, ପ୍ରତ୍ୟେକ ଶିଶୁଙ୍କୁ ସୁରକ୍ଷିତ ପରିବେଶ ଦେବା ଆମ ସମସ୍ତଙ୍କ ଦାୟିତ୍ବ। ସିଡବ୍ଲୁସି ଓ ସିସିଆଇ କର୍ମକର୍ତ୍ତାମାନେ ଶିଶୁ ସୁରକ୍ଷା ବ୍ୟବସ୍ଥାର ମୂଳସ୍ତମ୍ଭ ଭାବେ କାର୍ଯ୍ୟ କରନ୍ତି ।
ଏହି ଅଭିମୁଖୀକରଣରେ କେସ୍ ମ୍ୟାନେଜମେଣ୍ଟ, ଶିଶୁଙ୍କ ସହ ମାନବିକ ବ୍ୟବହାର, ଏବଂ ବିଭିନ୍ନ ସଂସ୍ଥାମାନଙ୍କ ମଧ୍ୟରେ ସମନ୍ୱୟ ଉପରେ କମିଟି, ଗୁରୁତ୍ବ ଦିଆଯାଇଥିଲା ।
କାର୍ଯ୍ୟକ୍ରମରେ ଖୋରଧା ଶିଶୁ ମଙ୍ଗଳ କମିଟି, ଏବଂ ଅତିରିକ୍ତ ଶିଶୁ ମଙ୍ଗଳ କମିଟି ଭୁବନେଶ୍ବର ର ଅଧ୍ୟକ୍ଷା ଯଥାକ୍ରମେ ଶ୍ରୀମତୀ କାନ୍ତା ମହାନ୍ତି ଏବଂ ମମତା ସାହୁ ଏବଂ ସଦସ୍ୟ ସଦସ୍ୟାଙ୍କ ସହିତ ସମସ୍ତ ସିସିଆଇ ପ୍ରତିନିଧି ଏବଂ ଶିଶୁ ସୁରକ୍ଷା କ୍ଷେତ୍ରର ଅନ୍ୟାନ୍ୟ ଅକାରୀମାନେ ଉପସ୍ଥିତ ଥିଲେ ।
ସମସ୍ତେ ଏହି ପ୍ରଶିକ୍ଷଣକୁ ଉପକାରୀ ବୋଲି ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପରାମର୍ଶଦାତ୍ରି ମନସ୍ଵିନୀ ମହାପାତ୍ର, ସାମଜିକ କର୍ମୀ ରଂଜନ କୁମାର ଗୋଛୟତ, ରିତାଞ୍ଜଳୀ ମହାନ୍ତି, ଅର୍ଚ୍ଚନା ରାୟ, ଅଶୋକ କୁମାର ସେଠୀ ସୁକାନ୍ତ କୁମାର ପୃଷ୍ଟି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।




